
ଲଣ୍ଡନ୍: ଲର୍ଡସ୍ରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟ୍ ସହ ବର୍ଷାର ଲୁଚକାଳି ଖେଳ ଜାରି ରହିଛି। ଅନ୍ୟପଟେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଟିମ୍ ଇଣ୍ଡିଆ ଗୋଟିଏ ପରେ ଗୋଟିଏ ୱିକେଟ୍ ହରାଇ ଚାଲିଛି। ବର୍ଷା ଯୋଗୁ ଖେଳ ବନ୍ଦ ହେବା ପୂର୍ବରୁ ଭାରତ ୩ ୱିକେଟ୍ରେ ୧୫ ରନ୍ କରିଛି।
କ୍ରିଜ୍ରେ ଅଧିନାୟକ ବିରାଟ୍ କୋହଲି ୩ ରନ୍ କରି ଅପରାଜିତ ଅଛନ୍ତି।
ଲଣ୍ଡନ୍ରେ ବର୍ଷା ଲାଗି ରହିଥିବାରୁ ଦ୍ୱିତୀୟ ଟେଷ୍ଟ୍ର ପ୍ରଥମ ଦିନ ସଂପୂର୍ଣ୍ଣ ଧୋଇ ଯାଇଥିଲା। ଆଜି ସକାଳେ ବର୍ଷା ଛାଡ଼ିବାରୁ ଠିକଣା ସମୟରେ ଟସ୍ ପଡ଼ିଥିଲା। ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ।
ଓଦା ପିଚ୍ରେ ସୁଇଂ କରି ଜେମ୍ସ ଆଣ୍ଡରସନ୍ ପ୍ରଥମ ଓଭର୍ରେ ହିଁ ମୁରଲୀ ବିଜୟଙ୍କୁ କ୍ଲିନ୍ ବୋଲ୍ଡ କରିଦେଇଥିଲେ।
ପରେ ନିଜର ଦ୍ୱିତୀୟ ଓଭରରେ ଅନ୍ୟତମ ଓପନର୍ କେଏଲ୍ ରାହୁଲଙ୍କୁ ୱିକେଟ୍କିପର୍ ଜନ୍ନି ବେୟାରଷ୍ଟୋଙ୍କ ହାତରେ କ୍ୟାଚ୍ କରାଇ ଆଣ୍ଡରସନ୍ ଭାରତକୁ ଦ୍ୱିତୀୟ ଝଟ୍କା ଦେଇଥିଲେ। ମାତ୍ର ୧୧ ରନ୍ରେ ଦୁଇଟି ୱିକେଟ୍ ହରାଇ ସଂଘର୍ଷ କରୁଥିବା ଟିମ୍ ଇଣ୍ଡିଆ ବଡ଼ ପାର୍ଟନରଶିପ୍ର ଆଶା ରଖିଥିଲା। କିନ୍ତୁ ବର୍ଷା ହେବାରୁ ଖେଳକୁ ବନ୍ଦ ରଖାଯାଇଥିଲା।
ଲଞ୍ଚ୍ ପରେ ବର୍ଷା ଛାଡ଼ିବାରୁ ପୁଣି ଖେଳ ଆରମ୍ଭ ହୋଇଥିଲା। କିନ୍ତୁ ଦଳୀୟ ସ୍କୋର ୧୫ ଥିଲା ବେଳେ ଟିମ୍ ଇଣ୍ଡିଆର ଟେଷ୍ଟ ସ୍ପେଶାଲିଷ୍ଟ୍ ଚେତେଶ୍ୱର ପୂଜାରା ରନ୍ ଆଉଟ୍ ହୋଇଯାଇଥିଲେ।
ପୂଜାରା ଆଉଟ୍ ହେବା ମାତ୍ରେ ପୁଣି ବର୍ଷା ହେବାରୁ ଖେଳ ବନ୍ଦ ରହିଛି।
ଟିମ୍ ଇଣ୍ଡିଆ ଆଜି ଦୁଇଟି ପରିବର୍ତ୍ତନ ସହ ପଡ଼ିଆକୁ ଓହ୍ଲାଇଛି। ଶିଖର ଧୱନଙ୍କ ବଦଳରେ ପୂଜାରା ଓ ପେସ୍ ବୋଲର୍ ଉମେଶ ଯାଦବଙ୍କ ସ୍ଥାନରେ ଚାଇନାମ୍ୟାନ୍ କୁଲଦୀପ ଯାଦବଙ୍କୁ ଚୂଡ଼ାନ୍ତ ଲାଇନ୍ ଅପ୍ରେ ସାମିଲ କରାଯାଇଛି।
ସେହିଭଳି ୫ଟିକିଆ ସିରିଜ୍ରେ ୧-୦ରେ ଆଗୁଆ ଥିବା ଇଂଲଣ୍ଡ ମଧ୍ୟ ଦଳରେ ଦୁଇଟି ପରିବର୍ତ୍ତନ କରିଛି। ଷ୍ଟୋକ୍ସଙ୍କ ସ୍ଥାନରେ ୱକ୍ସ ଖେଳୁଥିବା ବେଳେ ମାଲାନ୍ଙ୍କ ସ୍ଥାନରେ ନବାଗତ ଓଲି ପୋପ୍ଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିଛି।
from OdishaReporter https://ift.tt/2nsOMGg

No comments:
Post a Comment