ଦିନେ ମୋଦିଙ୍କୁ ଦିଲ୍ଲୀ ଛାଡ଼ିବାକୁ କହିଥିଲେ ବାଜପେୟୀ, ଜାଣନ୍ତୁ ତା’ପରେ କ’ଣ ହେଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 17, 2018

ଦିନେ ମୋଦିଙ୍କୁ ଦିଲ୍ଲୀ ଛାଡ଼ିବାକୁ କହିଥିଲେ ବାଜପେୟୀ, ଜାଣନ୍ତୁ ତା’ପରେ କ’ଣ ହେଲା

ନୂଆଦିଲ୍ଲୀ: ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ‘ଭାରତରତ୍ନ’ ଅଟଳ ବିହାରୀ ବାଜପେୟୀଙ୍କୁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁ ଭାବେ ସମ୍ମାନ କରିଆସିଛନ୍ତି। ଏପରି କି ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ହେବା ପଛରେ ବାଜପେୟୀଙ୍କର ହିଁ  ହାତ ଥିବା ସମସ୍ତେ ଜାଣିଛନ୍ତି।

କିନ୍ତୁ ଦିନେ ବାଜପେୟୀ ଶ୍ରୀ ମୋଦିଙ୍କୁ ତୁରନ୍ତ ଦିଲ୍ଲୀ ଛାଡ଼ିଯିବାକୁ କହିଥିବା ଘଟଣା ଏବେ ପୁଣି ସାମ୍ନାକୁ ଆସିଛି। ଏହି ଘଟଣା କିଛି ପୁରୁଣା ସ୍ମତିକୁ ତାଜା କରିଛି।

୧୯୯୫ ମସିହା ଗୁଜରାଟ୍‌ ବିଧାନସଭା ନିର୍ବାଚନ ପରେ ବିଜେପି ନେତୃମଣ୍ଡଳୀ ନରେନ୍ଦ୍ର ମୋଦିଙ୍କୁ ତୁରନ୍ତ ଦିଲ୍ଲୀ ଆସିବାକୁ କହିଥିଲେ। ଏହି ସମୟରେ ମୋଦିଙ୍କୁ ଦଳର ସାଧାରଣ ସମ୍ପାଦକ କରାଯାଇଥିଲା। ଫଳରେ ସେ ହିମାଚଳ ପ୍ରଦେଶ ଓ ହରିଆଣାରେ ଦଳୀୟ ନେତୃତ୍ୱକୁ ସୁଦୃଢ଼ କରିବା କାର୍ଯ୍ୟରେ ଲାଗି ପଡ଼ିଥିଲେ।

୧୯୯୮ରେ ପୁଣି ଗୁଜରାଟରେ ବିଧାନସଭା ନିର୍ବାଚନ ହୋଇଥିଲା। ଏହି ସମୟରେ ମୋଦି ଦିଲ୍ଲୀରେ ଥିଲେ କିନ୍ତୁ ଦଳ ରାଜ୍ୟରେ କାହାକୁ ପ୍ରାର୍ଥୀ କରିବ ଏବଂ କେମିତି ପ୍ରଚାର ହେବ, ତା’ର ସବୁ ଦାୟିତ୍ୱ ମୋଦିଙ୍କ ନେତୃତ୍ୱରେ ହିଁ ସମ୍ପାଦନ କରାଯାଇଥିଲା।

୧୯୯୫ ଓ ୧୯୯୮ରେ ମୋଦି ଯେଉଁଭଳି ଭାବେ ନିର୍ବାଚନ ପରିଚାଳନା କରିଥିଲେ,ତାକୁ ଦେଖି ବାଜପେୟୀ ବେଶ ସନ୍ତୋଷ ପ୍ରକାଶ କରିଥିଲେ।

ଏହି ସମୟରେ ଗୁଜରାଟ୍‌ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲ୍‌ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ସରକାର ଚଳାଇବା ତାଙ୍କ ପକ୍ଷରେ ଏକ ପ୍ରକାରର ଅସମ୍ଭବ ହୋଇପଡ଼ିଲା। ବିଜେପି ନେତୃବୃନ୍ଦ ଚିନ୍ତାରେ ଥିବା ବେଳେ ହଠାତ୍‌ ବୋଝ ଉପରେ ନଳିତା ବିଡ଼ା ପରି ଗୁଜରାଟରେ ଦେଖାଦେଇଥିଲା ପ୍ରଳୟଙ୍କରୀ ଭୂକମ୍ପ।

୨୦୦୧ ସାଧାରଣତନ୍ତ୍ର ଦିବସ ଦିନ ହୋଇଥିବା ଏହି ଭୂକମ୍ପରେ ୧୫ରୁ ୨୦ ହଜାର ଲୋକଙ୍କ ଜୀବନ ଯାଇଥିଲା। ପଟେଲ୍‌ ସରକାରଙ୍କୁ ଏହି ଭୟଙ୍କର ପ୍ରାକୃତିକ ଦୁର୍ବିପାକରୁ ଅଣ୍ଟା ସଳଖି ଛିଡ଼ା ହେବାକୁ ପ୍ରାୟ ଦୀର୍ଘ ୬ରୁ ୮ ମାସ ଲାଗିଥିଲା।

ଏସବୁ ଭିତରେ ହଠାତ୍‌ ମୋଦିଙ୍କୁ ପାଖକୁ ଆସିଥିଲା ଗୋଟିଏ ବାର୍ତ୍ତା। ଏହି ବାର୍ତ୍ତାଟି ପଠାଇଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ। ସେ ମୋଦିଙ୍କୁ ତୁରନ୍ତ ୭ ରେସ୍‌ କୋର୍ସ ରୋଡ୍‌ ସ୍ଥିତ ପ୍ରଧାନମନ୍ତ୍ରୀ ବାସଭବନକୁ ଆସିବାକୁ କହିଥିଲେ।

ଏହି ଖବର ପାଇ ମୋଦି ତୁରନ୍ତ ସେଠାରେ ପହଞ୍ଚିଥିଲେ। ମୋଦି କିଛି ପଚାରିବା ପୂର୍ବରୁ ଅଟଳଜୀ ତାଙ୍କୁ କହିଥିଲେ, “ତୁମେ ଦିଲ୍ଲୀ ଛାଡ଼ି ଦିଅ ଓ ତୁରନ୍ତ ଏଠାରୁ ଚାଲିଯାଅ।” ମୋଦି ଏଭଳି ନିର୍ଦ୍ଦେଶ ଶୁଣି ହଠାତ୍‌ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ପଚାରିଥିଲେ “ ମୁଁ ଏଠୁ କୁଆଡ଼େ ଯିବି?”

ଏହାର ଉତ୍ତର ଅଟଳଜୀ ଗୋଟିଏ ଶବ୍ଦରେ ଦେଇଥିଲେ- ଗୁଜରାଟ୍‌।

ଏହାପରେ ମୋଦି ଆଉ କିଛି ନ ପଚାରି ସିଧା ଗୁଜରାଟ୍‌ ଯାଇଥିଲେ। ଏହାର କିଛି ଦିନ ପରେ ଅର୍ଥାତ ୨୦୦୧ ମସିହା ଅକ୍ଟୋବର ୭ରେ ଶ୍ରୀ ମୋଦି ଗୁଜରାଟ୍‌ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।  ମୋଦି ଶପଥ ନେବାର ସାଢ଼େ ୪ ମାସ ପରେ ଗୁଜରାଟ୍‌ରେ ସୃଷ୍ଟି ହୋଇଥିଲା ଭୟଙ୍କର ସାମ୍ପ୍ରଦାୟିକ ଦଙ୍ଗା।

ଉତ୍ତର ପ୍ରଦେଶର ଅଯୋଧ୍ୟାରୁ ଟ୍ରେନ ଯୋଗେ ଫେରୁଥିବା ୫୮ କର୍‌ସେବକଙ୍କୁ ପୋଡ଼ି ହତ୍ୟା କରାଯିବା ପରେ ଏହି ଦଙ୍ଗା ସୃଷ୍ଟି ହୋଇଥିଲା। ଏହି ଦଙ୍ଗାରେ ୨ହଜାର ମୁସଲିମ୍‌ ଏବଂ ୨୫୪ ଜଣ ହିନ୍ଦୁ ସଂପ୍ରଦାୟର ଲୋକଙ୍କ ମୃତ୍ୟୁ ଘଟିଥିଲା।

ଗୁଜରାଟ୍‌ ଦଙ୍ଗା ଉପରେ ପ୍ରତିକ୍ରିୟା ଦେଇ ଅଟଳଜୀ ଶ୍ରୀ ମୋଦିଙ୍କୁ ବିଚଳିତ ନ ହୋଇ ‘ରାଜଧର୍ମ’ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ।  ଶ୍ରୀ ମୋଦି ମଧ୍ୟ ଏହି ପରାମର୍ଶକୁ ପାଳନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।



from Odisha Reporter https://ift.tt/2Bkb1Z3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages