କଳା ପଲ୍‌ସରରେ ଆସିଲେ, ବନ୍ଧୁକ ଦେଖାଇ ଲୁଟିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 3, 2018

କଳା ପଲ୍‌ସରରେ ଆସିଲେ, ବନ୍ଧୁକ ଦେଖାଇ ଲୁଟିଲେ

କୁଚିଣ୍ଡା (ଦେବେନ୍ଦ୍ର ବେହେରା): ପଶ୍ଚିମ ଓଡ଼ିଶାରେ ଲେଉଟିଲା କଳା ପଲ୍‌ସର ଆତଙ୍କ। କଳା ପଲ୍‌ସରରେ ଆସିବା ୩ ଜଣ ଯୁବକ ମୁଖା ପିନ୍ଧି ବ୍ୟାଙ୍କରେ ପଶିଲେ। ପରେ ବନ୍ଧୁକ ଦେଖାଇ ଲୁଟି ନେଲେ ୧୦ ଲକ୍ଷ ୯୩ ହଜାର ଟଙ୍କା। ଆଜି ଅପରାହ୍ଣରେ ଏପରି ଲୁଟ୍‌ ସମ୍ୱଲପୁର ଜିଲ୍ଲାରେ ଘଟିଛି।

ସବୁଦିନ ପରି ଆଜି ଜମନକିରା ଆନ୍ଧ୍ର ବ୍ୟାଙ୍କ ଶାଖା ଖୋଲିଥିଲା। କର୍ମଚାରୀ ଓ ଗ୍ରାହକମାନେ ବ୍ୟାଙ୍କକୁ ଅସିଥିଲେ। ଅପରାହ୍ଣ ୩.୪୦ ମିନିଟ୍‌ରେ ୩ ଜଣ ଯୁବକ ମୁଖା ପିନ୍ଧି ଏକ କଳା ପଲ୍‌ସର୍‌ରେ ଆସିଲେ। ବ୍ୟାଙ୍କ ସମ୍ମୁଖରେ ଗାଡ଼ି ରଖି ବ୍ୟାଙ୍କ ଭିତରେ ପଶିଥିଲେ। ପରେ ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକଙ୍କ ମୁଣ୍ଡରେ ବନ୍ଧୁକ ଦେଖାଇ ଲକରରେ ଥିବା ଟଙ୍କା ଲୁଟି ନେଇଥିଲେ। ଗଲା ବେଳେ ସିସିଟିଭିର ହାର୍ଡଡିସ୍କ ତାଡି ନେଇ ଯାଇଥିଲେ। ଏ ସମ୍ପର୍କରେ ଖବର ପାଇ ଜମନକିରା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।



from OdishaReporter https://ift.tt/2vdDw5a

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages