ବିଜେଡି ସାଂସଦଙ୍କ ଲ୍ୟାଡ୍‌ ଖର୍ଚ୍ଚ ନିଷ୍ପତ୍ତି ନେଉଛି ତୃତୀୟ ମହଲା, ଖୋଲିଛି ସ୍ପେଶାଲ୍ ଡେସ୍କ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 10, 2018

ବିଜେଡି ସାଂସଦଙ୍କ ଲ୍ୟାଡ୍‌ ଖର୍ଚ୍ଚ ନିଷ୍ପତ୍ତି ନେଉଛି ତୃତୀୟ ମହଲା, ଖୋଲିଛି ସ୍ପେଶାଲ୍ ଡେସ୍କ !

ଭୁବନେଶ୍ୱର : ସାଂସଦମାନଙ୍କୁ ସମ୍ବିଧାନପ୍ରଦତ୍ତ କ୍ଷମତାକୁ ଏବେ ବିଜେଡି ହଡ଼ପ କରିଛି ବୋଲି ଚର୍ଚ୍ଚା ହେଉଛି। 

ଶୁଣିବାକୁ ମିଳୁଛି, ବିଜେଡିର ୯ ରାଜ୍ୟସଭା ସାଂସଦଙ୍କ ବାର୍ଷିକ ପାଣ୍ଠି (ଲ୍ୟାଡ୍) ଉପରେ କୁଆଡ଼େ ସମ୍ପୃକ୍ତ ସାଂସଦମାନଙ୍କର କୌଣସି ନିୟନ୍ତ୍ରଣ ନାହିଁ। ରାଜ୍ୟସଭାର ସାଂସଦ ଭାବେ ସେମାନଙ୍କୁ ପ୍ରତିବର୍ଷ ମିଳୁଥିବା ଲ୍ୟାଡ୍ ଉପରେ କୁଆଡ଼େ ତୃତୀୟ ମହଲା ସମ୍ପୂର୍ଣ୍ଣ ହାକିମାତି ଦେଖାଉଛି।

ବିଜେଡିର କେଉଁ ରାଜ୍ୟସଭା ସାଂସଦଙ୍କ ପାଣ୍ଠି କେଉଁଠି ଖର୍ଚ୍ଚ ହେବ ତାହା ସମ୍ପୃକ୍ତ ସାଂସଦଙ୍କ ହାତରେ ନାହିଁ। ବରଂ ରାଜ୍ୟସଭା ସାସଂଦଙ୍କ ବାର୍ଷିକ ୫ କୋଟି ଟଙ୍କାର ଲ୍ୟାଡରୁ କୁଆଡ଼େ ୬୦ ପ୍ରତିଶତ ପାଣ୍ଠି ଉପରେ ତୃତୀୟ ମହଲାର କର୍ତ୍ତୃତ୍ୱ ରହିଥାଏ। ଉକ୍ତ ପାଣ୍ଠିକୁ ତୃତୀୟ ମହଲାର ବାବୁମାନେ ଯେଉଁଠି ଚାହିଁବେ, ଖର୍ଚ୍ଚ କରିବେ।

ଏପରିକି ଉକ୍ତ ପାଣ୍ଠିର ସିଂହଭାଗ ପ୍ରାୟତଃ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜସ୍ୱ ନିର୍ବାଚନମଣ୍ଡଳୀର ହିଞ୍ଜିଳିରେ କୁଆଡ଼େ ଖର୍ଚ୍ଚ ହୋଇଥାଏ।

ଚର୍ଚ୍ଚା ହେଉଛି, ଲୋକସଭା ସାଂସଦଙ୍କ ପରି ବିଜେଡିର ରାଜ୍ୟସଭା ସାଂସଦମାନେ ନିଜର ଅନୁଗତ କିମ୍ବା ସମର୍ଥକଙ୍କୁ ମନଇଚ୍ଛା ଲ୍ୟାଡ୍ ବାଣ୍ଟି ପାରିବେ ନାହିଁ। ରାଜ୍ୟସଭା ସାଂସଦମାନଙ୍କୁ ଅତିବେଶୀରେ ବାର୍ଷିକ ୨ କୋଟି ଟଙ୍କାର କାର୍ଯ୍ୟାଦେଶ ବଣ୍ଟନ କରିବାକୁ ତାଗିଦ୍ କରାଯାଇଛି।

ଦଳର ରାଜ୍ୟସଭା ସାଂସଦମାନେ କୁଆଡ଼େ ତୃତୀୟ ମହଲା ଦ୍ୱାରା ନିର୍ଦ୍ଧାରିତ ପାଣ୍ଠିଠୁ ଅଧିକ ଖର୍ଚ୍ଚ କରିପାରିବା ଉପରେ କଟକଣା ରହିଛି। ଅବଶ୍ୟ ଅନ୍ୟାନ୍ୟ ସମସ୍ତ ସରକାରୀ ସୁବିଧା ନେବା ପାଇଁ ରାଜ୍ୟସଭା ସାଂସଦମାନଙ୍କୁ ଦଳ ପକ୍ଷରୁ ଅନୁମତି ମିଳିଛି।

ଚର୍ଚ୍ଚା ହେଉଛି, ସାଂସଦ ପାଣ୍ଠି ଉପରେ ତୃତୀୟ ମହଲାର ଏଭଳି ଅନଧିକାର ହସ୍ତକ୍ଷେପକୁ ନେଇ କିଛି ସାଂସଦ କୁଆଡ଼େ ପୂର୍ବରୁ ଆପତ୍ତି ଉଠାଇଥିଲେ। କିନ୍ତୁ ସିଏମ୍ ଚାହୁଁଛନ୍ତି ବୋଲି କହି ତୃତୀୟ ମହଲାର ବାବୁମାନେ କୁଆଡ଼େ ଏହି ସାଂସଦମାନଙ୍କୁ ନିରବ ରହିବାକୁ ବାଧ୍ୟ କରି ସଫଳ ହୋଇଛନ୍ତି।

ତେବେ ଏତେ ପରିମାଣର ଅର୍ଥକୁ ବାର୍ଷିକ କେଉଁ କାର୍ଯ୍ୟରେ ଲଗାଯାଉଛି ତା’ର ସୁରାକ ବି ସାଂସଦମାନେ ପାଉନାହାନ୍ତି। କେବଳ ଦଳର ସାଙ୍ଗଠନିକ ସ୍ଥିତି ଭଲ ନଥିବା ସ୍ଥାନରେ ବିଭିନ୍ନ ପ୍ରକଳ୍ପ ପାଇଁ ଏହି ପାଣ୍ଠିକୁ ଖର୍ଚ୍ଚ କରାଯାଉଛି। 

ତୃତୀୟ ମହଲାର ଜଣେ ବାବୁ ମଧ୍ୟ ଖାସ୍ ଏହି ଦାୟିତ୍ୱରେ ରହିଛନ୍ତି। ଆଉ ଶେଷ ମୁହୂର୍ତ୍ତରେ ସାଂସଦମାନେ ନିଜର ଦସ୍ତଖତ କରି ଦାୟିତ୍ୱ ସାରୁଛନ୍ତି ବୋଲି ଚର୍ଚ୍ଚା।



from OdishaReporter https://ift.tt/2B07Y7X

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages