କଲେଜ ପାଲଟିଲା ରଣକ୍ଷେତ୍ର: ବୋମା ଫିଙ୍ଗିଲେ, ଉଠେଇ ନେବାକୁ ଉଦ୍ୟମ କଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 4, 2018

କଲେଜ ପାଲଟିଲା ରଣକ୍ଷେତ୍ର: ବୋମା ଫିଙ୍ଗିଲେ, ଉଠେଇ ନେବାକୁ ଉଦ୍ୟମ କଲେ

କାମାକ୍ଷାନଗର (ରାକେଶ କୁମାର ଦେହୁରୀ): ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ କଲେଜ କ୍ୟାମ୍ପସ୍ ପାଲଟିଲା ରଣକ୍ଷେତ୍ର, ଫୁଟିଲା ବୋମା। ଭଙ୍ଗା ଟାଇଲ୍‌ ମାଡ଼ରେ ଜଣେ ଛାତ୍ରୀ ଓ ଜଣେ ଅଣଛାତ୍ର ଗୁରୁତର ଆହତ ହୋଇଛନ୍ତି। ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କଲେଜରେ।

ବୋମା ମାଡ଼ର ପ୍ରକୃତ କାରଣ ଜଣାପଡ଼ିଥିଲେ ମଧ୍ୟ ପୂର୍ବ ଶତ୍ରୁତାରୁ ହୋଇଥିବା ଅଭିଯୋଗ ହେଉଛି। କାମାକ୍ଷାନଗର କଲେଜରେ ସଂଗ୍ରାମ ନାୟକ ପଢ଼ନ୍ତି। ଆଜି ତାଙ୍କୁ ଜଣେ ଅଣଛାତ୍ର ସଂଜୀବ ନାୟକ କଲେଜରେ ଛାଡ଼ିବାକୁ ଆସିଥିଲେ। କଲେଜ କ୍ୟାମ୍ପସରେ ଏକ ଗଛ ମୂଳରେ ଉଭୟ ଠିଆ ହୋଇ କଥାବାର୍ତ୍ତା ହେଉଥିଲେ।

ଏହି ସମୟରେ ଜଣେ କଲେଜ ଛାତ୍ର ଓ ୫ ଜଣ ଅଣ ଛାତ୍ର ହାତ ତିଆରି ବୋମା ସେମାନଙ୍କ ଉପରକୁ ଫିଙ୍ଗିଥିଲେ। ମାତ୍ର ସୌଭାଗ୍ୟବଶତଃ ସେମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ। ପରେ ସେମାନେ ସଂଗ୍ରାମଙ୍କୁ ଉଠାଇ ନେବାକୁ ଉଦ୍ୟମ କରିଥିଲେ। ସଂଜୀବ ବିରୋଧ କରିବାରୁ ସେମାନେ ଆକ୍ରମଣ କରିଥିଲେ। କହିବାକୁ ଗଲେ କିଛି ସମୟ ପାଇଁ କଲେଜ ରଣକ୍ଷେତ୍ର ପାଲଟିଥିଲା।

ଭଙ୍ଗା ଟାଇଲ୍‌ ଓ ପଥର ମାଡ଼ରେ ସଂଗ୍ରାମ ଓ ସଂଜୀବ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସଂଜୀବଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଢ଼େଙ୍କାନାଳ ଜିଲ୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଏବେ କଲେଜରେ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି।



from OdishaReporter https://ift.tt/2AGH8Sj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages