ହ୍ୟାଣ୍ଡ୍‌ସେକ୍‌ ପାଇଁ ମନା କରିବାରୁ ମିଳିଲାନି ଚାକିରି, ଜାଣନ୍ତୁ ପରେ ହେଲା କ’ଣ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 18, 2018

ହ୍ୟାଣ୍ଡ୍‌ସେକ୍‌ ପାଇଁ ମନା କରିବାରୁ ମିଳିଲାନି ଚାକିରି, ଜାଣନ୍ତୁ ପରେ ହେଲା କ’ଣ ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଏକ ଘରୋଇ ସଂସ୍ଥାକୁ ଚାକିରି ପାଇଁ ଯାଇଥିବା ଜଣେ କର୍ମଜୀବୀ ମହିଳାଙ୍କୁ ଇଣ୍ଟର୍‌ଭ୍ୟୁ ପରେ ହ୍ୟାଣ୍ଡ୍‌ସେକ୍‌ କରିବାକୁ କୁହାଯାଇଥିଲା। କିନ୍ତୁ ମହିଳା ଜଣଙ୍କ ହ୍ୟାଣ୍ଡ୍‌ସେକ୍‌ ପାଇଁ ମନା କରିବାରୁ ତାଙ୍କୁ ଚାକିରି ଦେବାକୁ ସଂସ୍ଥାର ପଦାଧିକାରୀମାନେ ମନା କରି ଦେଇଥିଲେ।

କମ୍ପାନୀର ଏଭଳି ଆଭିମ୍ମୁଖ୍ୟ ବିରୋଧରେ ଚାକିରି ଆଶାୟୀ ମହିଳାଜଣଙ୍କ ସ୍ଥାନୀୟ କୋର୍ଟରେ ଏକ ମାମଲା ରୁଜୁ କରିଥିଲେ। ଏହାର ଶୁଣାଣି କରି କୋର୍ଟ ସଂପୃକ୍ତ କମ୍ପାନୀକୁ ୩ଲକ୍ଷ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି।

ଏହି ଘଟଣାଟି ଘଟିଛି, ୟୁରୋପୀୟ ରାଷ୍ଟ୍ର ସ୍ୱିଡେନ୍‌ରେ। ସେଠାରେ ରହୁଥିବା ୨୪ ବର୍ଷ ବୟସ୍କା ଫାର୍‌ହା ଆଲ୍‌ହେଜ୍‌ ଷ୍ଟକ୍‌ହମ୍‌ ସହରର ଏକ ଘରୋଇ କମ୍ପାନୀକୁ ଚାକିରି ପାଇଁ ଯାଇଥିଲେ। ତେବେ ସାକ୍ଷାତକାର ବେଳେ କମ୍ପାନୀର ପୁରୁଷ ଅଧିକାରୀମାନେ ତାଙ୍କ ସହ ହ୍ୟାଣ୍ଡ୍‌ସେକ୍‌ କରିବାକୁ ଚାହିଁବାରୁ ଫାର୍‌ହା ଏଥିପାଇଁ ମନା କରିଥିଲେ। ଧାର୍ମିକ କାରଣରୁ ସେ ହ୍ୟାଣ୍ଡ୍‌ସେକ୍ ପାଇଁ ମନା କରୁଥିବା କହିଥିଲେ ହେଁ  କମ୍ପାନୀ ପଦାଧିକାରୀମାନେ ଏହା ଗ୍ରହଣ କରି ନଥିଲେ ବରଂ ତାଙ୍କୁ ସେହି ରୁମ୍‌ ଛାଡ଼ି ଚାଲି ଯିବାକୁ କହିଥିଲେ।

ଫାର୍‌ହା କହିଛନ୍ତି ଯେ ସେ ଜଣେ ମୁସଲମାନ ମହିଳା। ପୁରୁଷମାନଙ୍କ ସହ ହାତ ମିଳାଇବା ତାଙ୍କ ଧର୍ମରେ ବାରଣ କରାଯାଇଛି। ଏଥିପାଇଁ ସେ ହ୍ୟାଣ୍ଡ୍‌ସେକ୍‌ କରିବାକୁ ମନା କରିଥିଲେ ହେଁ କମ୍ପାନୀ ପଦାଧିକାରୀମାନେ ତାଙ୍କୁ ସେହି ସ୍ଥାନ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦେବାରୁ ସେଠାରୁ ଫେରି ସେ ବହୁତ କାନ୍ଦିଥିଲେ।



from Odisha Reporter https://ift.tt/2L4UZ4M

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages