ସହିପାରିଲେନି କରୁଣାନିଧିଙ୍କ କଷ୍ଟ, ଦୁଃଖରେ ଚାଲିଗଲା ୨୧ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 1, 2018

ସହିପାରିଲେନି କରୁଣାନିଧିଙ୍କ କଷ୍ଟ, ଦୁଃଖରେ ଚାଲିଗଲା ୨୧ ଜୀବନ

ଚେନ୍ନାଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ସୁପ୍ରିମୋ ଏମ୍‌. କରୁଣାନିଧି ଏବେ ହସ୍ପିଟାଲ୍‌ର ଆଇସିୟୁରେ ଅଛନ୍ତି। ତାଙ୍କ ଆଶୁ ଆରୋଗ୍ୟ କାମନା କରି ଲକ୍ଷ ଲକ୍ଷ ପ୍ରଶଂସକ ହସ୍ପିଟାଲ୍‌ ବାହାରେ ପୂଜାର୍ଚ୍ଚନା କରୁଛନ୍ତି। କିନ୍ତୁ ହସ୍ପିଟାଲ୍‌ ବେଡ୍‌ରେ କରୁଣାନିଧି କଷ୍ଟ ପାଉଥିବାରୁ ଡିଏମ୍‌କେର କିଛି କର୍ମୀ ଏହାକୁ ସହିପାରି ନାହାନ୍ତି।

କରୁଣାନିଧିଙ୍କ ଅସୁସ୍ଥତା ଖବର ଶୁଣି ୨୧ ଜଣ ଡିଏମ୍‌କେ କ୍ୟାଡର୍‌, ଶକ୍ତ ଆଘାତ ପାଇବା ସହ ଦୁଃଖରେ ଭାଙ୍ଗିପଡ଼ି ପ୍ରାଣ ହରାଇଛନ୍ତି। ଆଜି ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ କରୁଣାନିଧିଙ୍କ ପୁଅ ତଥା ଡିଏମ୍‌କେର କାର୍ଯ୍ୟକାରୀ ସଭାପତି ଏମ୍‌.କେ. ଷ୍ଟାଲିନ୍‌ ଆଶ୍ଚର୍ଯ୍ୟଚକିତ ହେବା ସହ ଦୁଃଖ ପ୍ରକାଶ କରିଛନ୍ତି।

ସେ କହିଛନ୍ତି, ଏଭଳି ଖବର ପାଇ ମୁଁ ମର୍ମାହତ। ପାର୍ଟି କର୍ମୀମାନେ ଦୁଃଖରେ ଏମିତି ଭାଙ୍ଗି ପଡ଼ିବା ଠିକ୍‌ ନୁହେଁ। ସମସ୍ତେ କରୁଣାନିଧିଙ୍କ ଆଶୁ ଆରୋଗ୍ୟ କାମନା କରନ୍ତୁ। କିନ୍ତୁ କେହି ଅଘଟଣ ଘଟିବା ଭଳି ପରିସ୍ଥିତି ସୃଷ୍ଟି କରନ୍ତୁ ନାହିଁ। କର୍ମୀମାନେ ଶାନ୍ତ ରୁହନ୍ତୁ। ଲକ୍ଷ ଲକ୍ଷ ପ୍ରଶଂସକଙ୍କ ପ୍ରାର୍ଥନା ଯୋଗୁ କରୁଣାନିଧି ସୁସ୍ଥ ହେଉଛନ୍ତି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ କରୁଣାନିଧିଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି। ଜୁଲାଇ ୨୮ରୁ କରୁଣାନିଧି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଗତ ମଙ୍ଗଳବାର ରାତିରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ହସ୍ପିଟାଲ୍‌ ଯାଇ କରୁଣାନିଧିଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ।



from OdishaReporter https://ift.tt/2ManS0P

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages