ଏନ୍‌ଆର୍‌ସି ପ୍ରସଙ୍ଗରେ ତେଜୁଛି ବିବାଦ: ସିଲଚର୍‌ ଏୟାରପୋର୍ଟରୁ ଟିଏମ୍‌ସିର ଟିମ୍‌ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 2, 2018

ଏନ୍‌ଆର୍‌ସି ପ୍ରସଙ୍ଗରେ ତେଜୁଛି ବିବାଦ: ସିଲଚର୍‌ ଏୟାରପୋର୍ଟରୁ ଟିଏମ୍‌ସିର ଟିମ୍‌ ଗିରଫ

ନୂଆଦିଲ୍ଲୀ:  ଆସାମ ନ୍ୟାଶନାଲ୍‌ ରେଜିଷ୍ଟର୍‌ ଅଫ୍‌ ସିଟିଜେନ୍‌ସ (ଏନ୍‌ଆର୍‌ସି) ତାଲିକାରୁ ୪୦ ଲକ୍ଷ ଲୋକ ବାଦ ପଡ଼ିବା ଘଟଣାକୁ ନେଇ ବିବାଦ ଜାରି ରହିଛି।

ଏହାକୁ ବିରୋଧ କରି ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ଏକ ଟିମ୍‌ ଆଜି ଆସାମ ଯାଇ ଆନ୍ଦୋଳନ କରିବାକୁ ଯୋଜନା କରିଥିଲା। କିନ୍ତୁ ଟିଏମ୍‌ସିର ଏହି ୮ ଜଣିଆ ଟିମ୍‌କୁ ପୁଲିସ୍‌ ସିଲଚର୍‌ ବିମାନବନ୍ଦରରୁ ଗିରଫ କରିଛି।

ଏହି ଟିମ୍‌ରେ ୬ ସାଂସଦଙ୍କ ସହ ଜଣେ ମନ୍ତ୍ରୀ ଏବଂ ଜଣେ ବିଧାୟକ ରହିଛନ୍ତି।

ପୁଲିସ୍‌ ଏମାନଙ୍କୁ ଗିରଫ କରିଥିଲେ ହେଁ ଟିମ୍‌ର ସଦସ୍ୟମାନେ ବିମାନବନ୍ଦର ଛାଡ଼ିବାକୁ ରାଜି ହୋଇ ନଥିଲେ। ଫଳରେ ବିମାନବନ୍ଦରରେ କିଛି ସମୟ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।

ବିମାନବନ୍ଦର ନଛାଡ଼ିବାକୁ ଦଳର ସୁପ୍ରିମୋ ମମତା ବାନାର୍ଜୀ ଦଳୀୟ ନେତାଙ୍କୁ କହିଛନ୍ତି। ଆସାମରେ ବର୍ତ୍ତମାନ ସୁପର ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି। ସରକାର ବାଦ୍‌ ପଡ଼ିଥିବା ଲୋକଙ୍କ ସହ କଥା ହେବାକୁ ଦେଉନାହାନ୍ତି ବୋଲି ସେ କହିଛନ୍ତି।

ଏହି ଟିମ୍‌ର ସଦସ୍ୟମାନେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାକୁ ଆସାମ ଯାଉଥିବାବେଳେ ପୁଲିସ୍‌ ସେମାନଙ୍କୁ ଗିରଫ କରିଛି। ଏମାନଙ୍କ ସହ ଦୁର୍ବ୍ୟବହାର କରାଯାଇଛି ବୋଲି ଟିଏମସି ସାଂସଦ ଡେରେକ୍‌ ଓବ୍ରା‌ଏନ୍‌ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ସିଲଚରରେ ୧୪୪ ଧାରା ଲାଗୁ କରାଯାଇଥିଲା। ଏହା ସତ୍ତ୍ୱେ ଟିଏମ୍‌ସିର ଟିମ୍‌ ସେଠାରେ ପହଞ୍ଚିଥିବାରୁ ସେମାନଙ୍କୁ ଗିରଫ କରାଯାଇଛି ବୋଲି ଆସାମ ସରକାରଙ୍କ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ଆଜି ଟିଏମ୍‌ସିର ଆସାମ ମୁଖ୍ୟ ଦ୍ୱିପେନ୍‌ ପାଠକ ଦଳର ସୁପ୍ରିମୋ ମମତା ବାନାର୍ଜୀଙ୍କ  ଏନ୍‌ଆର୍‌ସି ଆଭିମୁଖ୍ୟକୁ ବିରୋଧ କରି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।

ମମତା ନିଜର ରାଜନୀତିକ ଫାଇଦା ପାଇଁ ଏଭଳି ଏନ୍‌ଆର୍‌ସି ଡ୍ରାଫ୍ଟ୍‌ ତାଲିକାକୁ ନେଇ ହୋ-ହଲ୍ଲା କରୁଛନ୍ତି ବୋଲି ଶ୍ରୀ ପାଠକ କହିଛନ୍ତି।

 



from OdishaReporter https://ift.tt/2Klc3Db

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages