ବେକାର ଗଲା ବିରାଟ୍‌ଙ୍କ ଲଢ଼ୁଆ ପ୍ରଦର୍ଶନ, ହାରିଲା ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 4, 2018

ବେକାର ଗଲା ବିରାଟ୍‌ଙ୍କ ଲଢ଼ୁଆ ପ୍ରଦର୍ଶନ, ହାରିଲା ଭାରତ

ବର୍ମିଂହାମ: ଅଧିନାୟକ ବିରାଟ କୋହଲିଙ୍କ ଲଢ଼ୁଆ ବ୍ୟାଟିଂ ସତ୍ତ୍ୱେ ଇଂଲଣ୍ଡ ଗସ୍ତର ପ୍ରଥମ ଟେଷ୍ଟ୍‌ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ପରାଜୟର ତିକ୍ତ ସ୍ୱାଦ ପାଇଛି। ଏହା ସାଙ୍ଗକୁ ଏଜବାଷ୍ଟନ୍‌ ଟେଷ୍ଟର ପ୍ରଥମ ଇନିଂସରେ ଦର୍ଶନୀୟ ଶତକ ସାଙ୍ଗକୁ ଦ୍ୱିତୀୟ ଇନିଂସରେ କୋହଲିଙ୍କ ଅର୍ଦ୍ଧଶତକ ବେକାର ଯାଇଛି।

ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତୀୟ ବ୍ୟାଟିଂ ଦୁର୍ଗ ତାସ ଘର ଭଳି ଭୁଶୁଡ଼ି ପଡ଼ିଲା ଆଉ ଗସ୍ତର ପ୍ରଥମ ଲଢ଼େଇରେ ଟିମ୍‌ ଇଣ୍ଡିଆ ୩୧ ରନ୍‌ରେ ଇଂଲଣ୍ଡଠାରୁ ପରାସ୍ତ ହୋଇଛି। ଦ୍ୱିତୀୟ ଇନିଂସରେ ୪ଟି ୱିକେଟ୍‌ ନେଇ ଟିମ୍‌ ଇଣ୍ଡିଆର ବ୍ୟାଟିଂ ଅର୍ଡରକୁ ଧରାଶାୟୀ କରିଥିବା ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ହିଁ ଇଂଲିଶ ବିଜୟର କର୍ଣ୍ଣଧାର ସାଜିଛନ୍ତି।

ପ୍ରଥମେ ଅଧିନାୟକ କୋହଲି ଏବଂ ପରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଇଂଲିଶ ବୋଲରଙ୍କୁ ବେଶ କିଛି ସମୟ ଧରି ମୁକାବିଲା କରିଥିଲେ ହେଁ ଭାରତର ବିଜୟ ପାଇଁ ଏହା ଯଥେଷ୍ଟ ନଥିଲା। ଦ୍ୱିତୀୟ ଇନିଂସରେ ମାତ୍ର ୧୯୪ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ବିରାଟ୍‌ ବାହିନୀ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୫ ୱିକେଟ୍‌ ହରାଇ ୧୧୦ ରନ୍‌ କରିଥିଲା।

୪ର୍ଥ ଦିନ ବିଜୟର ସମସ୍ତ ଭାର ପଡ଼ିଥିଲା ଅଧିନାୟକ କୋହଲିଙ୍କ ସହ ଅପରାଜିତ ଥିବା ୱିକେଟ୍‌ ରକ୍ଷକ ବ୍ୟାଟ୍‌ସମ୍ୟାନ୍ ଦୀନେଶ କାର୍ତ୍ତିକଙ୍କ ଉପରେ। ତେବେ ଶନିବାର ଜେମ୍ସ ଆଣ୍ଡରସନ୍‌ କାର୍ତ୍ତିକଙ୍କୁ ସଅଳ ପ୍ୟାଭିଲିୟନର ରାସ୍ତା ଦେଖାଇ  ଭାରତକୁ  ପରାଜୟର ଆଶଙ୍କାରେ ଛନ୍ଦି ଦେଇଥିଲେ। ସବୁ କିଛି ଅଧିନାୟକ ବିରାଟଙ୍କ ଉପରେ ନିର୍ଭର କରୁଥିବା ବେଳେ ଦର୍ଶନୀୟ ଅର୍ଦ୍ଧଶତକ ହାସଲ କରିବା ପରେ କ୍ୟାପଟେନ୍‌ କୋହଲି କିନ୍ତୁ ନିରାଶ କରିଥିଲେ। କୋହଲିଙ୍କ ୫୧ ରନ୍‌ ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୩୧ ରନ୍‌ ହିଁ ଥିଲା ଭାରତୀୟ ଇନିଂସର ଉଲ୍ଲେଖନୀୟ ପାଳି।

ଆରମ୍ଭରୁ ଷ୍ଟୁଆର୍ଟ ବ୍ରଡ୍‌ ଦେଇଥିବା ଝଟ୍‌କାକୁ କାଏମ ରଖି ବେନ୍‌ ଷ୍ଟୋକ୍ସ ଅଧିନାୟକ କୋହଲିଙ୍କ ସମେତ ୪ ୱିକେଟ୍‌ ଅକ୍ତିଆର କରି ଘରୋଇ ପରିବେଶରେ ଖେଳୁଥିବା ଇଂଲଣ୍ଡକୁ ତା’ର ୧ହଜାର ତମ ଟେଷ୍ଟ୍‌ ମ୍ୟାଚ୍‌ରେ ସ୍ମରଣୀୟ ବିଜୟ ଦେଇଥିଲେ।

ଏଥିସହ ଇଂଲଣ୍ଡ ବିପକ୍ଷ ୫ଟିକିଆ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ପରାସ୍ତ ହୋଇ ଦଳ ଟିମ୍‌ ଇଣ୍ଡିଆ ୧-୦ରେ ପଛୁଆ ହୋଇଯାଇଛି।

ଟସ୍‌ ପାଇ ବ୍ୟାଟିଂ କରିଥିବା ଇଂଲଣ୍ଡ ପ୍ରଥମ ଇନିଂସରେ ୨୮୭ ରନ୍‌ କରିଥିବା ବେଳେ ଏହାର ଜବାବ୍‌ରେ ଭାରତ ବିରାଟ୍‌ କୋହଲିଙ୍କ ଶତକଙ୍କୁ ପାଥେୟ କରି ୨୭୪ ରନ୍‌ କରିଥିଲା। ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ନବାଗତ ସାମ କରାନ୍‌ଙ୍କ ଅର୍ଦ୍ଧଶତକଙ୍କୁ ଆଧାର କରି ୧୮୦ ରନ୍‌ କରିଥିବା ବେଳେ ଟିମ୍‌ ଇଣ୍ଡିଆ କେବଳ ୧୬୨ ରନ୍‌ ହିଁ କରିପାରିଥିଲା।



from OdishaReporter https://ift.tt/2viytjN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages