ସରକାରଙ୍କ ଓଡ଼ିଆ ପ୍ରୀତି ଏମିତି: ୨୫% ଇଂଜିନିୟରିଂ ସିଟ୍‌ରେ ପଢ଼ିବେ ବାହାର ରାଜ୍ୟର ପିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 1, 2018

ସରକାରଙ୍କ ଓଡ଼ିଆ ପ୍ରୀତି ଏମିତି: ୨୫% ଇଂଜିନିୟରିଂ ସିଟ୍‌ରେ ପଢ଼ିବେ ବାହାର ରାଜ୍ୟର ପିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ଓଡ଼ିଆ ମାରଣ ନୀତି। ରାଜ୍ୟର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ୫୦ ପ୍ରତିଶତ ସିଟ୍‌ରୁ ୨୫ ପ୍ରତିଶତ ସିଟ୍‌ରେ ଏଣିକି ଆଡମିଶନ୍‌ କରିପାରିବେ ବାହାର ରାଜ୍ୟର ଛାତ୍ରଛାତ୍ରୀ। ଓଡ଼ିଶା ପ୍ରାଇଭେଟ୍‌ କଲେଜ ଇଞ୍ଜିନିୟରିଂ ଆସୋସିଏସନ୍‌ (ଓପେକା)ର ଆବେଦନ ଅନୁସାରେ ଏଭଳି ନିଷ୍ପତ୍ତି ନେଇଛି ଦକ୍ଷତା ବିକାଶ ବିଭାଗର ପଲିସି ପ୍ଲାନିଂ ବଡ଼ି। ତେବେ ଏହି ନିଷ୍ପତ୍ତିକୁ ଓଡ଼ିଆ ଛାତ୍ରଛାତ୍ରୀ ବିରୋଧ କରିଛନ୍ତି। କାରଣ- ଏହାଦ୍ୱାରା ରାଜ୍ୟର ଗରିବ ମେଧାବୀ ଛାତ୍ରଛାତ୍ରୀ ଭଲ କଲେଜରେ ଆଡମିଶନ ପାଇବାରୁ ବଞ୍ଚିତ ହେବେ ବୋଲି ସେମାନେ ଯୁକ୍ତି ରଖିଛନ୍ତି।

ଦୁଇବର୍ଷ ତଳେ ଓପେକାର ଅନୁରୋଧକୁ ସେତେବେଳେ ବୈଷୟିକ ଶିକ୍ଷା ସଚିବ ଅଗ୍ରାହ୍ୟ କରିଦେଇଥିଲେ। ତେବେ ହଠାତ୍ କାହିଁକି ସରକାର ମନ ପରିବର୍ତ୍ତନ କଲେ, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ଦ୍ୱାରା ରାଜ୍ୟର ଛାତ୍ରଛାତ୍ରୀଙ୍କ ସ୍ୱାର୍ଥହାନୀ ହୋଇପାରେ ବୋଲି ମତ ଦେଇଛନ୍ତି ଶିକ୍ଷାବିତ୍।

ଏଭଳି ଆଶଙ୍କାକୁ ଓପେକା ଖଣ୍ଡନ କରିଛି। ରାଜ୍ୟ ଘରୋଇ କଲେଜ ଗୁଡିକର ଅଧାରୁ ଅଧିକ ସିଟ୍ ଖାଲି ପଡୁଛି। ତେଣୁ ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର ଛାତ୍ରଛାତ୍ରୀ ଆଦୌ ପ୍ରଭାବିତ ହେବିନି ବୋଲି ଓପେକା ସଂପାଦକ ବିନୋଦ କୁମାର ଦାସ ଯୁକ୍ତି ରଖିଛନ୍ତି।

ରାଜ୍ୟରେ ଥିବା ୮୦ଟି ଇଂଜିନୟରିଂ କଲେଜରେ ପ୍ରାୟ ୩୫ ହଜାର ସିଟ୍ ରହିଛି। ତେବେ ସାଧାରଣ ବର୍ଗ ପିଲାଙ୍କ ଲାଗି ଉଦ୍ଦିଷ୍ଟ ୨୫ ପ୍ରତିଶତ ସିଟ୍ କାଟି ଦିଆଯିବା ଦ୍ୱାରା ରାଜ୍ୟର ମେଧାବୀ ଛାତ୍ରଛାତ୍ରୀ ଭଲ କଲେଜରେ ପଢ଼ିବାରୁ ବଞ୍ଚିତ ହେବେ ନାହିଁ ତ?



from OdishaReporter https://ift.tt/2AxBqSG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages