ଏହି କାରଣରୁ ପୁରୁଷ ହୋଇଥାଏ ନପୁଂସକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 2, 2018

ଏହି କାରଣରୁ ପୁରୁଷ ହୋଇଥାଏ ନପୁଂସକ

ସାରା ବିଶ୍ୱରେ ପାଖାପାଖି ୩୬ କୋଟି ଲୋକେ ହେପାଟାଇଟ୍‌ସ ‘ବି’ ଅବା ହେପାଟାଇଟ୍‌ସ ‘ସି’ ରୋଗରେ ପୀଡ଼ିତ। ଏହି ହେପାଟାଇଟ୍‌ସ ଲିଭର ଭିତରେ ରକ୍ତସ୍ରାବ  କାରଣ ପାଲଟିଥାଏ। ସେହିପରି ଏହି ରୋଗ ମଣିଷକୁ ବିକାରଗ୍ରସ୍ତ କରିବା ସହ ପୁରୁଷଙ୍କ ପାଇଁ ଅଧିକ ବିପଜ୍ଜନକ ସାବ୍ୟସ୍ତ ହୋଇଥାଏ।। ବିଶେଷ କରି ପୁରୁଷଙ୍କ କ୍ଷେତ୍ରରେ ପ୍ରଜନନ କ୍ଷମତା ହ୍ରାସ ହୋଇଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଆସିଥିବା ଏକ  ରିପୋର୍ଟରୁ ଜଣାପଡ଼ିଛି ଯେ, ଏହି ହେପାଟାଇଟ୍‌ସ୍‌ ବି ଭାଇରସ ପୁରୁଷଙ୍କ ପ୍ରଜନନ କ୍ଷମତାକୁ ୧.୫୯ଗୁଣା ଦୁର୍ବଳ କରିଥାଏ।

ମୁଖ୍ୟତଃ ପୁରୁଷଙ୍କ ବୀର୍ଯ୍ୟ ତିଆରିରେ ବାଧକ ସାଜିଥାଏ। ଫଳରେ ଶରୀର ନିଷ୍କ୍ରିୟ ହୋଇଯାଏ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ,ଏହି ହେପାଟାଇଟ୍‌ସ୍‌ ମହିଳାଙ୍କ ଗର୍ଭାଶୟ ଗ୍ରନ୍ଥିରେ ବିଶେଷ ପ୍ରଭାବ ପକାଇ ନ ଥାଏ। କିନ୍ତୁ ପୁରୁଷଙ୍କ ଶୁକ୍ରାଣୁ ଉପରେ ଏହାର ନକାରାତ୍ମକ ପ୍ରଭାବ ପକାଇଥାଏ। ଫଳରେ ଶୁକ୍ରାଣୁ ହ୍ରାସ ପାଇବା ସହ ଶରୀରରେ ଏହାର ଚଳଣ ମଧ୍ୟ କମିଥାଏ।

ଆଉ ଏହି କାରଣ ହିଁ ପୁରୁଷକୁ ନପୁଂସକ କରିଦେଇଥାଏ ବୋଲି ବିଶେଷଜ୍ଞଙ୍କ ମତ। ତେଣୁ ଯଦି ଆପଣ ସେମିତି କିଛି ଅସ୍ୱାଭାବିକ୍‌ ସମସ୍ୟା ଅନୁଭବ କରୁଛନ୍ତି ତେବେ ଡାକ୍ତରଙ୍କ କହିବା ଅନୁଯାୟୀ ଏହାର ଆଗୁଆ ପ୍ରତିକାର ହୋଇପାରିବ। ଏଥିପାଇଁ ଆପଣ HBSAg ଏବଂ HCV ଟେଷ୍ଟ କରି ଡାକ୍ତରଙ୍କ ସହ ପରାମର୍ଶ ପରେ  ଔଷଧ ଖାଇପାରିବେ। ଯଦି ଆପଣ ହେପାଟାଇଟ୍‌ସ୍‌ ‘ବି’ ରେ ପୀଡ଼ିତ ଏଥିରେ ଭୟଭୀତ ହେବାର କୌଣସି କାରଣ ନାହିଁ। ଏନେଇ ଆପଣ ବିଷେଶଜ୍ଞଙ୍କ ସହ ପରାମର୍ଶ କରି ରୋଗ ଭଲ କରିପାରିବେ। କିନ୍ତୁ ବେଶୀ ଡେରି ହୋଇଗଲେ ବିପଦର ବେଶୀ ଆଶଙ୍କା ଥିବା ଏକ ଗବେଷଣାରୁ ଜଣାପଡ଼ିଛି।



from OdishaReporter https://ift.tt/2OFevIj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages