
ଭୋପାଳ: ଅଦାଲତକୁ ଚକ୍ମା ଦେଇ ଖସିଗଲା ଅଭିଯୁକ୍ତ। ବିଚାରପତି ସଜ୍ଜା ଶୁଣାଇବା ମାତ୍ରେ ସମସ୍ତଙ୍କ ଆଖିରେ ଧୂଳି ଦେଇ ଚମ୍ପଟ ମାରିଲା ଅଭିଯୁକ୍ତ । ଦଣ୍ଡ ଶୁଣାଣି ହେବା ମାତ୍ରେ ଜଣେ ଦୁଷ୍କର୍ମ ଅଭିଯୁକ୍ତ କାଠଗଡ଼ାରୁ ଖସିଯିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମଧ୍ୟପ୍ରଦେଶର ବଡ଼ୱାନି ଜିଲା ସେସନ୍ ଅଦାଲତରେ ଏମିତି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଏକ ବଳାତ୍କାର ମାମଲାରେ ବିଜୟ ସୋଲଙ୍କି ନାମକ ଜଣେ ୨୮ ବର୍ଷୀୟ ଯୁବକଙ୍କୁ ଗତକାଲି ଜିଲ୍ଲା ସେସନ୍ ଜଜ୍ଙ୍କ କୋର୍ଟରେ ହାଜର କରାଯାଇଥିଲା।
ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଯୁବକ ଜଣକ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ସହ ତାଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏଥିସହ ୭,୦୦୦ ଟଙ୍କା ଜରିମାନା ମଧ୍ୟ କରାଯାଇଥିଲା। କିନ୍ତୁ ଦଣ୍ଡ ଶୁଣାଣି ସରିବା ମାତ୍ରେ କାଠଗଡ଼ାରୁ ଡେଇଁ ଅଭିଯୁକ୍ତ ଖସିଯାଇଥିଲେ।
ଏନେଇ ପୋଲିସ ଆଉ ଏକ ମାମଲା ରୁଜୁ କରିଛି। ବିଜୟଙ୍କ ନାମରେ ୨୦୦୫ରେ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା। ସେବେଠାରୁ ମାମଲା ବିଚରାଧୀନ ଥିଲା। ଇତିମଧ୍ୟରେ ଅଭିଯୁକ୍ତ ଜାମିନ୍ ମଧ୍ୟ ପାଇ ଥିଲା। ତେବେ ଗତକାଲି କୋର୍ଟରୁ ଅଭିଯୁକ୍ତ ଜଣକ ଖସିଯିବା ପରେ ପୋଲିସ ଖୋଜିବା ଆରମ୍ଭ କରିଛି।
from OdishaReporter https://ift.tt/2O3G1xZ
No comments:
Post a Comment