ଓଲିଉଡ୍‌ର ଏହି ଅଭିନେତ୍ରୀଙ୍କୁ ଅରିନ୍ଦମ୍‌ କହିଲେ, ‘ମୋର ହୋସ୍‌ ନାହିଁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 29, 2018

ଓଲିଉଡ୍‌ର ଏହି ଅଭିନେତ୍ରୀଙ୍କୁ ଅରିନ୍ଦମ୍‌ କହିଲେ, ‘ମୋର ହୋସ୍‌ ନାହିଁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ର ଟପ୍‌ ଅଭିନେତା ଅରିନ୍ଦମ୍‌ ଇଣ୍ଡଷ୍ଟ୍ରିର ଜଣେ ଗୁଡ୍‌ଲୁକିଂ ଅଭିନେତ୍ରୀଙ୍କୁ କହୁଛନ୍ତି, ‘ମୋର ହୋସ୍ ନାହିଁ।’ ଆଉ କେହି ନୁହନ୍ତି, ଏହି ଅଭିନେତ୍ରୀ ହେଉଛନ୍ତି ଏଲିନା। କିନ୍ତୁ କାହିଁକି ଏଲିନାଙ୍କୁ ଅରିନ୍ଦମ କହିଲେ,’ମୋର ହୋସ୍ ନାହିଁ’? ଏହା ଜାଣିବା ପାଇଁ ଆପଣଙ୍କୁ ତରଙ୍ଗ ସିନେ ପ୍ରଡକ୍ସନ୍‌ ଦ୍ୱାରା ନିର୍ମାଣ ହେଉଥିବା ଓଡ଼ିଆ ଫିଲ୍ମ୍‌ ‘ଇସ୍କ୍‌ ପୁଣିଥରେ’କୁ ପରଦାରେ ଦେଖିବା ପାଇଁ ଅପେକ୍ଷା କରିବାକୁ ପଡ଼ିବ।

ପ୍ରକୃତରେ ରିଅଲ୍ ଲାଇଫ୍ ନୁହେଁ, ରିଲ୍‌ରେ ଅରିନ୍ଦମ୍‌ ଏଲିନାଙ୍କୁ କହୁଛନ୍ତି,’ମୋର ହୋସ୍ ନାହିଁ’। ତରଙ୍ଗ ସିନେ ପ୍ରଡକ୍ସନ୍‌ର ଏହି ନିର୍ମାଣାଧୀନ ଓଡ଼ିଆ ଫିଲ୍ମମ୍‌ରେ ଏକ ଗୀତର ଶୀର୍ଷକ ରହିଛି, ‘ମୋର ହୋସ୍‌ ନାହିଁ’। ନିକଟରେ ଏହି ଗୀତଟିର ଶୁଟିଂ ଯାଜପୁର ଜିଲ୍ଲାର କୁସୁମାରେ ଚାଲିଥିଲା। ସୁନ୍ଦର ଲୋକେସନ୍‌ ସାଙ୍ଗକୁ ଏହି ଗୀତର ଦୃଶ୍ୟରେ ଉଭୟ ଅରିନ୍ଦମ୍‌ ଓ ଏଲିନାଙ୍କ ଗେଟ୍‌ଅପ୍‌ ମଧ୍ୟ ଜବରଦସ୍ତ୍‌ ଥିଲା। ହଳଦିଆ ଓ ନାଲି, ଏହିପରି ଭିନ୍ନ ଭିନ୍ନ ରଙ୍ଗର ଡ୍ରେସ୍‌ରେ ଏଲିନା ବେସ୍‌ ଆଟ୍ରାକ୍ଟିଭ୍ ଲାଗୁଥିବାବେଳେ କାଜୁଆଲ୍‌ ଲୁକ୍‌ରେ ଥିଲେ ଅରିନ୍ଦମ୍‌।

ଗୀତର କୋରିଓଗ୍ରାଫି ପାଇଁ ରାଜ୍ୟ ବାହାରରୁ କୋରିଓଗ୍ରାଫର୍‌ ଆସିଥିଲେ।

ତେବେ ‘ଇସ୍କ୍‌ ପୁଣିଥରେ’ ଫିଲ୍ମ ୨୦୧୫ରେ ରିଲିଜ୍‌ ହୋଇଥିବା ଓଡ଼ିଆ ଫିଲ୍ମ ‘ଇଷ୍କ ତୁ ହି ତୁ’ ପିଲ୍ମର ସିକ୍ୱେଲ୍‌। ‘ଇସ୍କ୍‌ ପୁଣିଥରେ’ ଫିଲ୍ମରେ ମଧ୍ୟ ଅରିନ୍ଦମ ଏବଂ ଏଲିନା ମୁଖ୍ୟ ଭୂମିକାରେ  ନଜର ଆସିବେ। ଫିଲ୍ମଟି ଗଣେଶ ପୂଜାରେ ରିଲିଜ୍‌ ହେବାକୁ ଯାଉଛି। ଫିଲ୍ମର ନିର୍ଦ୍ଦେଶନା ଜ୍ୟୋତି ଦାସ ଦେଇଛନ୍ତି।



from Odisha Reporter https://ift.tt/2PcYgl5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages