ଟିଟୋ ସହ ଅମରଙ୍କ ପଲିଟିକାଲ୍‌ ଲିଙ୍କର ଖୋଳତାଡ଼ ଦାବି କଲା କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 10, 2018

ଟିଟୋ ସହ ଅମରଙ୍କ ପଲିଟିକାଲ୍‌ ଲିଙ୍କର ଖୋଳତାଡ଼ ଦାବି କଲା କଂଗ୍ରେସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗ୍ୟାଙ୍ଗଷ୍ଟର ଟିଟୋର ପଲିଟିକାଲ୍‌ ଲିଙ୍କକୁ ନେଇ ପୁଣି ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ବାଲିଘାଟ ନିଲାମ ଓ ଲଘୁଖଣିଜ କାରବାରରେ ଟିଟୋର ରାଜନୈତିକ ପୃଷ୍ଠପୋଷକଙ୍କ ତାଲିକାରେ ଶାସକ ଦଳ ମୁଖ୍ୟ ସଚେତକ ଅମର ଶତପଥୀଙ୍କ ନାଁ ଯୋଡ଼ି କ୍ରାଇମବ୍ରାଞ୍ଚ ଏସିଟିଏଫ୍‌ ପାଖରେ ଫେରାଦ ହୋଇଛି ବଡଚଣା କଂଗ୍ରେସ। ବଡ଼ଚଣା ବିଧାୟକ ଅମର ଶତପଥୀଙ୍କ ଟିଟୋ ଲିଙ୍କର ଖୋଳତାଡ଼ ପାଇଁ କଂଗ୍ରେସ ଦାବି କରିଛି।

ଅଭିଯୋଗ ଅନୁସାରେ- ବଡ଼ଚଣାର ଅସିହା, ଆଲମଗିରି, ଅଛୁତ ବସନ୍ତ, ମଝିପଡ଼ା, ଚଣ୍ଡିଆ, ମାଣ୍ଡୁକା ପାହାଡ଼ରୁ ବିନା ଲିଜରେ ଟିଟୋ ଖଣି ଖନନ କରୁଛି। ସେହିପରି ବାଲିକୁଦା ଘାଟରୁ ମଧ୍ୟ ବେଆଇନ ଭାବେ ବାଲି ଉଠାଉଛି ଟିଟୋ। ଏସବୁ କାମ ପ୍ରଶାସନର ଜାଣତରେ ଚାଲିଥିବା ବେଳେ ଏହା ପଛରେ ବିଧାୟକ ଅମର ଶତପଥୀଙ୍କ ପୃଷ୍ଠପୋଷକତା ମଧ୍ୟ ରହିଛି ବୋଲି ସ୍ଥାନୀୟ କଂଗ୍ରେସ କର୍ମୀମାନେ ଅଭିଯୋଗ କରିଛନ୍ତି।

ଏସବୁ ଦୃଷ୍ଟିରୁ କ୍ରାଇମବ୍ରାଞ୍ଚ ଅମରଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବାକୁ ଦଳ ଦାବି କରିଛି। ତେବେ ଅଭିଯୋଗ ନେଇ ଅମର କହିଛନ୍ତି, ସଂକୀର୍ଣ୍ଣ ରାଜନୈତିକ ଫାଇଦା ପାଇଁ ତାଙ୍କ ନାଁରେ ଉଦ୍ଦେଶ୍ୟମୂଳକ ଭାବେ ଅଭିଯୋଗ କରାଯାଉଛି।

ଅନ୍ୟପକ୍ଷରେ ଆଜି ଟିଟୋର ଆତଙ୍କୀ ଲିଙ୍କକୁ ନେଇ ସରକାର ଓ ଏସ୍‌ଟିଏଫ୍‌ ଉପରେ ବର୍ଷିଛି ବିଜେପି। ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସଂପାଦକ ଲେଖାଶ୍ରୀ ସାମନ୍ତ ସିଂହାର ଅଭିଯୋଗ କରିଛନ୍ତି ଯେ ଟିଟୋର ପଲିଟିକାଲ୍‌ ଲିଙ୍କ ଉପରେ ପରଦା ଢାଙ୍କିବା ଓ ସାକ୍ଷ୍ୟ ପ୍ରମାଣ ନଷ୍ଟ ପାଇଁ ଷଡଯନ୍ତ୍ର ହେଉଛି। ବିଶ୍ୱଜିତ ସାହୁ ହତ୍ୟାକାଣ୍ଡର ସାକ୍ଷୀ ବିଚିତ୍ର ନାଏକଙ୍କ ସନ୍ଦେହଜନକ ମୃତ୍ୟୁର ଉଦାହରଣ ଦେଇ ଦଳ ବିଜେଡିକୁ ଟାର୍ଗେଟ କରିଛି। ଟିଟୋର ହବିବୁର୍‌ ରହେମନ ସହ ମଧ୍ୟ ସଂପର୍କ ଥିବା ଅଭିଯୋଗ ଆଣିଛି ଦଳ।



from OdishaReporter https://ift.tt/2My0F8R

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages