ଅଟଳଜୀ ଚାଲିଗଲେ, ଇଏ ହେଉଛନ୍ତି ‘ମିନି ଅଟଳ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 17, 2018

ଅଟଳଜୀ ଚାଲିଗଲେ, ଇଏ ହେଉଛନ୍ତି ‘ମିନି ଅଟଳ’

atalvajpayee

ଫରିଦାବାଦ୍: ଭାରତୀୟ ରାଜନୀତିର ଅଜାତଶତ୍ରୁ ଅଟଳ ବିହାରୀ ବାଜପେୟୀଙ୍କର ଗତକାଲି ଦେହାନ୍ତ ହୋଇଯାଇଛି। ଏବେ ଏହି ମହାନ ବ୍ୟକ୍ତିତ୍ୱ ଆମ ଗହଣରେ ନାହାନ୍ତି। ତାଙ୍କ ବଳିଷ୍ଠ ବ୍ୟକ୍ତିତ୍ୱ ଓ ନିର୍ମଳ ଭାବମୂର୍ତ୍ତିକୁ ଆଜି ସାରା ବିଶ୍ୱ ଝୁରୁଛି। ତାଙ୍କ ଅନୁପସ୍ଥିତି ସମସ୍ତଙ୍କୁ ମ୍ରିୟମାଣ କରିଛି। ସବୁଠୁ ବଡ଼କଥା ହେଲା, ଅଟଳଜୀଙ୍କ ଆଦର୍ଶରେ ହଜାର ହଜାର ଲୋକ ଅନୁପ୍ରାଣିତ। ତାଙ୍କ ମାର୍ଗ ଅନୁସରଣ କରନ୍ତି ବହୁ ବ୍ୟକ୍ତି।

ଫରିଦାବାଦ୍‌ର ସେମିତି ଜଣେ ବ୍ୟକ୍ତିଙ୍କୁ ନେଇ ଏବେ ଖୁବ୍ ଚର୍ଚ୍ଚା ଚାଲିଛି। ଯାହାଙ୍କୁ ଲୋକେ କହନ୍ତି ‘ମିନି-ଅଟଳ’।ତାଙ୍କ ଘର ହେଲା ଫରିଦାବାଦ୍‌ ନିକଟସ୍ଥ ବଡୋଲି ଗାଁରେ। ପ୍ରକୃତ ନାଁ ରଣବୀର ସିଂ ଚନ୍ଦିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭାଷଣ ଶୁଣି ଶୁଣି ସେ ମଧ୍ୟ ତାଙ୍କର ଭଲି ଭାଷଣ ଦେଇ ଖୁବ୍ ଚର୍ଚ୍ଚାକୁ ଆସିଛନ୍ତି। ରଣବୀର କେମିତି ଅଟଳଜୀଙ୍କ ଦ୍ୱାରା ପ୍ରଭାବିତ ହେଲେ ତା’ର ବି ଗୋଟେ ଇତିହାସ ଅଛି।

୧୯୮୦ ମସିହାରେ ଦିଲ୍ଲୀର ତୁଗଲକାବାଦ ପ୍ରାଇମେରୀ ସ୍କୁଲରେ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ ଚନ୍ଦିଲା। ୧୯୮୧ ମସିହା ଡିସେମ୍ବର ୪ ତାରିଖରେ କୁତବମୀନାରରେ ଅଘଟଣ ଯୋଗୁ ୪୫ ଜଣ ପିଲାଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଦିଲ୍ଲୀର ରାମଲୀଳା ମଇଦାନ୍‌ରେ ଏକ ଜନସଭାର ଆୟୋଜନ କରାଯାଇଥିଲା। ସେହି ସଭାରେ ହିଁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳଜୀଙ୍କୁ ସିଧା ଦେଖିଥିଲେ ଓ ଶୁଣିଥିଲେ ରଣବୀର ଚନ୍ଦିଲା।

ରଣବୀରଙ୍କ କହିବା ଅନୁଯାୟୀ, ଅଟଳଜୀ ତାଙ୍କ ଭାଷଣରେ କହିଥିଲେ- ‘ଆଜିକାଲି ମୁଁ ପ୍ରାୟତଃ ଅଧ ରାତିରେ ଉଠି ବସୁଛି। ମୋ ଆଖି ସାମ୍ନାରେ କୁତବମୀନାରରେ ମୃତ୍ୟୁବରଣ କରିଥିବା ପିଲାଙ୍କର ବ୍ୟାଗ୍‌, ଡ୍ରେସ୍‌, ଚପଲ ସବୁ ଛିନ୍‌ଛତ୍ର ହୋଇ ପଡ଼ିଥିବାର ଦୃଶ୍ୟ ନାଚି ଯାଉଛି।’

ଚନ୍ଦିଲାଙ୍କୁ ଅଟଳଜୀଙ୍କର ଏହି ଅଭିଭାଷଣ ଖୁବ୍‌ ପ୍ରଭାବିତ କରିଥିଲା। ଏହାପରେ ଅଟଳଜୀ ଯେଉଁ ସ୍ଥାନକୁ ଭାଷଣ ଦେବାପାଇଁ ଗଲେ, ସେଠାରେ ପହଞ୍ଚି ଯାଉଥିଲେ ଚନ୍ଦିଲା।

ଶେଷରେ ୧୯୮୧ରେ ଚନ୍ଦିଲା ଚାକିରି ଛାଡ଼ି ବିଜେପିରେ ସାମିଲ ହୋଇଗଲେ। ଏହାପରେ ଅଟଳଜୀଙ୍କୁ ଅନୁକରଣ କରି ସେ ମଧ୍ୟ ତାଙ୍କ ଶୈଳୀରେ ଭାଷଣ ଦେବା ଆରମ୍ଭ କରିଥିଲେ।

ଅଟଳଜୀଙ୍କ ଶୈଳୀରେ ଚନ୍ଦିଲାଙ୍କ ଭାଷଣ ଶୁଣି ଲୋକେ ଖୁସି ହେଉଥିଲେ। ଧୀରେ ଧୀରେ ଲୋକମନେ ତାଙ୍କୁ ‘ମିନି -ଅଟଳ’ ବୋଲି ଡାକିବା ଆରମ୍ଭ କରିଦେଲେ।



from Odisha Reporter https://ift.tt/2vSaQ1N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages