
ଚେନ୍ନାଇ: ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍କେ ସୁପ୍ରିମୋ ଏମ୍. କରୁଣାନିଧିଙ୍କର ଗତକାଲି ୯୪ ବର୍ଷ ବୟସରେ ଚେନ୍ନାଇ ସ୍ଥିତ କାବେରୀ ହସ୍ପିଟାଲ୍ରେ ପରଲୋକ ଘଟିଛି। ତାଙ୍କ ମୃତ୍ୟୁରେ ଦେଶ ଜଣେ ବିଶିଷ୍ଟ ରାଜନେତାଙ୍କୁ ହରାଇଛି। ତାଙ୍କ ବିୟୋଗରେ କେନ୍ଦ୍ର ସରକାର ଆଜି ଦିନିକିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଥିବା ବେଳେ ତାମିଲନାଡ଼ୁ ସରକାର ୭ ଦିନିଆ ଶୋକ ଘୋଷଣା କରିଛନ୍ତି। କଳାକାରରୁ ନେତା ହୋଇଥିବା ଏହି ମହାନ ବ୍ୟକ୍ତିତ୍ୱଙ୍କ ସମ୍ପର୍କରେ ଆସନ୍ତୁ ଜାଣିବା କିଛି ଜଣା-ଅଜଣା କଥା।
୧. ୧୯୨୪ ଜୁନ୍ ୩ ତାରିଖରେ ନାଗାପଟ୍ଟିନମ୍ର ତିରୂକ୍କୁଭଲଇର ଦକ୍ଷିଣମୂର୍ତ୍ତିରେ କରୁଣାନିଧିଙ୍କ ଜନ୍ମ ହୋଇଥିଲା।
୨. ମାତ୍ର ୨୦ ବର୍ଷ ବୟସରେ ସେ ତାମିଲ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ। ଜଣେ କାହାଣୀ ଲେଖକ ଭାବେ ସେ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ। ଜ୍ୟୁପିଟର୍ ପିକ୍ଚର୍ସ ପାଇଁ ସେ ପ୍ରଥମେ କାହାଣୀ ଲେଖିଥିଲେ।
୩. ସେ ତାଙ୍କ କାହାଣୀରେ ସମାଜବାଦ ଓ ବୁଦ୍ଧିଜୀବୀ ଆଦର୍ଶକୁ ଗୁରୁତ୍ୱ ଦେଉଥିଲେ। ସାମାଜିକ ପରିବର୍ତ୍ତନ ଧର୍ମୀ କାହାଣୀ ଲେଖକ ଭାବେ ତାଙ୍କୁ ଜଣାଯାଉଥିଲା।
୪. ନିଜର ପ୍ରଥମ ଫିଲ୍ମ ‘ରାଜକୁମାରୀ’ରୁ ତାଙ୍କୁ ଲୋକପ୍ରିୟତା ମିଳିଥିଲା। ଏହାପରଠାରୁ ସେ ଆଉ ପଛକୁ ଫେରି ଚାହିଁ ନଥିଲେ। କାହାଣୀ ଲେଖାରେ ତାଙ୍କ ଦକ୍ଷତା ପ୍ରଚାରିତ ହେବାକୁ ଲାଗିଥିଲା।
୫. ସେ ଲେଖିଥିବା ୭୫ଟି କାହାଣୀରୁ ‘ରାଜକୁମାରୀ’, ‘ଅଭିମନ୍ୟୁ’, ‘ମନ୍ତିରୀ କୁମାରୀ’, ‘ମରୂଦ ନାଟ୍ଟୁ ଇଲୱରସୀ’, ‘ମନାମଗନ୍’ ଓ ‘ଦେବକୀ’ ବହୁ ଲୋକପ୍ରିୟ ହୋଇଥିଲା।
୬. ସେ କେବଳ ଫିଲ୍ମ ପାଇଁ ନୁହେଁ, ନାଟକ ପାଇଁ ମଧ୍ୟ କାହାଣୀ ଲେଖିଛନ୍ତି। ସେ ‘ମନିମାଗୁଡମ୍’, ‘ଓରୋ ରଦମ’, ‘ପାଲାନୀଅପ୍ପନ୍’, ‘ତୁକ୍କୁ ମେଡଇ’, କାଗିଦପ୍ପୁ’, ‘ନାନେ ଏରିୱାଲି’, ‘ୱେଲ୍ଲିକ୍କିଲମଈ’, ‘ଉଦୟାସୂରିୟମ୍’ ଏବଂ ‘ସିଲପ୍ପଦିକାରମ୍’ ପରି ନାଟକର ରଚୟତା।

୮. ଫିଲ୍ମ ‘ପରାଶକ୍ତି’ ମାଧ୍ୟମରେ ସେ ତାଙ୍କ ରାଜନୈତିକ ବିଚାର ପ୍ରଚାର କରିବା ଆରମ୍ଭ କରିଥିଲେ। ଏହି ଫିଲ୍ମଟି ତାମିଲ୍ ସିନେମା ଜଗତରେ ବହୁତ ସଫଳ ହୋଇଥିଲା। ଏହି ଫିଲ୍ମ ‘ଦ୍ରାବିଡ଼ ଆନ୍ଦୋଳନ’ ବିଚାରଧାରକୁ ସମର୍ଥନ କରିଥିଲା। ପ୍ରଥମେ ଏହା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ହେଲେ ୧୯୫୨ରେ ଏହା ରିଲିଜ୍ ହେବା ପରେ ବକ୍ସ ଅଫିସ୍ରେ ସୁପର୍ହିଟ୍ ହୋଇଥିଲା।
୯. ତାମିଲ୍ ସାହିତ୍ୟରେ ତାଙ୍କ ଅବଦାନ ବହୁତ ରହିଛି। ସେ ବହୁତ କବିତା, କାହାଣୀ, ଉପନ୍ୟାସ ଓ ମଞ୍ଚ ନାଟକ ଲେଖିଛନ୍ତି।
ସୌଜନ୍ୟ: ଏନ୍ଡିଟିଭି
from OdishaReporter https://ift.tt/2AXH9RM
No comments:
Post a Comment