ୱେଷ୍ଟଇଣ୍ଡିଜ୍‌ ବୋଲର୍‌ଙ୍କ ନିଦ ହଜାଇ ଦେଇଥିଲେ, ତାଙ୍କ ନାଁରେ ରହିଛି ଏହି ରେକର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 8, 2018

ୱେଷ୍ଟଇଣ୍ଡିଜ୍‌ ବୋଲର୍‌ଙ୍କ ନିଦ ହଜାଇ ଦେଇଥିଲେ, ତାଙ୍କ ନାଁରେ ରହିଛି ଏହି ରେକର୍ଡ

Dilip

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ର ଅନ୍ୟତମ ମହାନ ଖେଳାଳି ଦିଲୀପ ସରଦେଶାଇଙ୍କର ଆଜି ହେଉଛି ଜୟନ୍ତୀ। ୧୯୪୦ ଅଗଷ୍ଟ ୮ ତାରିଖରେ ଜନ୍ମ ହୋଇଥିବା ଦିଲୀପଙ୍କର ୨୦୦୭ ଜୁଲାଇ ୨ ତାରିଖରେ ପରଲୋକ ହୋଇଥିଲା। ଏହି ଅବସରରେ ଗୁଗଲ୍‌ ଅଲଗା ଅନ୍ଦାଜରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛି। ଗୁଗଲ୍‌ ଦିଲୀପଙ୍କ ଫଟୋକୁ ଆଜି ଡୁଡଲ୍‌ କରି ତାଙ୍କ ଜନ୍ମଦିନ ପାଳୁଛି।

ତେବେ ଆପଣ ଏହି ମହାନ ଖେଳାଳିଙ୍କ ସମ୍ପର୍କରେ କେତେ ଜାଣିଛନ୍ତି ? ୱେଷ୍ଟଇଣ୍ଡିଜ୍‌ର ଦୁର୍ଦ୍ଧର୍ଷ ବୋଲ୍‌ରଙ୍କ ପାଇଁ କାଳ ପାଲଟି ଯାଇଥିଲେ ଏହି ମହାନ କ୍ରିକେଟ୍‌ର। ଆସନ୍ତୁ ଜାଣିବା, ୱେଷ୍ଟଇଣ୍ଡିଜ୍‌ ପାଇଁ ‘ଖଳନାୟକ’ ସାଜି ବିଶ୍ୱ ରେକର୍ଡ କରିଥିବା ଦିଲୀପଙ୍କ ସମ୍ପର୍କରେ।

dilip

ଯେତେବେଳେ କ୍ରିକେଟ୍‌ ଜଗତରେ ୱେଷ୍ଟଇଣ୍ଡିଜ୍‌କୁ ସବୁଠାରୁ ବିପଜ୍ଜନକ ଟିମ୍‌ କୁହାଯାଉଥିଲା, ଭାରତୀୟ ଟିମ୍‌ରେ ଏଣ୍ଟ୍ରି କରିଥିଲେ ଦିଲୀପ। ସେ ସମୟରେ ୱେଷ୍ଟଇଣ୍ଡିଜ୍‌ର ଫାଷ୍ଟ୍‌ ବୋଲର୍‌ଙ୍କୁ ସମ୍ମୁଖୀନ ହେବାକୁ ପ୍ରାୟ ସବୁ ଦେଶର ବ୍ୟାଟ୍ସମ୍ୟାନ୍‌ ଡରୁଥିଲେ।

୧୯୭୧ରେ ଭାରତୀୟ ଟିମ୍‌ ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ଯାଇଥିଲା। କୁହାଯାଏ, ସ୍ପିନର୍‌ଙ୍କ ବିପକ୍ଷରେ ଦିଲୀପଙ୍କ ବ୍ୟାଟ୍‌ କଥା କହି ନଥାଏ, ଗର୍ଜିଥାଏ। କିନ୍ତୁ ଏହି ଟୁର୍‌ରେ ଦିଲୀପ, ୱେଷ୍ଟଇଣ୍ଡିଜ୍‌ ଫାଷ୍ଟ୍‌ ବୋଲର୍‌ଙ୍କ ନିଦ ହଜାଇ ଦେଇଥିଲେ। ୱେଷ୍ଟଇଣ୍ଡିଜ୍‌ ମାଟିରେ ଘରୋଇ ଟିମ୍‌ର ବୋଲର୍‌ଙ୍କୁ ନିର୍ଧୁମ ପ୍ରହାର କରି ଦିଲୀପ କେବଳ ଦ୍ୱିଶତକ ହାସଲ କରି ନଥିଲେ, ଉକ୍ତ ହାରିବା ମ୍ୟାଚ୍‌କୁ ଡ୍ର’ କରିବାକୁ ସକ୍ଷମ ହୋଇଥିଲେ। ସେ ସମୟରେ ୱେଷ୍ଟଇଣ୍ଡିଜ୍‌ ଟିମ୍‌ ସବୁଠାରୁ ଭଲ ଫର୍ମରେ ଥିଲା ଓ ଘରୋଇ ପରିବେଶରେ ଖେଳୁଥିଲା।

