ଓଡ଼ିଶା ପାଣି ଆନ୍ଧ୍ର ପିଉଛି, ଦେଉନି ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 11, 2018

ଓଡ଼ିଶା ପାଣି ଆନ୍ଧ୍ର ପିଉଛି, ଦେଉନି ଟଙ୍କା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରୁ ପାଣି ନେଇ ସୁନା ଫଳାଉଛି ଆନ୍ଧ୍ରପ୍ରଦେଶ। ହେଲେ ଟଙ୍କା ଦେବାର ନାଁ ଧରୁନି। ଗଡ଼ାଇ ଚାଲିଛି ସମୟ ଓ ବଢ଼ି ଚାଲିଛି ବକେୟା। ଓଡ଼ିଶା ସରକାର ସବୁ ଜାଣି ନିରବ ଦ୍ରଷ୍ଟା ସାଜିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଶାର ୧୭ଟି ଜଳସେଚନ ପ୍ରକଳ୍ପରୁ ପାଣି ନେଉଛି ଆନ୍ଧ୍ର। ଏହି ପାଣିରେ ଶ୍ରୀକାକୁଲମ୍ ଜିଲ୍ଲାର ୫ ହଜାର ୬୫୯ ଏକର ଜମି ଜଳସେଚିତ ହେଉଛି। ହେଲେ ଏସବୁ ଜଳସେଚନ ପ୍ରକଳ୍ପ ଗୁଡ଼ିକର ରକ୍ଷଣାବେକ୍ଷଣ ଓ ମରାମତି ବାବଦକୁ ୨୦୧୧-୧୨ ସୁଦ୍ଧା ୩ କୋଟି ୧୮ ଲକ୍ଷରୁ ଅଧିକ ଟଙ୍କା ବକେୟା ରହିଛି।

୧୯୭୮ ଡିସେମ୍ବର ୧୫ ତାରିଖରେ ଯୁଗ୍ମ କ୍ଷୁଦ୍ର ଜଳସେଚନ ଯୋଜନା ନେଇ ଉଭୟ ରାଜ୍ୟ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଯେଉଁଥିରେ ଦସ୍ତଖତ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏମ୍.ଚାନ୍ନା ରେଡ୍ଡୀ। ଅର୍ଥାତ୍ ୪୦ ବର୍ଷ ହେଲା ଓଡ଼ିଶାର ବିଭିନ୍ନ ଜଳସେଚନ ପ୍ରକଳ୍ପରୁ ଆନ୍ଧ୍ର ପାଣି ନେଉଥିବା ବେଳେ ୧୯୯୧ ଓ ୧୯୯୩ରେ ଓଡ଼ିଶାକୁ ମାତ୍ର କିଛି ଲକ୍ଷ ଟଙ୍କା ଦେଇଥିଲା।

୨୦୧୧-୧୨ ସୁଦ୍ଧା ବକେୟା ପରିମାଣ ବଢ଼ି ୩ କୋଟି ୧୮ ଲକ୍ଷରୁ ଅଧିକ ଟଙ୍କା ହୋଇଛି। ଏସବୁ ସତ୍ତ୍ୱେ ନିରବ ରହିଛନ୍ତି ରାଜ୍ୟ ସରକାର। ୨୦୧୨ରୁ ୨୦୧୮ ପର୍ଯ୍ୟନ୍ତ ଯଦି ହିସାବକୁ ନିଆଯାଏ, ତେବେ ଏହି ପରିମାଣ ଆହୁରି ବଢ଼ିବା ସୁନିଶ୍ଚିତ। ହେଲେ କେତେ ଟଙ୍କା ବକେୟା ଅଛି, ତାହାର ଚୂଡ଼ାନ୍ତ ହିସାବ ବି ହୋଇନାହିଁ।

କିଏ କଣ କହୁଛନ୍ତି

ପାରଳାଖେମୁଣ୍ଡି ତତ୍କାଳୀନ ତହସିଲଦାର ପୂର୍ଣ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି-“ଟଙ୍କା ମିଳିନବାରୁ ୧୯୯୨ ମସିହାରେ ଆନ୍ଧ୍ରପ୍ରଦେଶକୁ ଜଳ ଯୋଗାଣ ବନ୍ଦ କରିଦେଇଥିଲି। ଏହାକୁ ନେଇ ଚାଷୀମାନେ ଆନ୍ଦୋଳନ କରିଥିଲେ। ଫଳରେ ସରକାରଙ୍କ ଉପରେ ଚାପ ପଡ଼ିଲା। ବାଧ୍ୟହୋଇ ଆନ୍ଧ୍ର ସରକାର କିଛି ଟଙ୍କା ପୈଠ କରିଥିଲେ। ତା’ପରଠାରୁ ପଇସାଟିଏ ଦେଇନି ଆନ୍ଧ୍ର।”

ପାରଳାଖେମୁଣ୍ଡି ଆଇନ୍‌ଜୀବୀ ହୀରା ଚାନ୍ଦ କହିଛନ୍ତି-“ମହେନ୍ଦ୍ର ତନୟା ବା ବଂଶଧରା ପାଣିକୁ ଆନ୍ଧ୍ର ଜବରଦସ୍ତ ଅଟକାଇ ରଖିଛି। ରାଜ୍ୟ ସରକାର ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ନିରବ ଦ୍ରଷ୍ଟା ସାଜିଛନ୍ତି।”

କ୍ଷୁଦ୍ର ଜଳସେଚନ ବିଭାଗ ମୁଖ୍ୟଯନ୍ତ୍ରୀ ସରୋଜ ପଟ୍ଟନାୟକ କହିଛନ୍ତି-“୩ କୋଟି ଟଙ୍କା ଜଳ କର ପୈଠ ପାଇଁ ଚିଠି ଲେଖା ଯାଇଥିଲା। ଯୁଗ୍ମ ତଦନ୍ତ ହେବ ବୋଲି କହି ଆନ୍ଧ୍ର ସରକାର ଚିଠିର ଉତ୍ତର ଦେଇନାହାନ୍ତି।”



from OdishaReporter https://ift.tt/2KGZkek

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages