
ଲଣ୍ଡନ୍: ବର୍ଷା ବାଧାପ୍ରାପ୍ତ ଲର୍ଡସ୍ ଟେଷ୍ଟ୍ରେ ଭାରତକୁ ପ୍ରାରମ୍ଭିକ୍ ଝଟ୍କା ଲାଗିଛି। ଓଦା ପିଚ୍ରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିବା ଘରୋଇ ଇଂଲଣ୍ଡ ଓପନ୍ର ମୁରଲୀ ବିଜୟଙ୍କୁ ଖାତା ଖୋଲିବା ଆଗରୁ ପ୍ୟାଭିଲିୟନ୍ ପଠାଇ ଭାରତକୁ ଜବରଦସ୍ତ ଝଟ୍କା ଦେଇଛି।
ଶେଷ ଖବର ସୁଦ୍ଧା ଭାରତ ୬ ଓଭର୍ରେ ୧ ୱିକେଟ୍ ହରାଇ ମାତ୍ର ୧୦ ରନ୍ କରିଛି।
ବର୍ଷା ଯୋଗୁ ଲର୍ଡସ୍ରେ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟ୍ର ପ୍ରଥମ ଦିନ ସଂପୂର୍ଣ୍ଣ ଧୋଇ ଯାଇଥିଲା। ଆଜି ବର୍ଷା ଛାଡ଼ିଥିବାରୁ ନିର୍ଦ୍ଧାରିତ ସମୟରେ ଟସ୍ ପଡ଼ିଥିଲା। ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ଟସ୍ ଜିତି ଓଦା ଗ୍ରାଉଣ୍ଡ୍ର ଫାଇଦା ଉଠାଇବାକୁ ବୋଲିଂ ନିଷ୍ପତ୍ତି ନେଇଥିଲେ।
ରୁଟ୍ଙ୍କ ଏହି ନିଷ୍ପତ୍ତିକୁ ପେସ୍ ବୋଲର୍ ଜେମ୍ସ ଆଣ୍ଡରସନ୍ ସଠିକ୍ ସାବ୍ୟସ୍ତ କରି ପ୍ରଥମ ଓଭରରେ ହିଁ ମୁରଲୀ ବିଜୟଙ୍କୁ କ୍ଲିନ୍ ବୋଲ୍ଡ କରିଦେଇଥିଲେ।
ଧୱନଙ୍କ ସ୍ଥାନରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଥିବା ଚେତେଶ୍ୱର ପୂଜାରା ନିଜର ଫେଭରାଇଟ୍ ୩ ନମ୍ବରରେ ବ୍ୟାଟିଂ କରୁଛନ୍ତି। ସେହିଭଳି ଅନ୍ୟତମ୍ ଓପନର୍ କେଏଲ୍ ରାହୁଲ କ୍ରିଜ୍ରେ ସଂଘର୍ଷ ଜାରି ରଖିଛନ୍ତି।
ଟିମ୍ ଇଣ୍ଡିଆ ଆଜି ଦୁଇଟି ପରିବର୍ତ୍ତନ ସହ ପଡ଼ିଆକୁ ଓହ୍ଲାଇଛି। ଶିଖର ଧୱନଙ୍କ ବଦଳରେ ପୂଜାରା ଓ ପେସ୍ ବୋଲର୍ ଉମେଶ ଯାଦବଙ୍କ ସ୍ଥାନରେ ଚାଇନାମ୍ୟାନ୍ କୁଲଦୀପ ଯାଦବଙ୍କୁ ଚୂଡ଼ାନ୍ତ ଲାଇନ୍ ଅପ୍ରେ ସାମିଲ କରାଯାଇଛି।
ସେହିଭଳି ୫ଟିକିଆ ସିରିଜ୍ରେ ୧-୦ରେ ଆଗୁଆ ଥିବା ଇଂଲଣ୍ଡ ମଧ୍ୟ ଦଳରେ ଦୁଇଟି ପରିବର୍ତ୍ତନ କରିଛି। ଷ୍ଟୋକ୍ସଙ୍କ ସ୍ଥାନରେ ୱକ୍ସ ଖେଳୁଥିବା ବେଳେ ମାଲାନ୍ଙ୍କ ସ୍ଥାନରେ ନବାଗତ ଓଲି ପୋପ୍ଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିଛି।
from OdishaReporter https://ift.tt/2KGM6hI
No comments:
Post a Comment