ରୋଡ୍‌ ରୋମିଓଙ୍କୁ ଚପଲରେ ସେକିଲେ ଯୁବତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 2, 2018

ରୋଡ୍‌ ରୋମିଓଙ୍କୁ ଚପଲରେ ସେକିଲେ ଯୁବତୀ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ସବୁଦିନ କମେଣ୍ଟ ମାରି ମନ ଶାନ୍ତି କରୁଥିବା ଯୁବକ ଜଣକ ଆଜି କିନ୍ତୁ ପଡ଼ିଥିଲେ ଅଠାକାଠିରେ। ଆଖି ଉଠେଇ ଅନେଇବାକୁ ବି ତାଙ୍କର ସାହସ ନ ଥିଲା। କଲେଜ ଫେରନ୍ତା ଝିଅଟିଏ ଝପଟି ପଡ଼ିଥିଲେ ତାଙ୍କ ଉପରେ । ଆଖି ବୁଜା ମାଡ଼ ମାରି ଚାଲିଥିଲେ। ଚୁଟି ଘୋଷାରି, କୋଲାର ଧରି ଚପଲରେ ଗାଲକୁ ସେକି ଚାଲିଥିଲେ । ଦେଖିଲାବାଲା ବି ମଜା ନେଲେ ଆଉ ଭିଡିଓ କରିବାରେ ଲାଗିଥିଲେ। ରୋଡ୍‌ ରୋମିଓଙ୍କ ଅବସ୍ଥା ଦେଖି କିଛି ଲୋକି ଝିଅଟିର ସାହସକୁ ବି ସାବାସି ଦେଇଥିଲେ।

ବ୍ରହ୍ମପୁର ସହର ଗାନ୍ଧିନଗର ଅଞ୍ଚଳରେ ଏହି ଘଟଣା ଘଟିଛି। ସମ୍ପୃକ୍ତ କଲେଜ ଛାତ୍ରୀଙ୍କୁ ଯୁବକ ଜଣକ ବାରମ୍ବାର କମେଣ୍ଟ ମାରୁଥିଲା। କଲେଜ ଯିବା ଆସିବା ବାଟରେ ଛକି ରହି ସେ ଏଭଳି କରୁଥିଲା। ହେଲେ ଅସହ୍ୟ ହେବାରୁ ଶେଷରେ ଯୁବତୀ ଜଣକ ଆଜି ଏଭଳି ଚରମ ପଦକ୍ଷେପ ନେଇଛନ୍ତି।  ରୋଡ୍‌ ରୋମିଓଙ୍କୁ ମାଡ଼ ମାରୁଥିବା ବେଳେ ଏହି ସମୟରେ ରାସ୍ତାରେ ଯାଉଥିବା ଲୋକ ଏହି ଦୃଶ୍ୟକୁ ଭିଡିଓ  କରି ସୋଶାଲ ମିଡିଆରେ ଅପଲୋଡ୍‌ କରି ଦେଇଛନ୍ତି।

ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ ସେତେବେଳକୁ ସଂପୃକ୍ତ ଯୁବକ ଘଟଣାସ୍ଥଳରୁ ପଳାଇଯାଇଥିଲା। ଥାନାରେ ଏ ନେଇ କୌଣସି ଅଭିଯୋଗ ମଧ୍ୟ ହୋଇନାହିଁ।



from OdishaReporter https://ift.tt/2LP59Mf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages