ବିଜେଡି ଲଜ୍ଜିତ ନା ଗର୍ବିତ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 4, 2018

ବିଜେଡି ଲଜ୍ଜିତ ନା ଗର୍ବିତ ?

ଭୁବନେଶ୍ୱର : ସି-ଶୋର୍ ଚିଟ୍‌ଫଣ୍ଡ ଠକେଇ ମାମଲାରେ ଅଭିଯୁକ୍ତ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇବା ପାଇଁ ବିଜେଡି ପକ୍ଷରୁ ପ୍ରସ୍ତୁତି ଚାଲିଛି।

ଆସନ୍ତା ୬ ତାରିଖରେ ବିଧାୟକ ଶ୍ରୀ ବିଶ୍ୱାଳଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରୁ କଟକ ପର୍ଯ୍ୟନ୍ତ ଏକ ବିଶାଳ ରାଲିରେ ପାଛୋଟି ନେବାର କାର୍ଯ୍ୟକ୍ରମ ରହିଛି। ତେବେ ବିଜେଡିର ଏଭଳି ସମ୍ବର୍ଦ୍ଧନା ପର୍ବ ଦଳ ପାଇଁ ଲଜ୍ଜା ନା ଗର୍ବର ବିଷୟ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଚିଟ୍‌ଫଣ୍ଡ ଠକେଇ ମାମଲାରେ ୨୦୧୭ ସେପ୍ଟେମ୍ବର ମାସରେ ଗିରଫ ହୋଇ ଜେଲ୍ ଯାଇଥିବା ବିଧାୟକ ଶ୍ରୀ ବିଶ୍ୱାଳଙ୍କୁ ସ୍ଵାସ୍ଥାବସ୍ଥା କାରଣରୁ ପ୍ରଥମେ ଅନ୍ତରୀଣ ଓ ପରେ ନିୟମିତ ଜାମିନ ପ୍ରଦାନ କରାଯାଇଛି।

ସେ ଦିଲ୍ଲୀରେ ଚିକିତ୍ସିତ ହୋଇ ୬ ତାରିଖରେ ତାଙ୍କ କଟକ ଘରକୁ ଫେରୁଥିବାରୁ, ତାଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ପ୍ରାୟ ୧୫୦୦ରୁ ୨୦୦୦ ସମର୍ଥକ ଏକ ବିଶାଳ ବାଇକ୍ ରାଲିରେ କଟକ ପର୍ଯ୍ୟନ୍ତ ପାଛୋଟି ନେବେ। କଟକର ପ୍ରେସ୍ ଛକଠାରେ ଏକ ସାଧାରଣ ସଭାରେ ତାଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯିବାର କାର୍ଯ୍ୟକ୍ରମ ରହିଛି।

ଗରିବ ଲୋକଙ୍କ କଷ୍ଟଲବ୍ଧ ଅର୍ଥକୁ ହଡ଼ପ କରିଥିବା ଚିଟ୍‌ଫଣ୍ଡ କମ୍ପାନୀ ସହ ଜଡ଼ିତ ଥିବା ବିଜେଡି ବିଧାୟକ ଓ ନେତାମାନଙ୍କୁ ସିବିଆଇ ଗିରଫ କରିବା ଓ ସେମାନେ ଜେଲ୍ ଯିବା ଦଳ ପାଇଁ ଲଜ୍ଜାକର ବିଷୟ ଭାବେ ବିଚାର କରାଯାଉ ନାହିଁ। ବରଂ, ରାଜନୀତିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସେମାନଙ୍କୁ ସମ୍ବର୍ଦ୍ଧନା ଦେବା ଭଳି କାର୍ଯ୍ୟ ପାଇଁ ବିଜେଡି ନେତୃତ୍ଵ ଅନୁମତି ଦେଉଥିବା କଥାକୁ କେହି ହଜମ କରିପାରୁ ନାହାନ୍ତି। କୋର୍ଟଙ୍କ ଅନ୍ତରୀଣ ଜାମିନ କ’ଣ ନିର୍ଦ୍ଦୋଷ ହୋଇଥିବାର ସାର୍ଟିଫିକେଟ ? ଏଥିରୁ ଜନତାଙ୍କୁ କଣ ସଂକେତ ମିଳୁଛି, ତାକୁ ନେଇ ଚର୍ଚ୍ଚା।



from OdishaReporter https://ift.tt/2vCGcIH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages