ଲର୍ଡସ୍‌ରେ ଗ୍ରାଉଣ୍ଡ ଷ୍ଟାଫ୍‌ କାର୍ଯ୍ୟ କରୁଛନ୍ତି, ଏହି ମହାନ କ୍ରିକେଟ୍‌ରଙ୍କ ପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 10, 2018

ଲର୍ଡସ୍‌ରେ ଗ୍ରାଉଣ୍ଡ ଷ୍ଟାଫ୍‌ କାର୍ଯ୍ୟ କରୁଛନ୍ତି, ଏହି ମହାନ କ୍ରିକେଟ୍‌ରଙ୍କ ପୁଅ

ଲଣ୍ଡନ୍‌: କ୍ରିକେଟ୍‌ର ‘ଭଗବାନ’, ମହାନାୟକ ସଚିନ୍‌ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ୍‌ ଏବେ ଗ୍ରାଉଣ୍ଡ ଷ୍ଟାଫ୍‌ ପାଲଟି ଯାଇଛନ୍ତି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି। ହେଲେ ଲର୍ଡସ୍‌ରେ ଏଭଳି ଘଟଣା ଘଟିଛି।
ଲର୍ଡସ୍‌ରେ ଅର୍ଜୁନ୍‌ ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କ ସହ ମିଶି ବର୍ଷା ଦାଉରୁ ପିଚ୍‌କୁ ରକ୍ଷା କରିବାରେ ସହଯୋଗ କରୁଥିବା ଦେଖିବାକୁ ମିଳିଛି।
ଗତ ମାସରେ ଶ୍ରୀଲଙ୍କା ବିପକ୍ଷରେ ଅଣ୍ଡର-୧୯ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ପଦାର୍ପଣ କରିଥିବା ଅର୍ଜୁନ ଏବେ ଆକ୍ସନ୍‌ରୁ ଦୂରେଇ ରହିଛନ୍ତି। କିନ୍ତୁ ଲର୍ଡସ୍‌ରେ ଭାରତ-ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ୍‌ ଚାଲିଥିବା ବେଳେ ଅର୍ଜୁନ୍‌ଙ୍କୁ ଭିନ୍ନ ଏକ ଅବତାରରେ ଦେଖିବାକୁ ମିଳିଛି।
ଅର୍ଜୁନ୍‌ ଲଣ୍ଡନ୍‌ରେ ଏମ୍‌ସିସି ୟଙ୍ଗ କ୍ରିକେଟର୍‌ସଙ୍କ ସହ ମିଶି ଯେ କେବଳ ନିଜର ଖେଳ ପ୍ରତିଭାକୁ ଶାଣିତ କରୁଛନ୍ତି, ତାହା ନୁହେଁ, ବରଂ ସେ ଲର୍ଡସ୍‌ର ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କୁ ମଧ୍ୟ ସହଯୋଗର ହାତ ବଢ଼ାଇଛନ୍ତି। ପିଚ୍‌କୁ ଠିକ୍‌ ସମୟରେ ଘୋଡ଼ାଇବା ଓ ପାଣି ଦେବା କିମ୍ବା ଅନ୍ୟ ଛୋଟ୍‌ ବଡ଼ କାମରେ ସେ ଗ୍ରାଉଣ୍ଡ କର୍ମଚାରୀଙ୍କୁ ସହଯୋଗ କରିଛନ୍ତି।
ଅର୍ଜୁନଙ୍କ ଏପରି ଯୋଗଦାନ ପାଇଁ ଲର୍ଡସ୍‌ କ୍ରିକେଟ୍‌ ଗ୍ରାଉଣ୍ଡ୍‌ ପକ୍ଷରୁ ଟ୍ୱିଟ୍‌ ଯୋଗେ ଅର୍ଜୁନ୍‌ଙ୍କ ପ୍ରଶଂସା କରାଯାଇଛି।
ଅର୍ଜୁନ୍‌ଙ୍କ ଏଭଳି କାର୍ଯ୍ୟ କଥା ଜଣାପଡ଼ିବା ପରେ ଅନେକ ତାଙ୍କୁ ପ୍ରଶଂସା କରିଛନ୍ତି। ବାପା ସଚିନ୍‌ ଯେଉଁ ଭଳି କ୍ରିକେଟ୍‌କୁ ଭଲ ପାଉଥିଲେ, ତାଙ୍କ ପୁଅ ମଧ୍ୟ କ୍ରିକେଟ୍‌କୁ ଭଲ ପାଉଛନ୍ତି ବୋଲି ଅନେକ ମତ ଦେଇଛନ୍ତି।
ଏହାପୂର୍ବରୁ ଅର୍ଜୁନ୍‌ ଇଂଲଣ୍ଡ୍‌ ମହିଳା ଦଳର ଖେଳାଳି ଡାନିଏଲ୍‌ ୱାୟାଟ୍ଟାଙ୍କ ସହ ଏକ ଫଟୋ ଉଠାଇ ଚର୍ଚ୍ଚାକୁ ଆସିଥିଲେ।
ନିଜ କ୍ୟାରିୟରର ପ୍ରଥମ ମ୍ୟାଚ୍‌ରେ ଅର୍ଜୁନ୍‌ ଶୂନରେ ଆଉଟ୍‌ ହୋଇଥିବା ବେଳେ ଦୁଇଟି ଇନିଂସ୍‌ରେ ମାତ୍ର ୨ଟି ୱିକେଟ୍‌ ନେଇଥିଲେ। ସେହିପରି ଦ୍ୱିତୀୟ ମ୍ୟାଚ୍‌ରେ ଅର୍ଜୁନ୍‌ ୧୪ ରନ୍‌ କରିଥିବା ବେଳେ ଦୁଇଟି ଇନିଂସ୍‌ରେ ମାତ୍ର ଗୋଟିଏ ୱିକେଟ୍‌ ପାଇଥିଲେ।


from OdishaReporter https://ift.tt/2MASadn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages