ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମଗ୍ର ବିଶ୍ୱ ଆଜି ‘ସିଂହ ଦିବସ’ ପାଳନ କରୁଥିବା ବେଳେ, ନନ୍ଦନକାନନରେ ଇସ୍ରାଏଲ୍ରୁ ଆସିଥିବା ଆଫ୍ରିକୀୟ ସିଂହୀର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ୮ ବର୍ଷର ଏହି ସିଂହୀ ଗତ କିଛିଦିନ ଧରି ଅସୁସ୍ଥ ଥିଲା ଓ ନନ୍ଦନକାନନସ୍ଥିତ ହସ୍ପିଟାଲ୍ରେ ତା’ର ଚିକିତ୍ସା ଚାଲିଥିଲା।
ତେବେ କେଉଁ କାରଣରୁ ସିଂହୀଟିର ମୃତ୍ୟୁ ଘଟିଛି ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ ବୋଲି ନନ୍ଦନକାନନ କର୍ତୃପକ୍ଷ କହିଛନ୍ତି।
ସୂଚନାଯୋଗ୍ୟ, ୨୦୧୫ ମସିହାରେ ଏହି ଆଫ୍ରିକୀୟ ସିଂହୀଟି ନନ୍ଦନକାନନକୁ ଆସିଥିଲା। ଏହାର ମୃତ୍ୟୁ ସହ ନନ୍ଦନକାନନରେ ସିଂହ ଓ ସିଂହୀଙ୍କ ସଂଖ୍ୟା ୧୩କୁ ହ୍ରାସ ପାଇଛି। ଏଥିମଧ୍ୟରୁ ୬ଟି ସିଂହ ଓ ୭ଟି ସିଂହୀ।
from OdishaReporter https://ift.tt/2ntcwdG
No comments:
Post a Comment