୧୯୭୧ ମାର୍ଚ୍ଚ ୬ ତାରିଖରୁ ପ୍ରଥମ ମ୍ୟାଚ୍‌ ଆରମ୍ଭ ହୋଇଥିଲା। ପ୍ରଥମେ ବ୍ୟାଟିଂ କରୁଥିବା ଭାରତୀୟ ଟିମ୍‌ର ୩ଟି ୱିକେଟ୍‌ ୩୬ ରନ୍‌ରେ ଖସି ପଡ଼ିଥିଲା। ଏହାପରେ ଦିଲୀପ କ୍ରିଜ୍‌କୁ ଆସିଥିଲେ। ସେ ଗୋଟିଏ ପଟେ ଛିଡ଼ା ହୋଇଥିବା ବେଳେ ଅନ୍ୟ ପଟରୁ ୱିକେଟ୍‌ ପଡ଼ି ଚାଲିଥିଲା। ୭୫ ରନ୍‌ରେ ଭାରତ ୫ ୱିକେଟ୍‌ ହରାଇ ଦେଇଥିଲା। ହେଲେ ଦିଲୀପ ପଡ଼ିଆର ଚାରିଆଡ଼କୁ ଶଟ୍‌ ମାରି ସ୍କୋର୍‌ ବଢ଼ାଇ ଚାଲିଥିଲେ।

ଷଷ୍ଠ ୱିକେଟ୍‌ ଯୋଡ଼ିରେ ଦିଲୀପ ଏକନାଥ ସୋଲକର୍‌ଙ୍କ ସହ ମିଶି ୧୩୭ ରନ୍‌ କରିଥିଲେ। ଏହାପରେ ନବମ ୱିକେଟ୍‌ ଯୋଡ଼ିରେ ଇରାପଲ୍ଲୀ ପ୍ରସନ୍ନଙ୍କ ସହ ମିଶି ୧୨୨ ରନ୍‌ କରିଥିଲେ। ଏହି ଟେଷ୍ଟର ପ୍ରଥମ ଇନିଂସ୍‌ରେ ଦିଲୀପ ୨୧୨ ରନ୍‌ କରିଥିଲେ। ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଟେଷ୍ଟ୍‌ ମ୍ୟାଚ୍‌ରେ କୌଣସି ଭାରତୀୟ ଦ୍ୱିଶତକ ମାରିବାରେ ଏହା ଥିଲା ପ୍ରଥମ। ଏହି ମ୍ୟାଚ୍‌କୁ ଭାରତ ଡ୍ର’ ରଖିଥିଲା। ପରେ ସିରିଜ୍‌ର ଶେଷ ତଥା ୫ମ ଟେଷ୍ଟରେ ସୁନୀଲ ଗାଭାସ୍କର ୨୨୦ ରନ୍‌ର ଇଂନିସ୍‌ ଖେଳିଥିଲେ।

dilip

ସେ ୩୦ଟି ଟେଷ୍ଟ୍ ମ୍ୟାଚ୍ ଖେଳିଥିଲେ। ଏଥିରୁ ସେ ୨୦୦୧ ରନ୍ ସଂଗ୍ରହ କରିଥିଲେ। ଏଥିମଧ୍ୟରେ ୫ଟି ଶତକ ସାମିଲ ଥିଲା। ଟେଷ୍ଟରେ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର୍ ହେଉଛି ୨୧୨ ରନ୍‌।

ସେ ୧୭୯ଟି ପ୍ରଥମ ଶ୍ରେଣୀ କ୍ରିକେଟ୍ ମ୍ୟାଚ୍ ଖେଳିଥିଲେ। ଏଥିରୁ ସେ ୧୦,୨୩୦ ରନ୍ ସଂଗ୍ରହ କରିଥିଲେ।

ସୌଜନ୍ୟ-ଏନ୍‌ଡିଟିଭି, ୱିକିପେଡିଆ



from OdishaReporter https://ift.tt/2ARYagd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages