ଓଡ଼ିଶାର ଓଡ୍ରାଫ ଭଳି କେରଳରେ ଗଠନ ହେବ KSDRF - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 26, 2018

ଓଡ଼ିଶାର ଓଡ୍ରାଫ ଭଳି କେରଳରେ ଗଠନ ହେବ KSDRF

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଖୁବ୍ ଶୀଘ୍ର ଓଡ଼ିଶାର ଡିଜାଷ୍ଟର ରେସପନ୍ସ ଫୋର୍ସ ବା ଓଡ୍ରାଫ୍ ଭଳି କେରଳରେ ଗଠନ ହେବ କେରଳ ଡିଜାଷ୍ଟର ରେସପନ୍ସ ଫୋର୍ସ ବା KSDRF। ଏହି ସୂଚନା ଦେଇଛନ୍ତି କେରଳ ଡିଜିପି ଲୋକନାଥ ବେହେରା।

କେରଳ ବନ୍ୟାରେ ଭାରତୀୟ ନୌସେନା, ସ୍ଥଳସେନା ଓ ବାୟୁସେନା ପକ୍ଷରୁ ଏକ ପ୍ରେସ୍‌ମିଟ୍ କରାଯାଇ ବନ୍ୟାରେ କିଭଳି ଭାବରେ ତିନି ସେନା ମିଳିତ ଭାବେ ଲକ୍ଷ ଲକ୍ଷ ଲୋକଙ୍କୁ ଉଦ୍ଧାର କରିଥିଲେ ସେ ନେଇ ସୂଚନା ଦିଆଯାଇଛି। ପାଖାପାଖି ୨ ଲକ୍ଷ ୪୭ ହଜାର କିଲୋଗ୍ରାମ ଓଜନର ରିଲିଫ ସାମଗ୍ରୀ ବନ୍ୟା ପୀଡ଼ିତଙ୍କ ପାଖରେ ପହଞ୍ଚା ଯାଇଛି।  ୫୮୪ ଥର ବାୟୁସେନା ଟିମ୍‌ ବନ୍ୟା ଘେରରେ ଥିବା ଲୋକମାନଙ୍କୁ ଏୟାରଲିଫ୍ଟ୍ କରିଛି ବୋଲି ମଧ୍ୟ କୁହାଯାଇଛି।

ପ୍ରଳୟଙ୍କରୀ ବନ୍ୟାରେ ପୀଡ଼ିତଙ୍କୁ ସହାୟତା ନିମନ୍ତେ ଓଡ଼ିଶା ଅଗ୍ନିଶମକୁ ସାବାସି ଦେବା ସହ ସମସ୍ତଙ୍କ ସହଯୋଗ ମିଳିଥିବାରୁ ମୃତ୍ୟୁ ସଂଖ୍ୟା ହ୍ରାସ କରାଯାଇ ପାରିଥିବା କହିଛନ୍ତି ଡିଜିପି ଶ୍ରୀ ବେହେରା। ତେବେ ପ୍ରଳୟଙ୍କରୀ ବନ୍ୟାର ପ୍ରକୋପରୁ ଲୋକଙ୍କ ଉଦ୍ଧାର କରିଥିବା ମତ୍ସ୍ୟଜୀବୀ ସମ୍ପ୍ରଦାୟକୁ ପ୍ରକୃତ ହିରୋ ବିବେଚନା କରାଯାଉଛି। ଆସନ୍ତା ୨୯ ତାରିଖରେ ରାଜ୍ୟସ୍ତରୀୟ ସମାବେଶରେ ସମସ୍ତ ମତ୍ସ୍ୟଜୀବୀଙ୍କୁ ପୁରସ୍କୃତ କରାଯିବ ବୋଲି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ କହିଛନ୍ତି।



from Odisha Reporter https://ift.tt/2odmGiY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages