ଖାକିକୁ ଚିହ୍ନେ ଖାକି: ଗଣ୍ଡଗୋଳ ପରେ ଏମିତି କହିଲେ ଏଡିଜିଙ୍କ ପତ୍ନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 3, 2018

ଖାକିକୁ ଚିହ୍ନେ ଖାକି: ଗଣ୍ଡଗୋଳ ପରେ ଏମିତି କହିଲେ ଏଡିଜିଙ୍କ ପତ୍ନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ତମେ ଚିହ୍ନିନ ମୁଁ କିଏ ! ମୁଁ ତମ ସାର୍‌ଙ୍କ ମେମ୍‌ସାହେବ ।’

ହଇଓ ତମକୁ କିଏ କାଇଁକି ଚିହ୍ନିବ ହୋ। ତମେ ଏମିତି କିଏ କି ? ତମେ କ’ଣ ନବୀନ ପଟ୍ଟନାୟକ ନା ନରେନ୍ଦ୍ର ମୋଦି ?

କଥାଟା ଶୁଣି ସମସ୍ତେ ଠୋ ଠୋ ହସିଲେ।

ଏଥର ବାବୁ ରାଗିଗଲେ। କହିଲେ- “ହଇଓ ହସୁଛ, ମୁଁ କ’ଣ ମିଛ କହୁଛି ନା! ଖୋଦ୍‌ ଆଖିରେ ଦେଖିଛି ପା।” ତାଙ୍କ କଥା ଶୁଣି ଗହଳିଟା ଟିକେ ବହଳ ହୋଇଗଲା। ସୂଚନା ଭବନ ପାଖ ରାଜୁ ଚା’ ଦୋକାନରେ ଏମିତି ଗହଳ ସେତେବେଳେ ହୁଏ ଯେତେବେଳେ ପାଖାପାଖି କିଛି ଗୋଟେ ଘଟିଥାଏ।

ଆମେ ବି ଟିକେ ଅଟକିଗଲୁ । କଥା ବୁଝୁ ବୁଝୁ ଜଣାପଡ଼ିଲା ଘଟଣାଟା ବାସି। ମାନେ କାଲିକା କଥା। ପୁଲିସ୍‌ ଏଡିଜିଙ୍କ ଝିଅକୁ ଟ୍ରାଫିକ୍‌ ଦିଦି ମାଡ଼ ମାରିବା କଥା ମ। ଆମେ ବି କାଳେ କିଛି ମିଳିଯିବ ବୋଲି କାନ ତାରାଟି ଦେଲୁ। ପାଖରେ ଆମ ଜାତିଭାଇମାନେ ବି ଥିଲେ। ବାବୁ ଜଣକ ମୋବାଇଲ୍‌ ଭିଡ଼ିଓ ଦେଖେଇଲେ।

“ମିଛ କହୁଛି ବୋଲି ଭାବୁଛ କି ? ଦେଖ ଦେଖ । ଗଣ୍ଡଗୋଳ ବେଳେ ମେମ୍‌ ସାହେବ୍‌ କେମିତି ଝିଙ୍କାସି ହେଉଥିଲେ ଦେଖ। ଜଣେ ବରିଷ୍ଠ ପୁଲିସ୍‌ ବଡ଼ବାବୁଙ୍କ ଅର୍ଦ୍ଧାଙ୍ଗିନୀ ହୋଇଥିବାରୁ ନ କହି ନ କହି ମ୍ୟାଡାମ୍‌ଙ୍କ ମୁହଁରୁ ସତ ଖସିପଡିଛି। ହେଇ ଶୁଣ…. ”

“ତମର ଏଇ ପ୍ରକୃତି ସକାଶେ ଲୋକ ପୁଲିସ୍‌କୁ ଡ଼ରୁଛନ୍ତି। ପୋଲିସ ପାଖକୁ ଲୋକେ କାଇଁ ଯାଉନାହାନ୍ତି କି? ତମମାନଙ୍କ ଏଇ ଅଭଦ୍ରାମି ପାଇଁ।”

ଏ ଏକ୍ସକ୍ଲୁସିଭ୍‌ ଭିଡିଓଟା ଦେଖି ଆମେ ସବୁ ଆଉ ଟିକେ ଉତ୍ସାହିତ ହୋଇପଡ଼ିଲୁ। କାରଣ ଏ ଶବ୍ଦ କେତେଟା ଆମ ପାଇଁ ଭାରି ମୂଲ୍ୟବାନ୍‌ ମନେ ହେଲା। ମ୍ୟାଡାମ୍‌ଙ୍କ କଥାରୁ ଜଣାପଡୁଥିଲା ସେ ବାରମ୍ବାର ସେ ଟ୍ରାଫିକ୍‌ କନେଷ୍ଟେବଳଙ୍କୁ ପ୍ରଶ୍ନ କରି ଚାଲୁଥାନ୍ତି। ତମେ ମୋ ଝିଅକୁ ମାରିଲ କାହିଁକି ? ହେଲେ ଏ ପ୍ରଶ୍ନର ଉତ୍ତରରେ  ଟ୍ରାଫିକ୍‌ ଅଧିକାରୀ ଜଣକ ନାସ୍ତିବାକ୍ୟ ଶୁଣାଉଥିବା ଝାପସା ଝାପସା କାନରେ ବାଜୁଥାଏ। ସେ ଯାହା ହେଉ ନା କାହିଁକି, ମ୍ୟାଡାମ୍‌ଙ୍କ କଥା ପଦକ କିନ୍ତୁ ଆମ ମନକୁ ପାଇଗଲା। ଯେତେ ଯାହା ହେଲେ ବି ପୋଲିସ ଘରଣୀ ହୋଇ ପୁଲିସ୍‌ଙ୍କ ଗୁମର ଖୋଲିଛନ୍ତି ନା। ଏ କ’ଣ କମ୍‌ ସାହସର କଥା ନା କ’ଣ ?

ତାଙ୍କ କଥାରୁ ଏ କଥା ହୃଦୟଙ୍ଗମ ହେଲା ଯେ, ପୁଲିସ୍‌ ତା ଆଚରଣ ପାଇଁ ସବୁବେଳେ ନିନ୍ଦିତ ହୋଇ ଆସୁଛି। ଏ କଥା ମ୍ୟାଡାମ୍‌ଙ୍କ ଘରେ ଅନେକ ଥର ଚର୍ଚ୍ଚା ହୋଇଥିବ ନ ହେଲେ ମ୍ୟାଡାମ୍‌ କ’ଣ ସର୍ବସମ୍ମୁଖରେ ଖାକିବାଲାଙ୍କ ଏମିତି ଗୁମର ଖୋଲିଥାନ୍ତେ ନା କ’ଣ ?

ଆମେ ଏ କଥା ଭାବିଛୁ କି ନାହିଁ ରାଜୁ ଚା’ ବଢେଇଦେଲା। ଆମେ ଜାଣିବାକୁ ପାଇଲୁ ଯେ, ଆମକୁ ଭିଡ଼ିଓ ଦେଖାଉଥିବା ବାବୁ ଜଣକ ନିକଟରେ ସଚିବାଳୟର ଗୃହ ବିଭାଗ ଇସ୍ୟୁ ସେକ୍ସନରୁ ଅବସର ନେଇଛନ୍ତି। ନା ତାଙ୍କର ଅମୁକ ପଣ୍ଡା। ଆଉ ସୌଭାଗ୍ୟକୁ ସେ କାଲି ଏଜି ଛକ ଟ୍ରାଫିକ୍‌ରେ ଛିଡା ହୋଇଥିବା ବେଳେ ଘଟଣାଟା ଘଟିଥିଲା।

ଆମେ ପଚାରିଲୁ..। ‘ସାର୍‌ ଏ ବିଷୟରେ ଆପଣ କ’ଣ କହିବେ?’

ଚା’ର ଚୁସ୍‌କି ମାରୁ ମାରୁ ପଣ୍ଡା ବାବୁ କହିଲେ –

“ଏଡିଜିଙ୍କ ଝିଅ ବୋଲି ସେ ବହପ ଦେଖେଇ ଜେବ୍ରା କ୍ରସିଂ ମାଡ଼ିଥିବେ ଆଉ ଏମିତି କାଇଁ କଲ ବୋଲି ପଚାରିବାରୁ ମେମ୍‌ ସାହେବ କହିଥିବେ ମୁଁ ତମ ସାର୍‌ଙ୍କ ମେମ୍‌ ସାହେବ। ବାସ୍‌ ଏଇଠୁ ତ ନିଆଁ ଲାଗିଥିବ।”

ପଣ୍ଡା ବାବୁଙ୍କ କଥାରେ ମାହୋଲଟା ପୁରା ଜମିଗଲା। ସମସ୍ତେ ଠୋ ଠୋ ହସୁଥାନ୍ତି। ଖାଲି ଆମେ ନୁହେଁ ପାଖରେ ଛିଡା ହୋଇଥିବା ପିସିଆର୍‌ ଭ୍ୟାନ୍‌ରେ ବସିଥିବା ଖାକି ବାବୁ ବି ମୁରୁକି ମୁରୁକି ହସୁଥାନ୍ତି। ଯେତେ ହେଲେ ତାଙ୍କ ଘର କଳି ପରା!



from OdishaReporter https://ift.tt/2O5zse8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages