ବରିଷ୍ଠ କଂଗ୍ରେସ ନେତା ଆର୍‌କେ ଧୱନଙ୍କ ପରଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 6, 2018

ବରିଷ୍ଠ କଂଗ୍ରେସ ନେତା ଆର୍‌କେ ଧୱନଙ୍କ ପରଲୋକ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜିନ୍ଦର କୁମାର ଧୱନଙ୍କ ଆଜି ୮୧ ବର୍ଷ ବୟସରେ ଦେହାନ୍ତ ହୋଇଛି।  ଶ୍ରୀ ଧୱନ୍‌ ମଙ୍ଗଳବାରଠାରୁ ସ୍ଥାନୀୟ ବିଏଲ୍‌ କପୁର ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ।

ଆଜି ସନ୍ଧ୍ୟା ୭ଟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବୋଲି ହସ୍ପିଟାଲ୍‌ ପକ୍ଷରୁ କୁହାଯାଇଛି।

୧୯୩୭ ମସିହା ଜୁଲାଇ ୧୬ରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ଧୱନ୍‌ ରାଜ୍ୟସଭାରେ ଦୀର୍ଘ ବର୍ଷ ଧରି ସଦସ୍ୟ ରହିଥିଲେ।

ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଘନିଷ୍ଠ ସହଯୋଗୀ ଭାବେ ପରିଚିତ ଥିଲେ। ୧୯୬୨ରୁ ସେ ଇନ୍ଦିରାଙ୍କ ବ୍ୟକ୍ତିଗତ ସଚିବ ଭାବେ ୧୯୮୪ ଯାଏ କାର୍ଯ୍ୟ କରିଥିଲେ।

୧୯୭୫ରୁ ୧୯୭୭ ଜରୁରୀକାଳୀନ ପରିସ୍ଥିତି ସମୟରେ ଇନ୍ଦିରଙ୍କ ସହ ଯେଉଁ କେତେଜଣ ହାତ ଗଣତି ସମର୍ଥକ ଥିଲେ ସେମାନଙ୍କ ମଧ୍ୟରୁ ଶ୍ରୀ ଧୱନ ଅନ୍ୟତମ। ତାଙ୍କ ମୃତ୍ୟୁରେ ବହୁମାନ୍ୟଗଣ୍ୟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି।



from OdishaReporter https://ift.tt/2Og89Of

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages