ପୁଣି ଜୋର୍ ଧରିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 6, 2018

ପୁଣି ଜୋର୍ ଧରିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଥରେ ଜୋର ଧରଛି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି। କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଏକ ପ୍ରତିନିଧି ଦଳ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏଥିପାଇଁ କେନ୍ଦ୍ର ଉପରେ ଚାପ ପକାଇବାକୁ ଦାବି କରିଛି ।

ଏଥିସହ ଆଉ ଲୁଚକାଳି ନ ଖେଳି ତୁରନ୍ତ ବେଞ୍ଚ ପ୍ରତିଷ୍ଠା ପାଇଁ ପଦକ୍ଷେପ ନେବାକୁ ରୋକ୍‌ଠୋକ୍ ଜଣାଇଛି କମିଟି। ସେପଟେ କେନ୍ଦ୍ରକୁ ଏନେଇ ରିମାଇଣ୍ଡର୍ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା କମିଟି କହିବା ପରେ, ପୁଣି ଆରମ୍ଭ ହୋଇଯାଇଛି ବିଜେଡି-ବିଜେପି ମଧ୍ୟରେ ଦୋଷ ଲଦାଲଦି।

ଆଜି ପୂର୍ବାହ୍ନରେ ସଚିବାଳୟରେ ପହଞ୍ଚିଥିଲେ, ପଶ୍ଚିମ ଓଡିଶା କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ପ୍ରତିନିଧି ଦଳ। ସାଥିରେ ଥିଲେ ସମ୍ବଲପୁର ଜିଲ୍ଲାର ଦୁଇ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ଓ ରୋହିତ ପୂଜାରୀ।

ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଲାଗି ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଉପରେ ଚାପ ପ୍ରୟୋଗ କରନ୍ତୁ ବୋଲି ନିବେଦନ କରିଥିଲେ।

ଏଣେ ପଶ୍ଚିମ ଓଡ଼ିଶାର କେଉଁ ସ୍ଥାନରେ ବେଞ୍ଚ ପ୍ରତିଷ୍ଠା ହେବ ସେ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ ବୋଲି ମଧ୍ୟ କମିଟି ସ୍ପଷ୍ଟ କରିଛି ।

ଏପଟେ ହାଇକୋର୍ଟ ସ୍ଥାୟୀ ବେଞ୍ଚକୁ ନେଇ କେନ୍ଦ୍ର ସରକାରଙ୍କୁ ପୁଣି ଟାର୍ଗେଟ୍ କରିଛି ବିଜେଡି । ଦୋଷ ଲଦି କହିଛି ରାଜ୍ୟ ଚିଠି ଲେଖିବା ପରେ ବି କେନ୍ଦ୍ର ଚୁପ୍ ହୋଇ ବସି ରହିଛି ।

ଏହାର ଜବାବରେ ବିଜେପି କହିଛି, ରାଜ୍ୟ ସରକାର କମ୍ପୋଜିଟ୍ ପ୍ରପୋଜାଲ୍ ପଠାନ୍ତୁ, ତାପରେ କେନ୍ଦ୍ର ସରକାର ଆବଶ୍ୟକ ପ୍ରକ୍ରିୟା ଆରମ୍ଭ କରିବେ।



from OdishaReporter https://ift.tt/2AMqcKl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages