ସଲ୍‌ମାନ୍‌ଙ୍କ ଘରେ ବାଜିବ ସାହାନାଇ!   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 18, 2018

ସଲ୍‌ମାନ୍‌ଙ୍କ ଘରେ ବାଜିବ ସାହାନାଇ!  

ମୁମ୍ବାଇ: ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନ୍‌ସଙ୍କ ନିର୍ବନ୍ଧ ପରେ ଆଗକୁ ଆସୁଛି ଦୀପିକା-ରଣବୀର୍‌ଙ୍କ ବାହାଘର। ଏହାରି ଭିତରେ କିନ୍ତୁ ବଲିଉଡ୍‌ରେ ଆଉ ଜଣେ ନାମୀ ସେଲିବ୍ରିଟିଙ୍କ ବାହାଘର ସମ୍ପର୍କରେ ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ, ଏହି ସାହାନାଇ ଆଉ କେଉଁଠି ନୁହେଁ, ବରଂ ‘ଦବଙ୍ଗ୍’ ଖାନ୍‌ ଘରେ ହିଁ ବାଜିବ।

ଆପଣ ଭାବୁଥିବେ, ଏଯାଏ ବ୍ୟାଚ୍‌ଲର୍ ଥିବା ସଲମାନ୍ ବୋଧହୁଏ ଖୁବଶୀଘ୍ର ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ପ୍ରକୃତ କଥାଟି ତାହା ନୁହେଁ। ବାସ୍ତବରେ, ସଲମାନ୍‌ଙ୍କ ଭାଇ ଅର୍‌ବାଜ୍‌ ଖାନ୍‌ ନିଜ ଗାର୍ଲଫ୍ରେଣ୍ଡ୍‌ଙ୍କୁ ବିବାହ କରୁଥିବାର ଖବର ଏବେ ଚର୍ଚ୍ଚାକୁ ଆସିଛି ।

ଅର୍‌ବାଜ୍‌ ଗତ କିଛି ମାସ ଧରି ମଡେଲ୍‌ ଜର୍ଜିୟା ଏଣ୍ଡ୍ରିଆନିଙ୍କୁ ଡେଟ୍‌ କରୁଛନ୍ତି। ଦୁହିଁଙ୍କୁ ଅନେକ ଥର ସାର୍ବଜନୀନ ସ୍ଥାନରେ ଏକାଠି ଦେଖିବାକୁ ମିଳିଛି। କିଛି ଦିନ ତଳେ ଅର୍‌ବାଜ୍‌ ନିଜ ୫୧ତମ ଜନ୍ମଦିନ ଜର୍ଜିୟାଙ୍କ ସହ ପାଳିଥିଲେ। ଜର୍ଜିୟା ଦୁହିଁଙ୍କ ଫଟୋକୁ ସୋଶାଲ୍‌ ମିଡିଆରେ ମଧ୍ୟ ପୋଷ୍ଟ୍‌ କରିଥିଲେ।

ଅର୍‌ବାଜ୍‌ ୨ ବର୍ଷ ପୂର୍ବେ ମଲାଇକା ଅରୋରାଙ୍କୁ ଛାଡ଼ପତ୍ର ଦେଇ ନିଜ ୧୮ ବର୍ଷର ବୈବାହିକ ସମ୍ପର୍କ ଭାଙ୍ଗି ଦେଇଥିଲେ। ତେବେ ତାଙ୍କର ଏହି ଦ୍ୱିତୀୟ ବିବାହ ସମ୍ପର୍କରେ ଅର୍‌ବାଜ୍‌ ଓ ତାଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ଅରବାଜ୍‌ ଓ ମଲାଇକାଙ୍କର ଜଣେ ପୁଅ ମଧ୍ୟ ରହିଛି। ପୁଅର ନାଁ ହେଉଛି ଆର୍‌ହାନ୍‌, ଯିଏ ଏବେ ମା’ ମଲାଇକାଙ୍କ ସହ ରହୁଛି।

ଅଭିନେତା ଭାବେ ବିଶେଷ କିଛି କମାଲ୍ କରି ପାରି ନଥିବା ଅରବାଜ୍‌ ସଲମାନ୍‌ ଖାନ୍‌ ଷ୍ଟାରର୍‌ ‘ଦବଙ୍ଗ’ର ପ୍ରଯୋଜକ ଥିଲେ। ଆଇପିଏଲ୍‌ର ମ୍ୟାଚ୍‌ ଫିକ୍ସିଂରେ ସଂପୃକ୍ତ ଥିବା ଅଭିଯୋଗରେ ଅର୍‌ବାଜ୍‌ଙ୍କୁ ମୁମ୍ବାଇ ପୁଲିସ୍ କିଛି ଦିନ ପୂର୍ବେ ଜେରା କରିଥିଲା।



from Odisha Reporter https://ift.tt/2MWiE9b

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages