ସପ୍ତାହକ ଭିତରେ ଚୀନ୍‌କୁ ଆମେରିକାର ଦ୍ୱିତୀୟ ଝଟ୍‌କା, ଭାରତକୁ ସ୍ୱତନ୍ତ୍ର ମାନ୍ୟତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 4, 2018

ସପ୍ତାହକ ଭିତରେ ଚୀନ୍‌କୁ ଆମେରିକାର ଦ୍ୱିତୀୟ ଝଟ୍‌କା, ଭାରତକୁ ସ୍ୱତନ୍ତ୍ର ମାନ୍ୟତା

ୱାଶିଂଟନ୍‌: ଆମେରିକା ଆଜି ପୁଣି ଚୀନ୍‌କୁ ଝଟ୍‌କା ଦେଇଛି। ଭାରତ ଯେ ଆମେରିକାର ସ୍ୱତନ୍ତ୍ର ସହଯୋଗୀ, ସେ କଥା ପ୍ରମାଣ କରିବାକୁ ଯାଇ ଆଜି ନୂଆଦିଲ୍ଲୀକୁ ସ୍ୱତନ୍ତ୍ର ମାନ୍ୟତା ଦେଇଛି ୱାଶିଂଟନ୍‌।

ଭାରତକୁ ଆଜି ଆମେରିକା ଷ୍ଟାଟେଜିକ୍‌ ଟ୍ରେଡ୍‌ ଅଥୋରାଇଜେସନ୍‌ (ଏସ୍‌ଟିଏ-୧) ତାଲିକାରେ ସାମିଲ କରିଛି। ପ୍ରଥମ ଦକ୍ଷିଣ-ଏସିଆ ରାଷ୍ଟ୍ର ଭାବେ ଭାରତ ଏହି ତାଲିକାରେ ସ୍ଥାନ ପାଇଛି। ଏହାଦ୍ୱାରା ନୂଆଦିଲ୍ଲୀକୁ ଆମେରିକା ଉଭୟ ସାମରିକ ଓ ବେସାମରିକ ଦ୍ରବ୍ୟ ବିକ୍ରି କରିପାରିବ। ଜାପାନ୍‌ ଓ ଦକ୍ଷିଣ କୋରିଆ ପରେ ଭାରତଏହି ତାଲିକାରେ ସ୍ଥାନ ପାଇବା ରାଷ୍ଟ୍ରମାନଙ୍କ ମଧ୍ୟରେ ତୃତୀୟ ଦେଶ।

ସେହିପରି ଏସ୍‌ଟିଏ-୧ ତାଲିକାରେ ଭାରତ ବିଶ୍ୱର ୩୭ତମ ରାଷ୍ଟ୍ର ହୋଇଛି। ପ୍ରଚଳିତ ନିୟମ ଅନୁଯାୟୀ, ଏମ୍‌ଟିସିଆର୍‌, ଡବ୍ଲ୍ୟୁଏ, ଏଜିଓଏନ୍‌ଏସ୍‌ଜି ଗ୍ରୁପ୍‌ରେ ସ୍ଥାନ ପାଇଥିବା ରାଷ୍ଟ୍ରମାନଙ୍କୁ ଆମେରିକା ଏସ୍‌ଟିଏ-୧ ତାଲିକାରେ ସାମିଲ କରିଥାଏ। ସେହିପରି ନାଟୋ ସଦସ୍ୟ ରାଷ୍ଟ୍ରଙ୍କୁ ଆମେରିକା ଏହି ମାନ୍ୟତା ଦେଇଥାଏ।

ଭାରତ ଉପରୋକ୍ତ ୩ ଗ୍ରୁପ୍‌ର ସଦସ୍ୟ ଥିଲେ ହେଁ ଏନ୍‌ଏସ୍‌ଜିରେ ସାମିଲ ହୋଇନାହିଁ। ଚୀନ୍‌ ବାରମ୍ବାର ବିରୋଧ କରିବାରୁ ଭାରତକୁ ଏନ୍‌ଏସ୍‌ଜିରେ ସ୍ଥାନ ମିଳୁନାହିଁ।

କିନ୍ତୁ ଚୀନ୍‌ର ନାଲି ଆଖିକୁ ଖାତିର ନକରି ଆମେରିକା ଆଜି ଭାରତକୁ ଏସ୍‌ଟିଏ-୧ ତାଲିକାରେ ସାମିଲ କରିଛି। ପୂର୍ବରୁ ଆମେରିକା ସଂସଦରେ ଏକ ପ୍ରତିରକ୍ଷା ବିଲ୍‌ ପାସ୍‌ କରିଥିଲେ। ଯାହା ଦ୍ୱାରା ଭାରତ ଅତି ସହଜରେ ରୁଷ୍‌ଠାରୁ ବିଭିନ୍ନ ଯୁଦ୍ଧାସ୍ତ୍ର କିଣିପାରିବ।

ଗୋଟିଏପଟେ ଚୀନ୍‌ ଭାରତକୁ ବିଭିନ୍ନ ପ୍ରସଙ୍ଗରେ ବିରୋଧ କରୁଥିବା ବେଳେ ଆମେରିକାର ଭାରତକୁ ବିଭିନ୍ନ ପ୍ରସଙ୍ଗରେ ସମର୍ଥନ କରିଆସୁଛି।



from OdishaReporter https://ift.tt/2vBTFAC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages