୧୭ ବର୍ଷ ତଳେ କୁମାର ସାନୁ ଗୋଟିଏ ଝିଅକୁ ପୋଷ୍ୟ ସନ୍ତାନ କରିଥିଲେ, ଏଥିପାଇଁ ରଖିଥିଲେ ଗୋପନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 4, 2018

୧୭ ବର୍ଷ ତଳେ କୁମାର ସାନୁ ଗୋଟିଏ ଝିଅକୁ ପୋଷ୍ୟ ସନ୍ତାନ କରିଥିଲେ, ଏଥିପାଇଁ ରଖିଥିଲେ ଗୋପନ

ମୁମ୍ବାଇ: ନବେ ଦଶକରୁ ନିଜ ସ୍ୱରର ଯାଦୁରେ ଦର୍ଶକଙ୍କ ମନରେ ରାଜ୍‌ କରୁଛନ୍ତି ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ କୁମାର ସାନୁ। ପିଲାଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ଗୀତର ଦିୱାନା। ଅଧିକାଂଶ ରୋମାଣ୍ଟିକ୍‌ ଗୀତ ଗାଇ ଯୁବପିଢ଼ିଙ୍କ ପ୍ରିୟ ସାଜିଥିବା କୁମାର ସାନୁଙ୍କ ଜୀବନ ବିଷୟରେ ଆମେ ଆଜି କିଛି ଅକୁହା କଥା କହିବାକୁ ଯାଉଛୁ। ନିକଟରେ କୁମାର ସାନୁ ସେ ବିଷୟରେ ଖୁଲାସା କରିଛନ୍ତି।

କୁମାର ସାନୁ ୨୦୦୧ରେ ଗୋଟିଏ ଝିଅକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। କିନ୍ତୁ ଏହି କଥା କେବଳ ତାଙ୍କର କିଛି ସଂପର୍କୀୟ ଓ ନିକଟତର ବନ୍ଧୁଙ୍କୁ ଜଣାଇଥିଲେ। ବଡ଼ କଥା ହେଉଛି, କୁମାର ସାନୁ ଏ ବିଷୟରେ କାହାକୁ ବି ଜଣାଇବାକୁ ଚାହୁଁନଥିଲେ। ଆଉ ସେ କାହିଁକି କାହାକୁ ଜଣାଇବାକୁ ଚାହୁଁନଥିଲେ ସେ ବିଷୟରେ ଏବେ ଖୁଲାସା କରିଛନ୍ତି।

ନିକଟରେ କୁମାର ସାନୁ ‘ଦିଲ୍‌ ହୈ ହିନ୍ଦୁସ୍ଥାନୀ-୨’  ଶୋ’କୁ ଅତିଥି ଭାବେ ଆସିଥିଲେ। ସେ ସେଠାରେ କହିଥିଲେ ଯେ,  ‘‘ମୁଁ କେବେ ଚାହିଁନଥିଲି କି ମୁଁ ଝିଅ ଆଡପ୍ଟ କରିବା କଥା କେହି ଜାଣନ୍ତୁ। ମୁଁ ସବୁବେଳେ ଡରୁଥାଏ କି ସମାଜ ଏହି ବିଷୟରେ କ’ଣ ଭାବିବ। ସମାଜ ଏହାକୁ କେଉଁ ଦୃଷ୍ଟିରେ ଦେଖିବ ଓ କିପରି ଗ୍ରହଣ କରିବ, ସେ ନେଇ ମୋର ଆଶଙ୍କା ମଧ୍ୟ ଥିଲା। କିନ୍ତୁ ଧିରେ ଧିରେ ଏସବୁ କଥା ସମସ୍ତଙ୍କୁ ଜଣା ପଡ଼ିଗଲା’’

କୁମାର ସାନୁଙ୍କ ଏହି ଝିଅର ନାଁ ସେନନ୍‌।  ସେ ହଲିଉଡ୍‌ର ଜଣେ ପ୍ରଫେସ୍‌ନାଲ୍‌ ଗାୟିକା। ୨୦୧୪ ରେ ସେ ପ୍ରଥମ ଗୀତ ଗାଇଥିଲେ। ସେନନ୍‌ ପପ୍‌ ଗୀତରେ ସଙ୍ଗୀତ ଦୁନିଆରେ ଡେବ୍ୟୁ କରିଥିଲେ। ଯାହାକୁ ଜଷ୍ଟିନ୍‌ ବିବରଙ୍କ ସହଯୋଗୀ ପୁ ବିୟର ପ୍ରଡ୍ୟୁସ୍‌ କରିଥିଲେ ଓ ଲେଖିଥିଲେ। ଏହାପରେ ତାଙ୍କର ଅନେକ ଆଲ୍‌ବମ୍‌ ଆସି ସାରିଛି।  ସେନନ୍‌ ଅନେକ ସିଙ୍ଗରଙ୍କ ସହ କାମ ମଧ୍ୟ କରି ସାରିଛନ୍ତି।

କୁମାର୍‌ ସାନୁ ଆହୁରି କହିଥିଲେ ଯେ, ‘‘ସେନନ୍ ଖୁବ୍‌ ପରିଶ୍ରମୀ। ସେ ତାଙ୍କ ଜୀବନରେ ଅନେକ କିଛି ହାସିଲ୍‌ କରିଛନ୍ତି। ମୁଁ  ସେନନ୍‌ଙ୍କୁ ନେଇ‌ ବହୁତ ଗର୍ବ କରେ। ତାଙ୍କ ପାଇଁ ହଲିଉଡ୍‌ରେ ମୋତେ ଅନେକ ଲୋକ ଜାଣନ୍ତି। ଏହା ଆମ ପରିବାର ପାଇଁ ଖୁବ୍‌ ଗର୍ବର କଥା।”

ଶୋ’ ସମୟରେ ତାଙ୍କ ଝିଅ କୁମାର ସାନୁଙ୍କୁ ଭିଡ଼ିଓ ମାଧ୍ୟମରେ ଏକ ଗୀତ ଡେଡିକେଟ୍‌ କରିଥିଲେ।

 

 



from OdishaReporter https://ift.tt/2OHJMtS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages