ଜମୁଛି ବୈଜୟନ୍ତଙ୍କ ‘ହେଇଯାଉ’ ଖଟି: ଚା’ କପ୍‌ରେ କଷୁଛନ୍ତି ରାଜନୀତିର ଅଙ୍କ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 2, 2018

ଜମୁଛି ବୈଜୟନ୍ତଙ୍କ ‘ହେଇଯାଉ’ ଖଟି: ଚା’ କପ୍‌ରେ କଷୁଛନ୍ତି ରାଜନୀତିର ଅଙ୍କ !

ଭୁବନେଶ୍ୱର : ବିଜେଡି ଓ ସାଂସଦ ପଦରୁ ଇସ୍ତଫା ଦେବା ପରେ ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ଏବେ ‘ହେଇଯାଉ’ ଚା’ ଆସର ମାଧ୍ୟମରେ ଲୋକଙ୍କ ନିକଟକୁ ଯିବାରେ ଲାଗିଛନ୍ତି । ନିଜର ପରବର୍ତ୍ତୀ ରାଜନୀତିକ ଗତିବିଧି ସମ୍ପର୍କରେ ବୈଜୟନ୍ତ ଏପର୍ଯ୍ୟନ୍ତ ମୁହଁ ଖୋଲିନଥିବାବେଳେ ସାଧାରଣ ଲୋକ ଓ ବିଭିନ୍ନ ଦଳର ସମର୍ଥକମାନେ ତାଙ୍କର ଚା’ ଆସରକୁ ସମର୍ଥନ ଜଣାଇବାରେ ଲାଗିଛନ୍ତି ।

ଚା’ ଖଟି ମାଧ୍ୟମରେ ବୈଜୟନ୍ତ ବିଭିନ୍ନ ପ୍ରସଙ୍ଗରେ ଲୋକଙ୍କ ମତାମତ ସଂଗ୍ରହ କରି ନିଜର ଭବିଷ୍ୟତ ରଣନୀତି ପାଇଁ ଅଙ୍କ କଷୁଥିବା ରାଜନୀତିକ ମହଲରେ ଚର୍ଚ୍ଚା।

ଚା’ ଖଟିରେ ସାଧାରଣ ଲୋକ ଓ ବିଶେଷକରି ଯୁବପିଢ଼ିଙ୍କ ସହ ଭାବ ବିନିମୟ କରିବା ପାଇଁ ବୈଜୟନ୍ତଙ୍କ ‘ହେଇଯାଉ’ କାର୍ଯ୍ୟକ୍ରମକୁ ସଫଳତା ମିଳିବାରେ ଲାଗିଛି।


କେବଳ ସୋଶାଲ ମିଡିଆରେ କାର୍ଯ୍ୟକ୍ରମର ସୂଚନା ଦେଇ ବୈଜୟନ୍ତ ଏହି ଚା’ ଖଟି ମାଧ୍ୟମରେ ସାଧାରଣ ଲୋକଙ୍କ ନିକଟତର ହେବାରେ ସକ୍ଷମ ହେଉଛନ୍ତି । ବିଶେଷକରି ଯୁବପିଢ଼ିଙ୍କ ସହ ସାମ୍ପ୍ରତିକ ପ୍ରସଙ୍ଗ୍ଗୁଡ଼ିକ ଉପରେ ଆଲୋଚନା କରି ସେମାନଙ୍କର ମତାମତ ନେବା ଉପରେ ବୈଜୟନ୍ତ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳୁଛି।

ରାଜ୍ୟ ଓ ଦେଶର ସ୍ୱାର୍ଥସମ୍ବଳିତ ପ୍ରସଙ୍ଗ ହେଉ କିମ୍ବା ରାଜନୀତିକ ପ୍ରସଙ୍ଗ, ସବୁ ବିଷୟରେ ସେ ଏହି ଚା’ ଖଟିରେ ନିଜର ମତ ରଖୁଛନ୍ତି। କିନ୍ତୁ ଭବିଷ୍ୟତରେ ସେ କେଉଁ ଦଳରେ ସାମିଲ ହେବେ ଓ ତାଙ୍କ ଭବିଷ୍ୟତ ରାଜନୀତିକ କାର୍ଯ୍ୟପନ୍ଥା କ’ଣ ରହିବ ସେ ନେଇ କୌଣସି କାର୍ଡ ଖୋଲୁନାହାନ୍ତି। ଅବଶ୍ୟ ତାଙ୍କର ପରବର୍ତ୍ତୀ ରାଜନୀତିକ ପଦକ୍ଷେପକୁ ନେଇ ସେ ଚିନ୍ତା କରୁଛନ୍ତି ଓ ଉଚିତ୍ ସମସ୍ତଙ୍କୁ ଅବଗତ କରିବେ ବୋଲି କହିଛନ୍ତି।

ସାଂସଦ ପଦ ଛାଡ଼ିବା ପ୍ରସଙ୍ଗରେ ଜଣେ ସମର୍ଥକଙ୍କ ପ୍ରଶ୍ନରେ ବୈଜୟନ୍ତ କହିଛନ୍ତି, ସ୍ୱାଭିମାନ କଥା ସମସ୍ତେ କୁହନ୍ତି କିନ୍ତୁ କାର୍ଯ୍ୟରେ କରିବା ବେଳକୁ ଓଲଟା କରନ୍ତି। ସେ ଜଣେ ସ୍ୱାଭିମାନୀ ଓଡ଼ିଆ ଭାବେ ଏଭଳି ପଦକ୍ଷେପ ନେଇଛନ୍ତି। ଯେଉଁ ପରିସ୍ଥିତିରେ ସେ ଦଳ ଛାଡ଼ିଲେ ଓ ସାଂସଦ ପଦରୁ ଇସ୍ତଫା ଦେଲେ, ତାହା ସମସ୍ତେ ଜାଣନ୍ତି। ବୈଜୟନ୍ତଙ୍କ ଚା’ ଆସରରେ ବିଭିନ୍ନ ବର୍ଗ ଓ ଦଳର ଲୋକମାନେ ପହଞ୍ଚି ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଉଥିବା ଦେଖିବାକୁ ମିଳିଛି।


ଗତକାଲି କଟକର ଚୌଧୁରୀ ବଜାରସ୍ଥିତ ସହିଦ ଭବନ ନିକଟରେ ଥିବା ଚା’ ଖଟି ‘ହେଇଯାଉ’ ଆସରବେଳେ ତାଙ୍କ କାନ୍ଧରେ ବିଜେପି ଗାମୁଛା ପକାଇବାକୁ ନେଇ କେତେକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ପ୍ରକାଶିତ ଖବର ଉପରେ  ବୈଜୟନ୍ତ ଆଜି ମୁହଁ ଖୋଲିଛନ୍ତି।

ଟ୍ୱିଟ୍ ମାଧ୍ୟମରେ ବୈଜୟନ୍ତ କହିଛନ୍ତି, ଉତ୍ସାହିତ ହୋଇ ଲୋକମାନେ ତାଙ୍କୁ ଅନେକ ଗାମୁଛା ଦେଇ ନିଜର ଭଲପାଇବା ଜଣାଇଥିଲେ । ଯାହାକୁ ସେ ପ୍ରଶଂସା କରୁଛନ୍ତି। ସେହି ଗାମୁଛା ଭିତରେ ଗୋଟିଏ ଦଳୀୟ ଚିହ୍ନ ଥିବା ଗାମୁଛା ମଧ୍ୟ କେହି ଜଣେ ତାଙ୍କ କାନ୍ଧରେ ପକାଇଥିଲା । ଯେହେତୁ ସେ ଏବେ କୌଣସି ଦଳରେ ନାହାନ୍ତି, ତେଣୁ ଯେକୌଣସି ଦଳର ସମର୍ଥକ ତାଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ତାଙ୍କର କିଛି ଅସୁବିଧା ନାହିଁ। ତେବେ ଏପର୍ଯ୍ୟନ୍ତ ସେ କୌଣସି ଦଳରେ ଯୋଗ ଦେଇନାହାନ୍ତି ବୋଲି ଶ୍ରୀ ପଣ୍ଡା ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ, ଭୁବନେଶ୍ୱରର ମାଉସୀମା’ ଛକ ନିକଟରେ ଜୁଲାଇ ୯ତାରିଖରେ ‘ହେଇଯାଉ’ ଚା’ ଖଟି ଜରିଆରେ ସାଂସଦ ପାଦ ତ୍ୟାଗ କରିବା ପରେ ପ୍ରଥମଥର ପାଇଁ ସାଧାରଣ ଲୋକଙ୍କୁ ନିକଟକୁ ଯାଇଥିଲେ। ଭବିଷ୍ୟତରେ ରାଜ୍ୟର ବିଭିନ୍ନ ସହର ଓ ଓଡ଼ିଆ ଲୋକ ରହୁଥିବା ବିଭିନ୍ନ ସ୍ଥାନରେ ଏଭଳି ‘ହେଇଯାଉ’ ଚା’ ଖଟିର ଆୟୋଜନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ତେବେ କେଉଁ ‘ହେଇଯାଉ’ ଆସରରେ ସେ ତାଙ୍କ ରାଜନୀତିକ କାର୍ଡ ଖୋଲିବେ ତାହା କୋଟିଏ ଟଙ୍କାର ପ୍ରଶ୍ନ ହୋଇ ରହିଛି!



from OdishaReporter https://ift.tt/2O5FYlb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages