କରାନ୍‌ ଦେଖାଇଲେ ଦମ୍‌: ବିପଦରେ ଭାରତ, ଏକା ଲଢ଼ି ଶତକ ହାସଲ କଲେ ବିରାଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 2, 2018

କରାନ୍‌ ଦେଖାଇଲେ ଦମ୍‌: ବିପଦରେ ଭାରତ, ଏକା ଲଢ଼ି ଶତକ ହାସଲ କଲେ ବିରାଟ

ବର୍ମିଂହାମ: ଇଂଲଣ୍ଡ ବିପକ୍ଷ ୫ଟିକିଆ ଟେଷ୍ଟ୍‌ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭ୍ରମଣକାରୀ ଟିମ୍‌ ଇଣ୍ଡିଆ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। କିନ୍ତୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଅଧିନାୟକ ବିରାଟ୍‌ କୋହଲି ଲଢ଼ୁଆ ଅପରାଜିତ ଶତକ ହାସଲ କରିଛନ୍ତି। ଶେଷ ଖବର ସୁଦ୍ଧା ଭାରତ ୯ ୱିକେଟ୍‌ ହରାଇ ୨୨୬ ରନ୍‌ ସଂଗ୍ରହ କରିଛି।

ଇଂଲଣ୍ଡ ପକ୍ଷରୁ ଯୁବ ପେସର୍‌ ସାମ କରାନ୍‌ଙ୍କ ଘାତକ ବୋଲିଂ ଆଗରେ ଟିମ୍‌ ଇଣ୍ଡିଆର ଅଧିକାଂଶ ବ୍ୟାଟସ୍‌ମ୍ୟାନ୍‌ ଆତ୍ମସମର୍ପଣ କରିଛନ୍ତି।

ତେବେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ଏକା ଲଢ଼େଇ ଜାରି ରଖିଛନ୍ତି। ଶେଷ ଖବର ସୁଦ୍ଧା ଭାରତ ତା’ର ପ୍ରଥମ ଇନିଂସ୍‌ରେ ୯ ୱିକେଟ୍‌ରେ ୨୨୬ ରନ୍‌ ସଂଗ୍ରହ କରିଛି।

ବିରାଟ ୧୦୫ ରନ୍‌ କରି ଅପରାଜିତ ଥିବା ବେଳେ ଉମେଶ ଯାଦବ ୧ ରନ୍‌ କରିଛନ୍ତି।

ଅଧିନାୟକ କୋହଲି ୧୭୨ ବଲ୍‌ରେ ଟେଷ୍ଟ କ୍ୟାରିୟରର ୨୨ ତମ ଶତକ ହାସଲ କରିଛନ୍ତି।

ଏବେ ବି ଇଂଲଣ୍ଡର ପ୍ରଥମ ଇନିଂସ୍‌ ୨୮୭ ସ୍କୋର୍‌ଠାରୁ ୬୧ ରନ୍‌ ପଛରେ ରହିଛି ଭାରତ।

ଇଂଲଣ୍ଡ ପକ୍ଷରୁ କୁରାନ ସର୍ବାଧିକ ୪ଟି ୱିକେଟ୍‌ ନେଇଥିବା ବେଳେ ବେନ୍‌ ଷ୍ଟୋକ୍ସ ଓ ଆଣ୍ଡରସନ୍‌ ୨ଟି ଲେଖାଏ ଏବଂ ଆଦିଲ ରଶିଦଙ୍କୁ ଗୋଟିଏ ୱିକେଟ୍‌ ନେଇଛନ୍ତି।

ଇଂଲଣ୍ଡ ୨୮୭ ରନ୍‌ରେ ଅଲଆଉଟ୍‌ ହେବା ପରେ ଭାରତ ପକ୍ଷରୁ ଶିଖର ଧୱନ ଓ ମୁରଲୀ ବିଜୟ ଇନିଂସ ଆରମ୍ଭ କରିଥିଲେ।

ଉଭୟ ଦୃଢ଼ ମୂଳଦୂଆ ପକାଇ ଦଳୀୟ ସ୍କୋର ୫୦ରେ ପହଞ୍ଚାଇଥିଲା ବେଳେ ସାମ କରାନ୍‌ ସବୁକିଛି ଓଲଟ୍‌ ପାଲଟ୍‌ କରିଦେଇଥିଲେ। କରାନ୍‌ ୨୦ ରନ୍‌ କରିଥିବା ବିଜୟଙ୍କୁ ପ୍ରଥମେ ଏଲ୍‌ବିଡବ୍ଲ୍ୟୁ କରି ଇଂଲଣ୍ଡକୁ ପ୍ରଥମ ସଫଳତା ଦେଇଥିଲେ। ସେହି ଓଭରରେ ସେ ଲୋକେଶ ରାହୁଲ(୪)ଙ୍କୁ କ୍ଲିନ୍‌ ବୋଲ୍ଡ କରିଦେଇଥିଲେ।

ଏହାପରେ କରାନ୍‌ ପୁଣି ଧୱନଙ୍କୁ ଆଉଟ୍‌ କରି ବିପର୍ଯ୍ୟୟ ଘଟାଇଥିଲେ। ତେବେ କୋହଲି ଏବଂ ଅଜିଙ୍କ୍ୟ ରାହଣେ କିଛି ସମୟ ପାଇଁ ସାହସର ସହ ଇଂଲଣ୍ଡ ବୋଲରଙ୍କୁ ମୁକାବିଲା କରିଥିଲେ।

କିନ୍ତୁ ରାହଣେଙ୍କୁ ଆଉଟ୍‌ କରି ବେନ୍‌ ଷ୍ଟୋକ୍‌ ଇଂଲଣ୍ଡକୁ ୪ର୍ଥ ସଫଳତା ଦେଇଥିଲେ। ଆଉଟ୍‌ ହେବା ପୂର୍ବରୁ ରାହଣେ ୧୫ ରନ୍‌ କରିଥିଲେ। ଅଭ୍ୟାସ୍‌ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିଥିବା ଦୀନେଶ କାର୍ତ୍ତିକ ଖାତା ଖୋଲିବା ପୂର୍ବରୁ ଷ୍ଟୋକ୍‌ଙ୍କ ଦ୍ୱିତୀୟ ଶିକାର ହୋଇଥିଲେ।

କାର୍ତ୍ତିକଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ କୋହଲିଙ୍କ ସହ ମିଶି ଷଷ୍ଠ ୱିକେଟ୍‌ ପାଇଁ ୪୮ ରନ୍‌ ଯୋଡ଼ିଥିଲେ। ପାଣ୍ଡ୍ୟା ୨୨ ରନ୍‌ କରିଥିବା ବେଳେ କରାନ୍‌ଙ୍କ ୪ର୍ଥ ଶିକାର ହୋଇଥିଲେ।

ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୯ ୱିକେଟ୍‌ରେ ୨୮୫ ରନ୍‌ କରିଥିଲା। ଆଜି ଆଉ ମାତ୍ର ୨ ରନ୍‌ ଯୋଡ଼ି ଇଂଲଣ୍ଡ ଅଲଆଉଟ୍‌ ହୋଇଯାଇଥିଲା।

ମହମ୍ମଦ ସାମି ଗତକାଲିର ଅପରାଜିତ ବ୍ୟାଟ୍ସମ୍ୟାନ୍‌ କୁରାନ୍‌ଙ୍କୁ ଆଉଟ୍‌ କରି ଭାରତକୁ ଏହି ସଫଳତା ଦେଇଥିଲେ।

ଭାରତ ପକ୍ଷରୁ ରବିଚନ୍ଦ୍ରନ୍‌ ଅଶ୍ୱିନ ୪ଟି, ମହମ୍ମଦ ସାମି ୩ଟି ଓ ଉମେଶ ଯାଦବ ଏବଂ ଇଶାନ୍ତ ଶର୍ମା ଗୋଟିଏ ଲେଖାଏ ୱିକେଟ୍‌ ପାଇଛନ୍ତି।



from OdishaReporter https://ift.tt/2vbCuq7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages