
ସବୁ ଦେବତାଙ୍କ ମଧ୍ୟରେ ଭଗବାନ ଶିବଙ୍କୁ ସରଳ ବୋଲି ବିଚାର କରାଯାଏ। ମହାଦେବ ଶିବ ହିଁ ସହଜରେ ଭକ୍ତଙ୍କ ଭାବରେ ବାନ୍ଧି ହୋଇଯାଆନ୍ତି। ମନରେ ଉଚିତ୍ ଶ୍ରଦ୍ଧା ଓ ଭକ୍ତି ଥିଲେ ମହାଦେବ ଶିବ ପ୍ରସନ୍ନ ହୋଇଯାଆନ୍ତି। ତେଣୁ ଭକ୍ତମାନେ ତାଙ୍କୁ ଶ୍ରଦ୍ଧାରେ ଭୋଳାନାଥ ବୋଲି ଡାକନ୍ତି। ଭଗବାନଙ୍କ ଶିବଙ୍କର ଶ୍ରାବଣ ହେଉଛି ପ୍ରିୟ ମାସ।
ଏହି ମାସରେ କାଉଡ଼ିଆମାନେ ଜଳଲାଗି ପାଇଁ ମନ୍ଦିର ଯାଇଥାନ୍ତି। ଶ୍ରାବଣ ମାସରେ କାଉଡ଼ିଆଙ୍କ ଏହି ଯାତ୍ରା ବିଶେଷ ମହତ୍ୱ ରଖେ। କାରଣ ଏହି ଯାତ୍ରା ସହ ଶିବରାତ୍ରିର ସିଧା ସମ୍ପର୍କ ରହିଛି। ଶ୍ରାବଣରେ ଶିବରାତ୍ରି ପାଳନକୁ ନେଇ ଅନେକ କଥା ପ୍ରଚଳିତ ଅଛି। ତେବେ ପ୍ରଚଳିତ ପୌରାଣିକ କହାଣୀରୁ ସମୁଦ୍ରମନ୍ଥନ କଥାକୁ ଉଲ୍ଲେଖ କରାଯାଇପାରେ।
ସମୁଦ୍ର ମନ୍ଥନ ବେଳେନିର୍ଗତ ହୋଇଥିବା ବିଷକୁ ଭଗବାନ ଶିବ ପାନ କରିଥିଲେ। ଏହାର ପରିଣାମ ସୂରୁପ ଶିବ ନକରାତ୍ମକ ଶକ୍ତିରେ ପୀଡ଼ିତ ହୋଇଥିଲେ। ତ୍ରେତୟା ଯୁଗରେ ରାବଣ ଶିବଙ୍କୁ ଧ୍ୟାନ କରିଥିଲେ। ଆଉ କାଉଁଡ଼ିଆ ସାଜି ଗଙ୍ଗାରୁ ପବିତ୍ର ଜଳ ଆଣି ଶିବଙ୍କ ମସ୍ତକରେ ଅର୍ପଣ କରିଥିଲେ।
ଏଭଳି ସେ ନକରାତ୍ମକ ଶକ୍ତିକୁ ଦୂର କରିଥିଲେ। ଏହି ତତ୍ୱକୁ ନେଇ ଶ୍ରାବଣ ଶିବରାତ୍ରୀ ସହ ସମ୍ପର୍କ ରହିଛି।
କେମିତି କରିବେ ପୂଜା
୧-ଶ୍ରାବଣ ଶିବରାତ୍ରୀ ସକାଳେ ସ୍ନାନ ସାରି ମନ୍ଦିର ଯିବା ଉଚିତ୍।
୨- ମନ୍ଦିରରେ ପହଞ୍ଚି ଭଗବାନ ଶିବ ଏବଂ ପାର୍ବତୀଙ୍କୁ ପଞ୍ଚାମୃତ ଅର୍ପଣ କରିବା କଥା। ଅର୍ଥାତ ଶିବଙ୍କୁ କ୍ଷୀର, ଦହି, ଚିନି, ଚାଉଳ ଏବଂ ଗଙ୍ଗା ଜଳ ମିଶ୍ରଣରେ ପଞ୍ଚାମୃତ ପ୍ରସ୍ତୁତ କରିବା କଥା।
୩-ସେହିପରି ବେଲପତ୍ର, ଚନ୍ଦନ,ଫୁଲ, ଘିଅ ଏବଂ ଦୁଦୁରା ଫୁଲ ଚଢାଇବା କଥା।
୪-ଏହା ପରେ ଶିବ ଲିଙ୍ଗ ନିକଟରେ ଧୂପ-ବତୀ ଲଗାଇବା କଥା
୫-ଶ୍ରାବଣ ଶିବରାତ୍ରିରେ ଭକ୍ତ ବ୍ରତ ରଖନ୍ତି। ଏହି ଦିନ ଉପବାସ ରହିବା କଥା। ଏଥିସହ କଳା ରଙ୍ଗର କପଡ଼ା ପିନ୍ଧିବା କଥା
କ’ଣ ଜପ କରିବେ
ଓଁ ନମ ଶିବାୟ
-ବୋଲ୍ ବମ୍
-ବମ୍ ବମ୍ ଭୋଲେ
-ହର ହର ମହାଦବ
from OdishaReporter https://ift.tt/2MiMCax
No comments:
Post a Comment