
ହାଇଦ୍ରାବାଦ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କେବେ ବାହା ହେବେ, ତାକୁ ନେଇ ଚର୍ଚ୍ଚା ଜାରି ରହିଛି। ଭିନ୍ନ ଭିନ୍ନ ସମୟରେ ରାହୁଲ ଗାନ୍ଧିଙ୍କ ବାହାଘରକୁ ନେଇ ସୋଶାଲ୍ ମଡିଆରେ ନାନା କଥା ପ୍ରକାଶ ପାଉଛି। କିନ୍ତୁ ପ୍ରଥମଥର ନିଜ ବାହାଘରକୁ ନେଇ ମୁହଁ ଖୋଲିଛନ୍ତି ରାହୁଲ ଗାନ୍ଧି।
ଦୁଇଦିନିଆ ଗସ୍ତରେ ତେଲେଙ୍ଗାନା ଯାଇଥିବା ରାହୁଲ ସେଠାରେ ବିଭିନ୍ନ ଗଣମାଧ୍ୟମର ସମ୍ପାଦକମାନଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ସେ ନିଜର ବାହାଘର ନେଇ ଏକ ପ୍ରଶ୍ନର ଉତ୍ତର ଦେଇଛନ୍ତି। ରାହୁଲ କହିଛନ୍ତି, ମୁଁ କେବେଠାରୁ ବାହା ହୋଇ ସାରିଛି। ମୁଁ କଂଗ୍ରେସ ଦଳକୁ ବାହା ହୋଇଛି। ତେଣୁ ଆଉ କାହାକୁ ବାହା ହେବାକୁ ଚାହୁଁନାହିଁ। ଦଳ ମୋ ପାଇଁ ସବୁ କିଛି ବୋଲି ଶ୍ରୀ ଗାନ୍ଧି କହିଛନ୍ତି।
ଏହି ସମୟରେ ରାହୁଲ ୨୦୧୯ରେ ନରେନ୍ଦ୍ର ମୋଦି କେବେ ହେଲେ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ ବୋଲି ଦୃଢ଼ୋକ୍ତି କରିଛନ୍ତି। ବିଜେପି ୨୦୧୯ରେ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ହାସଲ କରିପାରିବ ନାହିଁ। ଏହାର ପ୍ରମାଣ ଉତ୍ତର ପ୍ରଦେଶ ଉପ ନିର୍ବାଚନରେ ଦେଖିବାକୁ ମିଳିଛି। ଅଣ ବିଜେପି ଦଳଗୁଡ଼ିକ ମେଣ୍ଟ କରିଥିବାରୁ ଏହା ସମ୍ଭବ ହୋଇପାରିଛି। ଏବେ କଂଗ୍ରେସ ବିଭିନ୍ନ ରାଜ୍ୟରେ ମେଣ୍ଟ କରିବାକୁ ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି।
from OdishaReporter https://ift.tt/2w6Ovgo
No comments:
Post a Comment