
ରାଉରକେଲା (ଓଡ଼ିଶା ରିପୋର୍ଟର): ରାଉରକେଲା ଏନ୍ଆଇଟିରେ ଏବେ ମେଡିକାଲ କଲେଜ ପ୍ରତିଷ୍ଠା ସମ୍ଭବ ନୁହେଁ। ଏହା କହିଛନ୍ତି ଏନ୍ଆଇଟି ଗଭର୍ଣ୍ଣିଂ ବୋର୍ଡର ଚେୟାରମ୍ୟାନ ସଂତୃପ୍ତ ମିଶ୍ର।
ଦୁଇ ଦିନିଆ ରାଉରକେଲା ଗସ୍ତରେ ଆସି ଏନ୍ଆଇଟିର ବିଭିନ୍ନ ପ୍ରକଳ୍ପର ସମୀକ୍ଷା ବେଳେ ସେ ଏହା କହିଛନ୍ତି। ୨୦୧୯ ମଧ୍ୟରେ ମେଡିକାଲ କଲେଜ ପାଇଁ ଆବେଦନ କରିବାର କୌଣସି ସଂଭାବନା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ରାଉରକେଲା ଏନ୍ଆଇଟିରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ନେଇ ଗତ ଏପ୍ରିଲ୍ରେ ଏନ୍ଆଇଟିକୁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଚିଠି ଦେଇଥିଲା। ଜୁନ୍ ୨୦ରୁ ଜୁଲାଇ ୯ ମଧ୍ୟରେ ଆବେଦନ କରିବାକୁ ଏହି ଚିଠିରେ କୁହାଯାଇଥିଲା।
ଏନ୍ଆଇଟିରେ ମେଡିକାଲ୍ କଲେଜ ପ୍ରତିଷ୍ଠା ପାଇଁ ଆନୁସଂଗିକ ସୁବିଧା ନଥିବାରୁ କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଆବେଦନ କରିବାକୁ ମନା କରିଥିଲା। ଏମ୍ସିଆଇ ଗାଇଡ୍ଲାଇନ୍ ପୂରଣ କରିପାରୁ ନଥିବାରୁ ଏନ୍ଆଇଟି ଏବେ ଆବେଦନ କରିବ ନାହିଁ ବୋଲି ଏନ୍ଆଇଟି ଚେୟାରମ୍ୟାନ କହିଛନ୍ତି।
from OdishaReporter https://ift.tt/2nqoYKX
No comments:
Post a Comment