
ବାରିପଦା (ମାଣିକଲାଲ୍ ପାଣି): ସାଢ଼େ ୫ ଘଣ୍ଟା ବିଳମ୍ୱରେ ପହଞ୍ଚିଲା ଆମ୍ୱୁଲାନ୍ସ। ଫଳରେ ଆଖି ବୁଜିଲେ ଯାଆଁଳା ନବଜାତ ଶିଶୁ। ଆଜି ଏପରି ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି।
ପୂରା ଘଟଣା ଏମିତି। ଆଜି ସକାଳ ପ୍ରାୟ ୭.୩୦ ମିନିଟ୍ରେ କରଞ୍ଜିଆ ବ୍ଲକର ବାଲିବୋଳ ଗାଁର ବାସନ୍ତୀ ଦିଘି ଗର୍ଭ ଯନ୍ତ୍ରଣା ପାଉଥିଲେ। ବାସନ୍ତୀଙ୍କୁ ଡାକ୍ତରଖାନା ନେବା ପାଇଁ ତାଙ୍କ ସ୍ୱାମୀ ୧୦୨ ଓ ୧୦୮ ଆମ୍ୱୁଲାନ୍ସକୁ ଫୋନ୍ କରିଥିଲେ। ଫୋନ୍ ପାଇ ମଧ୍ୟ ଆମ୍ୱୁଲାନ୍ସ ଠିକଣା ସମୟରେ ପହଞ୍ଚି ନଥିଲା। ଆଉ ପାଖାପାଖି ୩ ଘଣ୍ଟା କାଳ ଗର୍ଭ ଯନ୍ତ୍ରଣା ପାଇବା ପରେ ଦିନ ପ୍ରାୟ ସାଢ଼େ ୧୦ଟାରେ ବାସନ୍ତୀ ଯାଆଁଳା ପିଲାଙ୍କୁ ଜନ୍ମ ଦେଇଥିଲେ।
ଉଦ୍ବେଗର କଥା, ସାଢ଼େ ୭ଟାରୁ ଫୋନ୍ ଯାଇଥିଲେ ବି ଯଶିପୁରରୁ ଏକ ୧୦୮ ଆମ୍ୱୁଲାନ୍ସ ବାଲିବୋଳ ଗାଁରେ ପହଞ୍ଚିଥିଲା ଅପରାହ୍ନ ପ୍ରାୟ ୧ଟା ବେଳକୁ। ଏହି ଆମ୍ୱୁଲାନ୍ସ ମାଆ ଓ ଦୁଇ ଛୁଆଙ୍କୁ ନେଇ କରଞ୍ଜିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ତେବେ ସେଠାରେ ଦୁଇ ନବଜାତ ଶିଶୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ଏହି ଖବର ପ୍ରଚାରିତ ହେବା ପରେ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆମ୍ୱୁଲାନ୍ସ ବିଳମ୍ୱରେ ପହଞ୍ଚିବାରୁ ନବଜାତ ଯାଆଁଳା ଶିଶୁଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରି ଡାକ୍ତରଖାନା ସମ୍ମୁଖରେ ଧାରଣାରେ ବସିଥିଲେ ପରିବାର ଲୋକେ। ତେବେ ବୁଝାସୁଝା ପରେ ସେମାନେ ଧାରଣାରୁ ଉଠିଥିବା ଜଣାପଡ଼ିଛି।
from OdishaReporter https://ift.tt/2vtaSwS
No comments:
Post a Comment