
ନୂଆଦିଲ୍ଲୀ: କ୍ରିକେଟ୍ରେ ନୋ-ବଲ୍ ପକାଇବା କିଛି ବଡ଼କଥା ନୁହେଁ। କିନ୍ତୁ ୱେଷ୍ଟଇଣ୍ଡିଜ୍ ଟିମ୍ର ଜଣେ ଅନ୍ତର୍ଜାତୀୟ କ୍ରିକେଟର୍ ଆଜି ଏମିତି ଏକ ନୋ-ବଲ୍ ପକାଇଛନ୍ତି ଯେ, ଯାହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଚାଲିଛି। ୱେଷ୍ଟଇଣ୍ଡିଜ୍ ପେସ୍ ବୋଲର୍ ସେଲ୍ଡନ୍ କୋଟ୍ଟୋରେଲ୍, କ୍ରିକେଟ୍ ଇତିହାସର ସବୁଠାରୁ ବିପଦଜ୍ଜନକ ତଥା ବଡ଼ ନୋ-ବଲ୍ ପକାଇଛନ୍ତି।
ୱାର୍ଣ୍ଣେର ପାର୍କଠାରେ ଚାଲିଥିବା ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆ ବେଳେ ଏହି ଘଟଣା ଘଟିଥିଲା। ବାଂଲାଦେଶର ଜଣେ ବ୍ୟାଟସ୍ମ୍ୟାନ୍ ବ୍ୟାଟିଂ କରୁଥିବା ବେଳେ, ସେଲ୍ଡନ୍ ବୋଲିଂ କରିବାକୁ ଆସିଥିଲେ। ରନ୍ ଅପ୍ ସମୟରେ ଠିକ୍ ଠାକ୍ ଥିବା ସେଲ୍ଡନ୍ ବୋଲିଂ କରିଥିବା ବଲ୍ଟି ବ୍ୟାଟସ୍ମ୍ୟାନ୍ଙ୍କ ବଦଳରେ, ସିଧା ଦ୍ୱିତୀୟ ସ୍ଲିପ୍ରେ ଜଗିଥିବା ଖେଳାଳିଙ୍କ ପାଖରେ ପହଞ୍ଚିଥିଲା।
ଏଭଳି ବିପଦଜ୍ଜନକ ବୋଲିଂ ପାଇଁ ଅମ୍ପାୟାର ଏହାକୁ ନୋ-ବଲ୍ ଘୋଷଣା କରିଥିଲେ। ହେଲେ ସେଲ୍ଡନ୍ଙ୍କର ଏଭଳି ବୋଲିଂକୁ ଶତାବ୍ଦୀର ସବୁଠାରୁ ବଡ଼ ନୋ-ବଲ୍ ବୋଲି କୁହାଯାଉଛି। ଏହି ଘଟଣା ପରେ ସେଲ୍ଡନ୍ ସାଥି ଖେଳାଳିଙ୍କୁ କ୍ଷମା ମାଗି ପୁଣି ବୋଲିଂ କରିଥିଲେ। ଏହି ମ୍ୟାଚ୍ରେ ସେଲଡନ୍ ୯ ଓଭର ବୋଲିଂ କରି ୫୯ ରନ୍ ଦେବା ସହ ଗୋଟିଏ ୱିକେଟ୍ ପାଇଥିଲେ।
from OdishaReporter https://ift.tt/2NXuqQT
No comments:
Post a Comment