ରାଜ୍ୟ ମାନବାଧିକାର କମିଶନ୍ ସ୍ଥାଣୁ: ପଡ଼ିରହିଛି ୧୦ ହଜାରରୁ ଅଧିକ ମାମଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 17, 2018

ରାଜ୍ୟ ମାନବାଧିକାର କମିଶନ୍ ସ୍ଥାଣୁ: ପଡ଼ିରହିଛି ୧୦ ହଜାରରୁ ଅଧିକ ମାମଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ଥାଣୁ ପାଲଟିଛି ରାଜ୍ୟ ମାନବାଧିକାର କମିଶନ୍। ଏକମାତ୍ର କାର୍ଯ୍ୟକାରୀ ଅଧ୍ୟକ୍ଷ ଜଷ୍ଟିସ୍‌ ବୀରକିଶୋର ମିଶ୍ରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ନୂଆ ନିଯୁକ୍ତି ନେଇ କୌଣସି ସରକାରୀ ତତ୍ପରତା ଦେଖିବାକୁ ମିଳୁନି। ଫଳରେ ସମାଧାନ ହୋଇ ନ ପାରି କମିଶନ୍ ପାଖରେ ପ୍ରାୟ ୧୦ ହଜାର ମାମଲା ପଡ଼ିରହିଛି। କିଭଳି ଏହିସବୁ ମାମଲାର ଫଇସଲା ହେବ ସେ ନେଇ ମାନବାଧିକାର କର୍ମୀ ଉଦ୍‌ବେଗ ପ୍ରକାଶ କରୁଛନ୍ତି।

ପୁଲିସ୍ ଅତ୍ୟାଚାର, ସରକାରୀ ଅଧିକାରୀଙ୍କ ଦ୍ୱାରା ନିର୍ଯାତନା ସମ୍ପର୍କିତ ମାମଲା, ଫେକ୍ ଏନ୍‌କାଉଣ୍ଟର୍‌, ହାଜତ ମୃତ୍ୟୁ ଭଳି ଅନେକ ମାନବାଧିକାର ଉଲ୍ଲଂଘନ ମାମଲା କମିଶନ୍‌ଙ୍କ ପାଖକୁ ଆସିଥାଏ। ତେବେ କମିଶନ୍‌ରେ ଅଧ୍ୟକ୍ଷ କି ସଦସ୍ୟ ନ ଥିବାରୁ କମିଶନ୍‌ ଏକପ୍ରକାର ସ୍ଥାଣୁ ଅବସ୍ଥାକୁ ଚାଲିଆସିଛି। ତେବେ ଏଭଳି ସ୍ଥିତିରେ ସରକାର କାହିଁକି ଅଧ୍ୟକ୍ଷ ଓ ସଭ୍ୟ ପଦବୀ ପୂରଣ କରୁନାହାଁନ୍ତି ସେ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି।



from Odisha Reporter https://ift.tt/2OFptMX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages