ଘରେ ରାନ୍ଧନ୍ତୁ ମାଟିହାଣ୍ଡି କଙ୍କଡ଼ା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 10, 2018

ଘରେ ରାନ୍ଧନ୍ତୁ ମାଟିହାଣ୍ଡି କଙ୍କଡ଼ା

ଆବଶ୍ୟକ ସାମଗ୍ରୀ: କଙ୍କଡ଼ା, କଟା ପିଆଜ, ପିଆଜ ବଟା, ହଳଦୀ  ଗୁଣ୍ଡ, ଲୁଣ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସଲା, ଜିରା ଗୁଣ୍ଡ, ଅଦା ଓ ରସୁଣ ପେଷ୍ଟ୍‌, ତେଲ, ଟମାଟୋ ପେଷ୍ଟ୍‌, ତେଜପତ୍ର, ଫୁଟଣ ଓ ଧନିଆ ପତ୍ର।

ପ୍ରସ୍ତୁତି ପ୍ରଣାଳୀ: କଙ୍କଡ଼ାକୁ ଗରମ ପାଣିରେ ନପକାଇ ଥଣ୍ଡା ପାଣିରେ ରଖି ଚିମୁଟାରେ ଖୋଳପା ଛଡ଼ାଇ ତାକୁ ଧୋଇ ଏକ ପାତ୍ରରେ ରଖନ୍ତୁ। ସେଥିରେ ହଳଦୀ ଗୁଣ୍ଡ, ଲୁଣ, ଲଙ୍କା ଗୁଣ୍ଡ, ପିଆଜ ପେଷ୍ଟ୍‌, ଅଦା ଓ ରସୁଣ ପେଷ୍ଟ୍‌ ଅଳ୍ପ ପକାଇ ଗୋଳାଇ ଦିଅନ୍ତୁ।

crab masalaଏହାପରେ ଚୁଲିରେ ଏକ ମାଟିହାଣ୍ଡି ବସାଇ ସେଥିରେ ତେଲ ପକାନ୍ତୁ। ତେଲ ଗରମ ହେବା ପରେ ସେଥିରେ ଫୁଟଣ ଓ ତେଜପତ୍ର ପକାନ୍ତୁ। ତା’ପରେ ସେଥିରେ କଟା ପିଆଜ ଓ ଲୁଣ ପକାଇ ଭାଜି ଦିଅନ୍ତୁ। ପିଆଜ ବାଦାମୀ ରଙ୍ଗ ହୋଇ ଆସିଲେ ସେଥିରେ ପିଆଜ ପେଷ୍ଟ୍‌, ଅଦା ଓ ରସୁଣ ପେଷ୍ଟ୍‌, ଲଙ୍କା ଗୁଣ୍ଡ ପାକାଇ ଗୋଳାଇ ଦିଅନ୍ତୁ। ଏହାପରେ ସେଥିରେ ଧନିଆ ଗୁଣ୍ଡ, ଜିରା ଗୁଣ୍ଡ ଓ ଅଳ୍ପ ପାଣି ଦେଇ କଷନ୍ତୁ। ମସଲା କଷି ହେବା ପରେ ସେଥିରେ କଙ୍କଡ଼ା, ଟମାଟୋ ପେଷ୍ଟ୍‌ ଆବଶ୍ୟକ ଅନୁଯାୟୀ ପାଣି ଦେଇ ଢାଙ୍କୁଣୀ ଘୋଡ଼ାଇ ଦିଅନ୍ତୁ। ତରକାରି ହୋଇଯିବା ପରେ ସେଥିରେ ଗରମ ମସଲା ପକାଇ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମାଟିହାଣ୍ଡି କଙ୍କଡ଼ା।

ଏହାକୁ ଏକ ପାତ୍ରକୁ କାଢ଼ି ସେଥିରେ ଧନିଆ ପତ୍ର ପକାଇ ପରଶନ୍ତୁ। ମନେ ରଖିବେ  ଆପଣ ତରକାରିରେ ଝୋଳ ରଖି ପାରିବେ, ନଚେତ୍‌ କଷିଲା ଭଳି କରି ଖାଇ ପାରିବେ।



from OdishaReporter https://ift.tt/2Ma3UHm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages