ପୁରୀ(ଓଡ଼ିଶା ରିପୋର୍ଟର): ପବିତ୍ର ଚିତାଲାଗି ଅମାବାସ୍ୟାରେ ଶ୍ରୀଜିଉଙ୍କ ମଥାରେ ସୁବର୍ଣ୍ଣ ଚିତା ଲାଗି ନୀତି ସମ୍ପନ୍ନ ହୋଇଛି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ରୋହିଣୀ ବୃଷ ରାଶି ହେତୁ ତାଙ୍କ ମଥାରେ ହୀରାଖଚିତ ସୁବର୍ଣ୍ଣ ଚିତା, ପ୍ରଭୁ ବଳଭଦ୍ରଙ୍କ ମଥାରେ ନୀଳାଖଚିତ ସୁବର୍ଣ୍ଣ ଚିତା ଓ ଦେବୀ ସୁଭଦ୍ରାଙ୍କ ମସ୍ତକରେ ମାଣିକଖଚିତ ସୁବର୍ଣ୍ଣ ଚିତା ଲାଗି ହୋଇଛି।
ପୁରାଣ ଅନୁସାରେ, ଶ୍ରାବଣ ଅମାବାସ୍ୟାରେ ସମୁଦ୍ର ମନ୍ଥନ ହୋଇଥିଲା। ଏହିସମୟରେ ହୀରା, ନୀଳା, ମାଣିକ ଓ ମୋତି ଆଦି ପଥର ଭାସିଆସି ସମୁଦ୍ର କୂଳରେ ଲାଗିଥିଲା। ସେବେଠାରୁ ମହାପ୍ରଭୁଙ୍କ ସୁବର୍ଣ୍ଣ ଚିତା ଲାଗି ନୀତି ହେଉଛି।
ଶ୍ରୀମନ୍ଦିରରେ ଭୋଗମଣ୍ଡପ ନୀତି ପରେ ହୀରା, ନୀଳା ଓ ମାଣିକଖଚିତ ତିନିଟି ସୁବର୍ଣ୍ଣ ଚିତା ଶ୍ରୀଜିଉଙ୍କ ମଥାରେ ଲାଗି ହୋଇଥିଲା। ଗତ ଦେବସ୍ନାନ ପୂର୍ଣ୍ଣମୀ ଦିନ ଅଣସର ଘରେ ମହାପ୍ରଭୁଙ୍କ ସୁବର୍ଣ୍ଣ ଚିତା ଓଲାଗି କରାଯାଇଥିଲା। ସେହି ଚିତାକୁ ବଣିଆଙ୍କ ଦ୍ୱାରା ସଫା କରାଯିବା ପରେ ଦଇତାପତି ସେବାୟତମାନେ ମହାପ୍ରଭୁଙ୍କ ମସ୍ତକରେ ଲାଗି କରିଥିଲେ।
from OdishaReporter https://ift.tt/2MkS8t2
No comments:
Post a Comment