ଆଜି ମଦର୍‌ ଟେରେସାଙ୍କ ଜନ୍ମତିଥି, ଜାଣନ୍ତୁ ‘ଶାନ୍ତିର ଦୂତ’ ଏହି ମହିୟସୀ ମହିଳାଙ୍କ ୧୦ଟି ବିଚାରଧାରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 26, 2018

ଆଜି ମଦର୍‌ ଟେରେସାଙ୍କ ଜନ୍ମତିଥି, ଜାଣନ୍ତୁ ‘ଶାନ୍ତିର ଦୂତ’ ଏହି ମହିୟସୀ ମହିଳାଙ୍କ ୧୦ଟି ବିଚାରଧାରା

ଈଶ୍ୱର, ଆମର ସଫଳତା ଚାହାଁନ୍ତି ନାହିଁ କି ଏହାକୁ ଅପେକ୍ଷା ମଧ୍ୟ କରନ୍ତି ନାହିଁ। ସେ କେବଳ ଏତିକି ଚାହାଁନ୍ତି ଯେ ଆମେ କେବଳ ଏଥିପାଇଁ ଉଦ୍ୟମ ଜାରି ରଖିବା ଦରକାର।

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ସେ ଥିଲେ ‘ଶାନ୍ତିର ଦୂତ’। ‘ମାନବ ସେବା ହିଁ ମାଧବ ସେବା’ ହିଁ ଥିଲା ତାଙ୍କ ଜୀବନର ମୂଳ ମନ୍ତ୍ର। ଆଜିର ତାରିଖ ଅର୍ଥାତ୍‌ ଅର୍ଥାତ୍‌ ଅଗଷ୍ଟ୍ ୨୬, ୧୯୧୦ ମସିହାରେ ଜନ୍ମଗ୍ରହଣ କରିଥିଲେ ମଦର୍‌ ଟେରେସା। ମେସିଡୋନିଆର ସ୍କୋପ୍‌ଜେରେ ଜନ୍ମ ହୋଇଥିବାଏହି ମହିୟସୀ ମହିଳାଙ୍କର ଆଜି ହେଉଛି ୧୦୮ତମ ଜୟନ୍ତୀ।

କ୍ୟାଥେଲିକ୍‌ ସମ୍ପ୍ରଦାୟରେ ଜନ୍ମ ହୋଇଥିବା ମଦର୍ ଟେରେସା ସାରା ଜୀବନଗରିବ ଏବଂଅବେହଳିତଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ।

ମାନବ ସମାଜରେ ଶାନ୍ତି ପ୍ରତିଷ୍ଠା ପାଇଁ ତାଙ୍କ ନିରବଚ୍ଛିନ୍ନ ଉଦ୍ୟମକୁ ସମ୍ମାନ ଦେଇ୧୯୭୯ ମସିହାରେ ତାଙ୍କୁ ଶାନ୍ତି ପାଇଁ ନୋବେଲ୍‌ ପୁରସ୍କାର ମିଳିଥିଲା।

ଆସନ୍ତୁ ସେହି ଚିରସ୍ମରଣୀୟାଙ୍କ ଜନ୍ମତିଥିରେ ତାଙ୍କର ୧୦ଟି ପ୍ରମୁଖ ବିଚାରଧାରା ଜାଣିବା, ଯହା ପ୍ରତ୍ୟେକ ମଣିଷଙ୍କ ପାଇଁ ବେଶ୍ ଉପଯୋଗୀ।

୧.ଛୋଟ ଛୋଟ କଥାରେ ବିଶ୍ୱାସ ରଖନ୍ତୁ। କାରଣ ଏଥିରୁ ହିଁ ଆପଣଙ୍କୁ ଶାନ୍ତି ମିଳିବ ଏବଂ ଏହି ବିଶ୍ୱାସହିଁ ଆପଣଙ୍କୁ ଆଗକୁ ବଢିବାରେ ସହାୟକ ହେବ। ୨- ଯଦି ମନରେ ଶାନ୍ତି ନାହିଁ, ତେବେ ଏହାର କାରଣ ହେଉଛି ଅନ୍ୟ ପାଇଁ କିଛି କାମ କରିନାହେଁ। ଆମେ ଭୂଲି ଯାଉଛେ ଯେ ଅନ୍ୟ ଜଣଙ୍କ ପାଇଁ ହିଁ ଆମର ଜନ୍ମ ହୋଇଛି।

୩. ଆପଣ ନିଜ ପଡ଼ୋଶୀଙ୍କ ମଙ୍ଗଳ ଓ ଉନ୍ନତି ସମ୍ପର୍କରେ ନିହାତି ଚିନ୍ତା କରିବା ଆବଶ୍ୟକ।

୪.ଈଶ୍ୱର, ଆମର ସଫଳତା ଚାହାଁନ୍ତି ନାହିଁ କି ଏହାକୁ ଅପେକ୍ଷା ମଧ୍ୟ କରନ୍ତି ନାହିଁ। ସେ କେବଳ ଏତିକି ଚାହାଁନ୍ତି ଯେ ଆମେ କେବଳ ଏଥିପାଇଁ ଉଦ୍ୟମ ଜାରି ରଖିବା ଦରକାର।

୫.ଗତ କାଲି ଚାଲିଗଲା, ଆସନ୍ତା କାଲି ଏପର୍ଯ୍ୟନ୍ତ ଆସିନି। ଆମ ପାଖରେ କେବଳ ଆଜି ହିଁ ଅଛି। ତେଣୁ ଆସନ୍ତୁ, ଆଜି ପାଇଁ ବଞ୍ଚିବା ଶିଖିବା।

୬. ଆମେ କେବେ ବି ଜାଣି ପାରୁନେ ଯେ ଟିକେ ହସ ଆମର କେତେ ମଙ୍ଗଳ କରିପାରେ। ଏହା ଅନ୍ୟ କେତେ ଜଣଙ୍କୁ ଖୁସି ମଧ୍ୟ ଦେଇପାରେ।

୭. ଆପଣ ଯାହା ତିଆରି କରିବା ପାଇଁ ଅନେକ ବର୍ଷ ଅତିବାହିତ କରିଦେଇଛନ୍ତି, ତାହା ରାତିକ ଭିତରେ ନଷ୍ଟ ହୋଇଯାଇପାରେ। ତଥାପି ଆଗକୁ ବଢ଼ିବାକୁ ଚେଷ୍ଟା କରନ୍ତୁ।

୮. କିଛି ଲୋକ ବେଳେବେଳେ ଅବାସ୍ତବ, ଅସଙ୍ଗତ ଏବଂ ଆତ୍ମକୈନ୍ଦ୍ରିକ ଚିନ୍ତା କରିଥା’ନ୍ତି। ତଥାପି ସେମାନଙ୍କୁ ଭଲ ପାଇବା ବାଣ୍ଟି ଚାଲନ୍ତୁ।

୯. ଆମେମାନେ ଦୁଃଖରେ ରହିବା ଉଚିତ। କାରଣ ଏହା ଆମ ପାଇଁ ଈଶ୍ୱରଙ୍କ ଚୁମ୍ବନ ସଦୃଶ।
୧୦.ସବୁଠୁ ବଡ଼ ରୋଗ,କୁଷ୍ଠ କିଯକ୍ଷ୍ମା ନୁହେଁ। ଅନ୍ୟକୁ ଅବାଞ୍ଛିତ ବ୍ୟବହାର କରିବା ହିଁ ମଣିଷର ସବୁଠୁ ବଡ ରୋଗ।



from Odisha Reporter https://ift.tt/2Lw1e1E

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages