ରାଜାଜୀ ହଲ୍‌ ସାମ୍ନାରେ ଦଳାଚକଟା, ୨ ମୃତ, ୪୦ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 8, 2018

ରାଜାଜୀ ହଲ୍‌ ସାମ୍ନାରେ ଦଳାଚକଟା, ୨ ମୃତ, ୪୦ ଆହତ

ଚେନ୍ନାଇ: ରାଜାଜୀ ହଲ୍‌ ସମ୍ମୁଖରେ ଡିଏମକେ ସୁପ୍ରିମୋ ତଥା ଦ୍ରାବିଡ଼ ଆନ୍ଦୋଳନର ପ୍ରମୁଖ  ଯୋଦ୍ଧା ଏମ କରୁଣାନିଧିଙ୍କ ଶେଷ ଦର୍ଶନ କରିବା ପାଇଁ ଆଜି ଲୋକଙ୍କ ମଧ୍ୟରେ ବେଶ ଧସ୍ତାଧସ୍ତି ହୋଇଥିଲା। ଧସ୍ତାଧସ୍ତି ପରେ ସୃଷ୍ଟି ହୋଇଥିବା ଦଳା ଚକଟାରେ ୨ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଗୁରୁତର ଆହତ ହୋଇଛନ୍ତି।

ପରିସ୍ଥିତି ଅଣାୟତ୍ତ ହେବାରୁ ପୁଲିସ୍‌ ଲୋକଙ୍କ ଉପରେ ଲାଠି ଚାର୍ଜ କରିଥିବା ସୂଚନା ମିଳିଛି। ଗୁରତର ଆହତଙ୍କୁ ରାଜୀବ ଗାନ୍ଧି ସରକାରୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଅନ୍ତିମ ଯାତ୍ରାରେ କରୁଣାନିଧିଙ୍କୁ ନେବା ପୂର୍ବରୁ ଏଭଳି ଘଟଣା ଘଟିଥିଲା। ଲୋକମାନେ ନିଜ ପ୍ରିୟ ନେତାଙ୍କୁ ହରାଇ ଭାବପ୍ରବଣ ହୋଇପଡ଼ିବାରୁ ଏଭଳି ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହେଲା।

ଲୋକମାନେ ଶାନ୍ତି ବଜାୟ ରଖନ୍ତୁ ବୋଲି କରୁଣାନିଧିଙ୍କ ପୁଅ ଏମକେ ଷ୍ଟାଲିନ୍‌ ସମସ୍ତଙ୍କୁ ନିବେଦନ କରିଛନ୍ତି।

କରୁଣାନିଧିଙ୍କ ପାର୍ଥିବ ଶରୀରକୁ ଅନ୍ତିମ ଦର୍ଶନ ପାଇଁ ରାଜାଜୀ ହଲ୍‌ରେ ରଖାଯାଇଥିଲା। ତାମିଲନାଡୁ ରାଜନୀତିର ଭୀଷ୍ମ ପିତାମହ ଭାବେ ପରିଚିତ ଏହି ନେତାଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ହଜାର ହଜାର ସାଧାରଣ ଲୋକ ଏକାଠି ହୋଇଥିଲେ।

ସନ୍ଧ୍ୟା ସମୟରେ ମରୀନା ବିଚ୍‌ରେ କରୁଣାନିଧିଙ୍କ ଅନ୍ତିମ ସଂସ୍କାର କରାଯିବ। ମାଡ୍ରାସ ହାଇକୋର୍ଟ ଆଜି ଏଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବିରୋଧରେ ଜଣେ ସାମାଜିକ କର୍ମୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ଏହାର ଶୁଣାଣି କରିବାକୁ ସର୍ବୋଚ୍ଚ ଅଦାଲତ ମନା କରିଦେଇଛନ୍ତି। ଫଳରେ ମରୀନା ବିଚ୍‌ରେ ହିଁ କରୁଣାନିଧିଙ୍କ ଅନ୍ତିମ ସଂସ୍କାର ହେବ।

 



from OdishaReporter https://ift.tt/2MgJknY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages