ପୁଅର ଶବକୁ କାନ୍ଧରେ ବୋହି ଡାକ୍ତରଖାନା ନେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 10, 2018

ପୁଅର ଶବକୁ କାନ୍ଧରେ ବୋହି ଡାକ୍ତରଖାନା ନେଲେ

କାମାକ୍ଷାନଗର(ରାକେଶ ଦେହୁରୀ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍‌ ଏକତାଳି ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଅର୍ଥାଭାବରୁ ଶବ ବ୍ୟବଚ୍ଛେଦ ପାଇଁ କାନ୍ଧରେ ପୁଅର ଶବକୁ ଡାକ୍ତରଖାନାକୁ ବୋହିକି ନେଲେ ପରିବାର ଲୋକେ।

ସୂଚନାଅନୁସାରେ, ଗତକାଲି ରାତିରେ ଗାଁର ଜଗା ମୁଣ୍ଡାଙ୍କ ପୁଅ ସୁମନ୍ତ (୯) କ୍ରସର କ୍ୟାମ୍ପ୍‌ରେ ଥିବା ଘରେ ଶୋଇଥିଲା। ଏହି ସମୟରେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ି ଦେଇଥିଲା। ସଙ୍ଗେସଙ୍ଗେ ତାଙ୍କୁ କାମାକ୍ଷାନଗର ଡାକ୍ତରଖାନାକୁ ନିଆଯାଇଥିଲା।  ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ଘର ଲୋକ ଏକ ଅଟୋ ଭଡ଼ା କରି ମୃତଦେହକୁ ଘରକୁ ଆଣିଥିଲେ। ଡାକ୍ତର କହିଛନ୍ତି, ରାତିରେ ଶବ ବ୍ୟବଚ୍ଛେଦ ପାଇଁ କୁହାଯାଇଥିଲେ ମଧ୍ୟ ସେମାନେ ଶୁଣି ନଥିଲେ ଓ ଶବକୁ ନେଇଯାଇଥିଲେ।

ଆଜି ସକାଳେ ଆଶା ଦିଦି ଏବଂ ସ୍ଥାନୀୟ ସରପଞ୍ଚ ଶବ ବ୍ୟବଚ୍ଛେଦ ହେଲେ ସହାୟତା ମିଳିବ ବୋଲି କହିବା ପରେ ପରିବାର ଲୋକେ ପୁଅର ଶବକୁ କାନ୍ଧରେ ବୋହି ବୋହି ଡାକ୍ତରଖାନାକୁ ନେଇଥିଲେ।



from OdishaReporter https://ift.tt/2OmOD2G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages