
ନୂଆଦିଲ୍ଲୀ: ଲୋକଙ୍କୁ ଘର ଦେବାକୁ କହି ଠକିଥିବା ‘ଅମ୍ରାପାଲି ଗ୍ରୁପ୍’ ଉପରେ ଆଜି ସୁପ୍ରିମକୋର୍ଟ ଭୀଷଣ କ୍ଷୁବ୍ଧ ହୋଇଛନ୍ତି। ଗ୍ରୁପ୍ର ସମସ୍ତ ନିର୍ଦ୍ଦେଶକଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ସମ୍ପତ୍ତି ଜବତ କରିବାକୁ ଉଚ୍ଚତମ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି।
ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଅରୁଣ ମିଶ୍ର ଓ ଜଷ୍ଟିସ୍ ୟୁ.ୟୁ.ଲଳିତଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଲୋକଙ୍କଠାରୁ ଟଙ୍କା ନେଇ ଅମ୍ରାପାଲି ଗ୍ରୁପ୍ ଘର ନିର୍ମାଣ କରିନାହିଁ।
ବିଭିନ୍ନ କଥା କହି କୋର୍ଟଙ୍କୁ ବାଟବଣା କରିବାକୁ ଚେଷ୍ଟା କରିଛି। ତେଣୁ କାର୍ଯ୍ୟକ୍ଷମ ଥିବା ଅମ୍ରାପାଲି ଗ୍ରୁପ୍ର ୪୦ଟି କମ୍ପାନୀର ସମସ୍ତ ସମ୍ପତ୍ତି ଏବଂ ଏହି କମ୍ପାନୀର ନିର୍ଦ୍ଦେଶକ ମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ସମ୍ପତ୍ତି ଜବତ କରାଯିବ।
ଏଥିସହ ସୁପ୍ରିମକୋର୍ଟ ଗୃହ ଓ ସହରର ଉନ୍ନୟନ ମନ୍ତ୍ରଣାଳୟର ସଚିବ ଓ ଏନ୍ବିସିସିର ଅଧ୍ୟକ୍ଷଙ୍କୁ ବ୍ୟକ୍ତିଗତ ଭାବେ ଆସନ୍ତାକାଲି ସୁଦ୍ଧା ହାଜର ହେବାକୁ କହିଛନ୍ତି। ଅମ୍ରାପାଲି ପ୍ରକଳ୍ପକୁ କେମିତି ଶେଷ କରାଯିବ, ସେ ସମ୍ପର୍କରେ ଏ ଦୁଇ ଅଧିକାରୀ ମତ ରଖିବେ।
ଏହାବାଦ୍ ଖଣ୍ଡପୀଠ ଅମ୍ରାପାଲିର ୪୦ଟି କମ୍ପାନୀରେ କାର୍ଯ୍ୟ କରୁଥିବା ସମସ୍ତ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ମାନଙ୍କ ନାଁ ଆସନ୍ତାକାଲି ସୁଦ୍ଧା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
from OdishaReporter https://ift.tt/2n3vxDi
No comments:
Post a Comment