ସଙ୍କଟାପନ୍ନ ସ୍ଥିତିରେ ବାଜପେୟୀ, ଏବେ ଭେଣ୍ଟିଲେଟରରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 15, 2018

ସଙ୍କଟାପନ୍ନ ସ୍ଥିତିରେ ବାଜପେୟୀ, ଏବେ ଭେଣ୍ଟିଲେଟରରେ

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇପଡ଼ିଛି। ତାଙ୍କୁ ଜୀବନରକ୍ଷକ ବା ଲାଇଫ ସପୋର୍ଟ ସିଷ୍ଟମରେ ରଖାଯାଇଛି।

ଗତ ୨୪ ଘଣ୍ଟା  ମଧ୍ୟରେ ବାଜପାୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି ।

ବୁଧବାର  ବିଳମ୍ବିତ ରାତିରେ ଏନେଇ ଦିଲ୍ଲୀସ୍ଥିତ ଏମସ ପକ୍ଷରୁ ଆନୁଷ୍ଠାନିକ ସୂଚନା ଜାରି ହୋଇଛି।


ଏ ଖବର ପାଇବା ପରେ ବୁଧବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମସ ଯାଇ ତାଙ୍କୁ ସାକ୍ଷାତ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଥିବା ଜଣାପଡ଼ିଛି।

ରେଳବାଇ ମନ୍ତ୍ରୀ ପୀୟୁଷ ଗୋଏଲ ଓ ବିଜେପି ସାଂସଦ ମିନାକ୍ଷୀ ଲେଖିଙ୍କ ସମେତ ବହୁ ବିଜେପି ନେତା ମଧ୍ୟ ଏମସ ଯାଇ ବାଜପେୟୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି ।

ଦିଲ୍ଲୀ ଏମସ  ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିୟାଙ୍କ ଟିମ୍ ତାଙ୍କର ସ୍ୱାସ୍ଥ୍ୟ ଉପରେ ତୀକ୍ଷଣ ନଜର ରଖିଛନ୍ତି ବୋଲି କହିଛନ୍ତି।

୯ ସପ୍ତାହ  ଧରି ହସ୍ପିଟାଲରେ ଭର୍ତ୍ତି ଥିବା ବାଜପେୟୀଙ୍କୁ ଗତ ୩ଦିନ ଧରି ଭେଣ୍ଟିଲେଟରରେ ରଖାଯାଇଛି । ବୁଧବାର ସକାଳୁ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଅବନତି ଦେଖା ଦେଇଛି।

ସୂଚନାଯୋଗ୍ୟ, ଗତ ଜୁନ୍ ୧୧ ତାରିଖରେ ବାଜପେୟୀଙ୍କୁ ଏମସରେ ଭର୍ତ୍ତି କରାଯାଇଥିଲା।

 

 

 



from OdishaReporter https://ift.tt/2L17tuo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages