ଶାହ ଦେଇଥିଲେ ହୋମ୍‌ୱାର୍କ, ଏବେ ହିସାବ ଦେବେ ରାଜ୍ୟ ନେତାଏ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 4, 2018

ଶାହ ଦେଇଥିଲେ ହୋମ୍‌ୱାର୍କ, ଏବେ ହିସାବ ଦେବେ ରାଜ୍ୟ ନେତାଏ

ଭୁବନେଶ୍ୱର : ଦଳର ଜାତୀୟ ଅଧ୍ୟକ୍ଷ ଅମିତ ଶାହ ଦେଇଥିବା ୧୨୦ ସିଟ୍ ଟାର୍ଗେଟ୍ ହାସଲ କରିବା ଦିଗରେ ରାଜ୍ୟ ନେତୃତ୍ୱ କେତେଦୂର ସଫଳ ହୋଇଛନ୍ତି ତା’ର ହିସାବ କିତାବ ହେବ। ତୃଣମୂଳସ୍ତରରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ନିମନ୍ତେ ଉପରୁ ଚାପ ବଢ଼ିବା ପରେ ଆସନ୍ତାକାଲି ବିଜେପି କୋର୍ ଟିମ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି।

ବୈଠକରେ ତୃଣମୂଳସ୍ତରରେ ଦଳକୁ ସୁଦୃଢ଼ କରିବା ପାଇଁ ଜାତୀୟ ନେତୃତ୍ୱ ଦେଇଥିବା ‘ଟାସ୍କ’ର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହେବ। ଦଳର ଜାତୀୟ ଯୁଗ୍ମ ସାଧାରଣ ସମ୍ପାଦକ(ସଂଗଠନ) ସୌଦାନ ସିଂହଙ୍କ ଉପସ୍ଥିତିରେ ରାଜ୍ୟ କର୍ମକର୍ତ୍ତାମାନଙ୍କ ସହ ବୈଠକ ହେବ ବୋଲି ଜଣାପଡ଼ିଛି।

ଦଳର ଜାତୀୟ ସମ୍ପାଦକ ସୁରେଶ ପୂଜାରୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର ରାଜ୍ୟ ନେତାମାନଙ୍କର ଏକ ବୈଠକ ଆସନ୍ତାକାଲି ଭୁବନେଶ୍ୱରରେ ବସିବ। ଏହି ବୈଠକରେ ସଂଗଠନକୁ ସୁଦୃଢ଼ କରିବା ପାଇଁ ଦଳର ଜାତୀୟ ଅଧ୍ୟକ୍ଷ ଅମିତ୍ ଶାହ ଦେଇଥିବା ଟାସ୍କରୁ କେତେ ପୂରଣ ହୋଇଛି ତା’ର ଆକଳନ କରାଯିବ। ଏହା ସହିତ ଜାତୀୟ ଅଧ୍ୟକ୍ଷଙ୍କୁ ମଧ୍ୟ ଏକ ରିପୋର୍ଟ ଦିଆଯିବ।

ଅପରପକ୍ଷରେ ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି କୋର କମିଟିର ସଦସ୍ୟଙ୍କ ବୈଠକରେ ମୁଖ୍ୟତଃ ବିଭିନ୍ନ ସଂସଦୀୟ କ୍ଷେତ୍ର ପାଇଁ ନିଯୁକ୍ତି ପାଇଥିବା ପ୍ରଭାରୀ, ଜିଲ୍ଲା ସଭାପତି ଓ ବିସ୍ତାରକଙ୍କ କାର୍ଯ୍ୟର ସମୀକ୍ଷା ହେବ।

ସେମାନେ ଦେଇଥିବା ରିପୋର୍ଟକୁ ଅନୁଧ୍ୟାନ କରାଯିବା ପରେ କେଉଁ ପରିସ୍ଥିତିରେ ୩୬ହଜାର ବୁଥ୍ କମିଟି ଗଠନ ହୋଇପାରିନି ତା’ର ବିଶ୍ଲେଷଣ କରାଯିବ। ରାଜ୍ୟରେ ଏପର୍ଯ୍ୟନ୍ତ ପ୍ରାୟ ୨୧,୫୦୦ହଜାର ବୁଥ୍ କମିଟି ଗଠନ ସମ୍ଭବପର ହୋଇପାରିଛି।

ପ୍ରତ୍ୟେକ ବୁଥ୍ କମିଟିରେ ପ୍ରଥମେ ୫୦ ଓ ପରେ ୪୦୦ଲୋକଙ୍କୁ ଯୋଡ଼ିବାକୁ ଟାର୍ଗେଟ୍ ଦିଆଯାଇଥିଲା। ସେହି ଲକ୍ଷ୍ୟକୁ ମଧ୍ୟ ପୂରଣ କରାଯାଇ ପାରିନି। ଦଳର ‘ମୋ ବୁଥ ସବୁଠୁ ମଜଭୁତ’ କାର୍ଯ୍ୟକ୍ରମରେ ୩୬ହଜାର ବୁଥ୍ ମାଧ୍ୟମରେ ୧.୪୦କୋଟି ଭୋଟରଙ୍କୁ ଯୋଡ଼ିବାକୁ କେନ୍ଦ୍ରୀୟ ନେତୃତ୍ୱ ଟାର୍ଗେଟ୍ ଦେଇଥିଲେ।

ଏଥିପାଇଁ ବିସ୍ତାରକ, ଶକ୍ତିକେନ୍ଦ୍ର ପ୍ରମୁଖ ଓ ପ୍ରଭାରୀମାନଙ୍କୁ ସ୍ଥାନୀୟ ପଦାଧିକାରୀଙ୍କ ସହ ମିଶି କାର୍ଯ୍ୟ କରିବାକୁ କୁହାଯାଇଥିଲା। କିନ୍ତୁ ତାହା ସମ୍ଭବପର ହୋଇନଥିବାରୁ ଜାତୀୟ ନେତୃତ୍ୱ ଖପ୍ପା ହୋଇଥିବା ଜଣାପଡ଼ିଛି।

ଇତିମଧ୍ୟରେ ଦଳର ଯୁଗ୍ମ ସମ୍ପାଦକ(ସଂଗଠନ) ସୌଦାନ ସିଂହ ଓଡ଼ିଶା ଆସି ଜିଲ୍ଲାୱାରୀ ନେତାମାନଙ୍କଠୁ ମଧ୍ୟ ଫିଡବ୍ୟାକ୍ ନେବା ସହ ଧିମା ଗତିରେ ଚାଲିଥିବା ସାଂଗଠନିକ କାର୍ଯ୍ୟ ଯୋଗୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବୋଲି ଦଳର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, କୋର୍ କମିଟିରେ ଦୁଇ କେନ୍ଦ୍ରମନ୍ତ୍ରୀ, ରାଜ୍ୟ ସଭାପତି, ବିଧାୟକ ଦଳ ନେତା ଓ ପୂର୍ବତନ ରାଜ୍ୟ ଅଧ୍ୟକ୍ଷମାନେ ରହିଛନ୍ତି।



from OdishaReporter https://ift.tt/2KrL7Si

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages