କବାଡିରେ ଭାରତକୁ ଇରାନ୍‌ ଝଟ୍‌କା, ୨୮ ବର୍ଷ ପରେ ସ୍ୱର୍ଣ୍ଣ ପଦକରୁ ବଞ୍ଚିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 23, 2018

କବାଡିରେ ଭାରତକୁ ଇରାନ୍‌ ଝଟ୍‌କା, ୨୮ ବର୍ଷ ପରେ ସ୍ୱର୍ଣ୍ଣ ପଦକରୁ ବଞ୍ଚିତ

ଜାକର୍ତ୍ତା: ଚଳିତ ଏସିଆନ୍‌ ଗେମ୍ସରେ ଭାରତକୁ ଜବରଦସ୍ତ ଝଟ୍‌କା ଲାଗିଛି। ପୁରୁଷ କବାଡି ସେମିଫାଇନାଲ୍‌ ମ୍ୟାଚ୍‌ରେ ଭାରତକୁ ଅପେକ୍ଷାକୃତ ଦୁର୍ବଳ ଇରାନ୍‌ ୨୭-୧୮ରେ ହରାଇ ଦେଇଛି।

ଫଳରେ ଦୀର୍ଘ ୨୮ ବର୍ଷ ପରେ ଭାରତକୁ ଏସିଆନ୍‌ ଗେମ୍ସ ଅଧାରୁ ନିରାଶାର ସମ୍ମୁଖୀନ ହେବାକୁ ପଡ଼ିଛି।

 ୧୯୯୦ ମସିହାଠାରୁ ପ୍ରତିଟି ଏସିଆନ୍ ଗେମ୍ସରେ କବାଡିରେ ସ୍ୱର୍ଣ୍ଣ ପଦକ ଜିତି ଆସୁଥିବା ଭାରତକୁ ଏଥର ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଅନ୍ୟପକ୍ଷରେ ଭାରତୀୟ ମହିଳା କବାଡି ଦଳ କିନ୍ତୁ ଫାଇନାଲ୍‌ରେ ସ୍ଥାନ ପକ୍କା କରିନେଇଛି। ସ୍ୱର୍ଣ୍ଣ ପଦକ ପାଇଁ ଭାରତୀୟ ମହିଳା ଦଳ ଇରାନ୍‌ ସହ ଲଢ଼େଇ କରିବ। ଭାରତୀୟ ମହିଳା ଦଳ ଚାଇନିଜ୍‌ ତାଇପେଇକୁ ୨୭-୧୪ରେ ହରାଇଥିବା ବେଳେ ଇରାନ୍‌ ଘରୋଇ ଥାଇଲ୍ୟାଣ୍ଡକୁ ୨୩-୧୬ରେ ହରାଇ ଫାଇନାଲ୍‌ରେ ପହଞ୍ଚିଛି।

ଆଜିର ମ୍ୟାଚ୍‌ରେ ଅଜୟ ଠାକୁରଙ୍କ ନେତୃତ୍ବରେ ଦଳ ଇରାନ୍‌ ଉପରେ ଚାପ ସୃଷ୍ଟି କରିବ ବୋଲି କୁହାଯାଉଥିଲା। ହେଲେ ଇରାନ୍‌ ମ୍ୟାଚ୍‌ ଆରମ୍ଭରୁ ଭାରତୀୟ ଖେଳାଳିଙ୍କୁ ପଏଣ୍ଟ ନେବାକୁ କୌଣସି ସୁଯୋଗ ଦେଇ ନଥିଲା। ଶେଷରେ ଭାରତୀୟ ଟିମ୍‌ ଇରାନ୍‌ଠାରୁ ୧୮-୨୭ ପଏଣ୍ଟରେ ପରାସ୍ତ ହୋଇଥିଲା।

ପୂର୍ବରୁ ଗ୍ରୁପ୍‌ ପର୍ଯ୍ୟାୟରେ ମଧ୍ୟ ଭାରତ ଦକ୍ଷିଣ କୋରିଆ ଠାରୁ ଅପ୍ରତ୍ୟାଶିତ ଭାବେ ୨୩-୨୪ ପଏଣ୍ଟରେ ହାରିଥିଲା। ଇରାନ୍‌ ଶୁକ୍ରବାର ଦକ୍ଷିଣ କୋରିଆ ସହ ସ୍ୱର୍ଣ୍ଣ ପଦକ ପାଇଁ ଲଢ଼େଇ କରିବ।ଦକ୍ଷିଣ କୋରିଆ ତା’ର ସେମିଫାଇନାଲ୍‌ ମୁକାବିଲାରେ ୨୭-୨୪ରେ ପାକିସ୍ତାନକୁ ହରାଇ ଦେଇଛି।



from Odisha Reporter https://ift.tt/2o21hZR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages