ଗୃହ ମନ୍ତ୍ରଣାଳୟ ନିୟମକୁ ଫୁ, ଖୁଲମ୍‌ଖୁଲା ବିକ୍ରି ହେଉଛି ଏସିଡ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 11, 2018

ଗୃହ ମନ୍ତ୍ରଣାଳୟ ନିୟମକୁ ଫୁ, ଖୁଲମ୍‌ଖୁଲା ବିକ୍ରି ହେଉଛି ଏସିଡ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖୁଲମ୍‌ଖୁଲା ଏସିଡ୍‌ ବିକ୍ରି ରୋକିବା ପାଇଁ କେନ୍ଦ୍ର ସରକାର ତିଆରି କରିଛନ୍ତି କଡ଼ା ନିୟମ। ହେଲେ ସେହି ନିୟମକୁ ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି। ଏସିଡ୍‌ ମାଗିଲା ମାତ୍ରେ ଦୋକାନୀ କିଛି ନପଚାରି ବଢ଼ାଇ ଦେଉଛନ୍ତି।

ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପରେ ଏସିଡ୍‌ ବିକ୍ରି ନେଇ ୨୦୧୩ରୁ ଗୃହ ମନ୍ତ୍ରାଳୟ ତିଆରି କରିଛି କଡ଼ା ନିୟମ। ଗ୍ରାହକକୁ ବିନା ପରିଚୟପତ୍ରରେ ବିକ୍ରି ହୋଇପାରିବନି ଏସିଡ୍। ଏମିତିକି ଏସିଡ୍ କିଣିବାକୁ ଆସୁଥିବା ଗ୍ରହକଙ୍କ ବୟସ ୧୮ବର୍ଷରୁ ଅଧିକ ହୋଇଥିବା ଆବଶ୍ୟକ। କେଉଁ ଉଦ୍ଦେଶ୍ୟରେ ଏସିଡ୍ କିଣିବାକୁ ଆସୁଛନ୍ତି, ତାହା ବି ଦର୍ଶାଇବାକୁ ପଡିବ।

ଏସିଡ୍‌ ବିକ୍ରି ଉପରେ ଗୃହ ମନ୍ତ୍ରାଳୟ ତିଆରି କରିଥିବା କଡ଼ା ନିୟମକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରାଯାଉଛି। ଦୋକାନରେ ମାଗିବା ମାତ୍ରେ କିଛି ପ୍ରଶ୍ନ ନପଚାରି ଦୋକାନୀ ଜଣକ ଏସିଡ୍‌ ବୋତଲ ବଢ଼ାଇ ଦେଉଛନ୍ତି। ଯେଉଁଥିପାଇଁ ରାଜ୍ୟରେ ଏସିଡ୍‌ ଆକ୍ରମଣ ଘଟଣା ଦିନକୁ ଦିନ ବଢ଼ିଚାଲିଛି।

ଏସିଡ୍‌ ଆକ୍ରମଣ ପରିସଂଖ୍ୟାନ ଅନୁସାରେ, ଗତ ୧୦ ବର୍ଷ ଭିତରେ ରାଜ୍ୟରେ ୫୯ଟି ଏସିଡ୍‌ ଆକ୍ରମଣ ଘଟଣା ଘଟିଛି। ମାତ୍ର ସେଥିରୁ ୧୧ ଜଣ ପୀଡ଼ିତାଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କ ଥଇଥାନ ପାଇଁ ରାଜ୍ୟ ସରକାର ସେଭଳି କୌଣସି ଆଖି ଦୃଶିଆ ପଦକ୍ଷେପ ନେଇ ନାହାନ୍ତି। ଏମିତିକି ଏସିଡ୍ ବିକ୍ରି କଟକଣା କଡ଼ାକଡ଼ି ଭାବେ ପାଳନ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।



from OdishaReporter https://ift.tt/2MBWatU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages