ଘଞ୍ଚ ଜଙ୍ଗଲରେ ତାଲିମ ନେଉଛନ୍ତି ମାଓବାଦୀ, ଭାଇରାଲ୍‌ ହେଲା ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 14, 2018

ଘଞ୍ଚ ଜଙ୍ଗଲରେ ତାଲିମ ନେଉଛନ୍ତି ମାଓବାଦୀ, ଭାଇରାଲ୍‌ ହେଲା ଭିଡିଓ

ମାଲକାନଗିରି (ଜିତେନ୍ଦ୍ର ବେଉରା): ଘଞ୍ଚ ଜଙ୍ଗଲ ଭିତରେ ଚାଲିଛି ଶତ୍ରୁକୁ ମୁକାବିଲା କରିବାର ତାଲିମ୍‌। ହାତରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ କେତେବେଳେ ଦୌଡୁଛନ୍ତି ତ ଆଉ କେତେକେବେ ଘୁଷୁରି ଘୁଷୁରି ଯାଉଛନ୍ତି। ଦୁର୍ଗମ ଅଞ୍ଚଳରେ ପୁଲିସର ମୁକାବିଲା ପାଇଁ ଏଭଳି କଷ୍ଟସାଧ୍ୟ ପ୍ରଶିକ୍ଷଣ ମାଓବାଦୀମାନଙ୍କୁ ଦିଆଯାଉଛି। ତାଲିମ ସମୟର ଏହି ଭିଡିଓ ଏବେ ଭାଇରାଲ୍‌ ହୋଇଛି।  ତେବେ ଏହି ଭିଡିଓଟି କେଉଁ ଅଞ୍ଚଳରେ ସୁଟିଂ ହୋଇଛି, ତାହା ସ୍ପଷ୍ଟ ହେଉନାହିଁ।

ଅନୁମାନ କରାଯାଉଛି, ସୁକ୍‌ମା ଜିଲ୍ଲା ଦୋର୍ନାପାଲ ଅଞ୍ଚଳର ଘଞ୍ଚ ଜଙ୍ଗଲରେ ଚାଲିଥିବା ପ୍ରଶିକ୍ଷଣ ଶିବିରର ଭିଡିଓ ଫୁଟେଜ୍‌କୁ ମାଓବାଦୀମାନେ ଭାଇରାଲ୍‌ କରିଛନ୍ତି।

ଗତ କିଛି ଦିନ ହେଲା ସୁକ୍‌ମା ଅଞ୍ଚଳରେ ମାଓବାଦୀଙ୍କ ବିରୋଧରେ ପୁଲିସ ଅପରେସନ୍‌କୁ ଜୋର୍‌ଦାର କରିଛି। ଏଥିରେ ପୁଲିସକୁ ବହୁ ସଫଳତା ମଧ୍ୟ ମିଳିଛି। ତେବେ ପୁଲିସ ଅପରେସନ୍‌କୁ ମୁକାବିଲା କରିବା ପାଇଁ ମାଓବାଦୀମାନେ ଏବେ ବ୍ୟାପକ ପ୍ରସ୍ତୁତି ଚଳାଇଥିବା ସୂଚନା ମିଳିଛି।

ଗତ କିଛି ଦିନ ତଳେ ମାଓବାଦୀଙ୍କ ସହିଦ୍‌ ସପ୍ତାହ ସରିଛି। ଏହି ସମୟରେ ଉପାନ୍ତ ଅଞ୍ଚଳର ବହୁ ଯୁବକଙ୍କୁ ମାଓବାଦୀ ସଙ୍ଗଠନରେ ସାମିଲ୍‌ କରାଯାଇଛି। ସେହି ନବାଗତମାନଙ୍କୁ ତାଲିମ୍‌ ଦିଆଯାଉଥିବା ଦୃଶ୍ୟ ଏହି ଭିଡିଓରେ ଥିବା ସନ୍ଦେହ କରାଯାଉଛି।

ଅନ୍ୟପକ୍ଷରେ କୁହାଯାଉଛି, ତାଲିମ ଶିବିରର ଏହି ଭିଡିଓ ଛାଡ଼ି ମାଓବାଦୀମାନେ ପୁଲିସର ମନୋବଳ ଭାଙ୍ଗିବାକୁ ଚାହୁଁଛନ୍ତି।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ମାଓବାଦୀଙ୍କ ଏହି ଭିଡିଓକୁ ପୁଲିସ ଗୁରୁତ୍ୱର ସହ ନେଇ ଏହାର ତର୍ଜମା ଆରମ୍ଭ କରିଛି।



from OdishaReporter https://ift.tt/2MegPbE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages