ଧରାପଡ଼ିଲା ସରକାରଙ୍କ ବାହାସ୍ଫୋଟ: ଧୀରେ ଧୀରେ ବିକଳାଙ୍ଗ ହେଉଛି ରାଜ୍ୟର ଶିଳ୍ପ ସ୍ଥିତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 4, 2018

ଧରାପଡ଼ିଲା ସରକାରଙ୍କ ବାହାସ୍ଫୋଟ: ଧୀରେ ଧୀରେ ବିକଳାଙ୍ଗ ହେଉଛି ରାଜ୍ୟର ଶିଳ୍ପ ସ୍ଥିତି

ଭୁବନେଶ୍ୱର : ରାଜ୍ୟରେ ଶିଳ୍ପର ସ୍ଥିତି କ୍ରମାଗତ ଦୁର୍ବଳ ହେବାରେ ଲାଗିଛି। ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ସରକାରର ଶିଳ୍ପାୟନର ବାହାସ୍ଫୋଟକୁ ଏବେ ବିଭିନ୍ନ ସର୍ଭେ ଓ ଗବେଷଣା ସଂସ୍ଥା ପଦାରେ ପକାଇଛନ୍ତି।

ରାଜ୍ୟ ସରକାରଙ୍କ ମେକ୍ ଇନ୍ ଓଡ଼ିଶା ଓ ଦେଶବିଦେଶରେ ରୋଡ୍ ଶୋ’ର ପ୍ରଭାବ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କିମ୍ବା ପୁଞ୍ଜି ନିବେଶ ପରିବେଶକୁ ପ୍ରୋତ୍ସାହିତ କରିପାରିନି। ପୁଞ୍ଜିନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ଅଗଷ୍ଟ ୮ତାରିଖରେ ମୁମ୍ବାଇ ଗସ୍ତରେ ଯାଉଥିବାବେଳେ ଏପଟେ କିନ୍ତୁ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ ନିଜ ସରକାରଙ୍କ ଅସହାୟତାକୁ ପଦାରେ ପକାଇଛନ୍ତି ।

ରାଜ୍ୟରେ ପୁଞ୍ଜି ନିବେଶର ବିପର୍ଯ୍ୟସ୍ତ ପରିବେଶର ଅସଲି ଚେହେରା ‘ଇଜ ଅଫ୍ ଡୁଇଙ୍ଗ୍ ବିଜିନେସ’ ରିପୋର୍ଟ ଉଜାଗର କରିଥିବାବେଳେ ଏବେ ନ୍ୟାସନାଲ କାଉନ୍ସିଲ ଅଫ୍ ଆପ୍ଲାଏଡ୍ ଇକୋନୋମିକ୍ସ ଆଣ୍ଡ ରିସର୍ଚ୍ଚ (ଏନସିଏଇଆର) ମଧ୍ୟ ଅନୁରୂପ ରିପୋର୍ଟ ଦେଇଛି।

ଏନସିଏଇଆର ରିପୋର୍ଟ ଅନୁସାରେ ଦେଶର ସର୍ବାଧିକ ପୁଞ୍ଜିନିବେଶ ସମ୍ଭାବନା ଥିବା ରାଜ୍ୟ  ତାଲିକାରେ ଓଡ଼ିଶା ୨୦୧୭ ମସିହାରେ ୧୧ରୁ ୧୭ତମ ସ୍ଥାନକୁ ଖସି ଆସିଛି।

ପୂର୍ବରୁ ଇଜ  ଅଫ୍ ଡୁଇଙ୍ଗ୍ ବିଜିନେସ୍ ତାଲିକାରେ ମଧ୍ୟ ଓଡ଼ିଶାର ସ୍ଥିତି ନିୟମିତ ଭାବେ ୩ବର୍ଷ ଧରି ଦୁର୍ବଳରୁ ଦୁର୍ବଳତର ହେବାରେ ଲାଗିଛି। ୨୦୧୫ମସିହାରେ ୭ମ ସ୍ଥାନରେ ଥିବା ଓଡ଼ିଶା ୨୦୧୬ରେ ୧୧ତମ ଓ ୧୭ରେ ୧୪ତମ ସ୍ଥାନକୁ ଖସି ଆସିଛି।

ଏନସିଏଇଆର ରିପୋର୍ଟ ପ୍ରକାଶ ପାଇବା ପରେ ଶିଳ୍ପମନ୍ତ୍ରୀ ଶ୍ରୀ ଦାସ ସରକାରଙ୍କ ଅସହାୟତାକୁ ଗୋଟିଏ ବାକ୍ୟରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ଶିଳ୍ପର ସ୍ଥିତି ହେଉଛି- “ଅଜାଗା ଘା’ ଦେଖି ହେବନି କି ଦେଖାଇ ହେବନି।“ ତେବେ ଏଥିପାଇଁ ସେ ନିଜ ସରକାରକୁ ଦାୟୀ ନକରି ସବୁଠି ଶିଳ୍ପର ସମାନ ଅବସ୍ଥା ବୋଲି କହିବାକୁ ପଛାଇ ନାହାନ୍ତି।

ଅନ୍ୟପକ୍ଷରେ, ରାଜ୍ୟରେ ପୁଞ୍ଜିନିବେଶ କରିବାକୁ ପ୍ରଥମେ ସମ୍ମତି ଜଣାଇ ପରବର୍ତ୍ତୀ ସମୟରେ ନିବେଶକମାନେ ଆସୁନଥିବାରୁ ରାଜ୍ୟ ସରକାର ଚିନ୍ତିତ ହୋଇପଡ଼ିଛନ୍ତି।

ଏହି କାରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୮ତାରିଖରେ ମୁମ୍ବାଇ ଯାଇ ନିବେଶକଙ୍କୁ ଭେଟିବେ। ଭୁବନେଶ୍ୱରରେ ଆସନ୍ତା ନଭେମ୍ବର ମାସରେ ହେବାକୁ ଥିବା ‘ମେକ୍ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମରେ ସେମାନେ ସାମିଲ ହେବା ପାଇଁ ଆମନ୍ତ୍ରଣ କରିବେ ବୋଲି ଜଣାପଡ଼ିଛି।

ସର୍ବଭାରତୀୟ ରିପୋର୍ଟରେ ଦିଆଯାଇଥିବା ତଥ୍ୟ ପରୋକ୍ଷରେ ପ୍ରମାଣ କରୁଛି ଯେ ୨୦୧୬ ମସିହାରୁ ରାଜ୍ୟରେ ୩.୬୪ ଲକ୍ଷ କୋଟି ଟଙ୍କାର ନିବେଶ ପାଇଁ ୧୨୪ ଜଣ ନିବେଶକଙ୍କୁ ଆକୃଷ୍ଟ କରାଯାଇଛି ବୋଲି ରାଜ୍ୟ ସରକାର ଯେଉଁ ଦମ୍ଭୋକ୍ତି କରିଆସୁଛନ୍ତି ତାହା କେବଳ ବାହାସ୍ଫୋଟ ବ୍ୟତୀତ ଅନ୍ୟ କିଛି ନୁହେଁ।



from OdishaReporter https://ift.tt/2LO3Ih3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages